କମିସନରେଟ ପୋଲିସର ପ୍ରତିଷ୍ଠା ଦିବସ ପାଳିତ; ଫୋକସରେ ନିଶାମୁକ୍ତ ରାଜଧାନୀ

ରାଜଧାନୀ ନିଶାମୁକ୍ତ କରିବାକୁ କାମ କରିବ 'ଡ୍ରିମ୍ସ ' ଓ ରକ୍ତଦାନ ପାଇଁ କାମ କରିବ ‘ରକ୍ତବନ୍ଧୁ । ପ୍ରତିଷ୍ଠା ଦିବସରେ ରାଜଧାନୀକୁ ନିଶାମୁକ୍ତ କରିବାକୁ ଯୋଜନା ପ୍ରସ୍ତୁତ କରିଛି କମିସନରେଟ ପୋଲିସ

ପାଳନ ହେଲା କମିସନରେଟ ପୋଲିସର ପ୍ରତିଷ୍ଠା ଦିବସ (ପ୍ରତୀକାତ୍ମକ ଛବି)

ପାଳନ ହେଲା କମିସନରେଟ ପୋଲିସର ପ୍ରତିଷ୍ଠା ଦିବସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: କଟକ-ଭୁବନେଶ୍ୱର କମିସନରେଟ ପୋଲିସ ୧୪ତମ ପ୍ରତିଷ୍ଠା ଦିବସ ପାଳନ କରିଛି । କରୋନା କଟକଣା ପାଇଁ ଭରଚୁଆଲରେ ଏହି ଉତ୍ସବକୁ ପାଳନ କରିଛି କମିସନରେଟ ପୋଲିସ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୋଲିସ ଡ଼ିଜି ସୁନୀଲ କୁମାର ବଂସଲ ଭରଚୁଆଲରେ ଯୋଗଦେଇ ଆଗାମୀ ବର୍ଷପାଇଁ କମିସନରେଟ ପୋଲିସ କିଭଳି କାମ କରିବା ଉଚିତ, ସେନେଇ ଗୁରୁମନ୍ତ୍ର ଦେଇଛନ୍ତି । ଏହି ଅବସରରେ ଟୁଇନସିଟିରେ ଉତ୍ତମ ସେବା ଯୋଗାଇଥିବା ପୋଲିସ ଅଧିକାରୀଙ୍କୁ ସମ୍ମାନିତ କରାଯାଇଛି ।

ପ୍ରତିଷ୍ଠା ଦିବସ ଉପଲକ୍ଷେ ଦୈତ୍ୱନଗରୀକୁ ନିଶାମୁକ୍ତ କରିବା ପାଇଁ କମିସନରେଟ ପୁଲିସ ପକ୍ଷରୁ 'ଡ୍ରିମ୍ସ' ନାମରେ ନୂଆ ଯୋଜନା ଆରମ୍ଭ କରାଯାଇଛି । କଟକ ଭୁବନେଶ୍ୱରରେ, ନିରାପଦ ସମାଜ ଗଠନ ଲାଗି ନିଶା ନିବାରଣ, ସଂସ୍କାର ଓ ଉଦ୍ୟୋଗୀ ସହାୟତା( ଡ୍ରିମ୍ସ )ର ମୂଳଦୁଆ ପଡ଼ିଛି । ଏହି ପଦକ୍ଷେପକୁ ହାତକୁ ନେଇ ଅର୍ଥପ୍ରଦାନ କରିବ ଓଡ଼ିଶା ମାଇନିଂ କର୍ପୋରେସନ୍ ଲିମିଟେଡ ( ଓ.ଏମ.ସି ) ବୋଲି କମିସନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

"ଟୁଇନସିଟି ବର୍ଦ୍ଧିତ କଳେବର ନୂଆ ଚାଲେଞ୍ଜ ସୃଷ୍ଟି କରିଛି। ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ବ, ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଓ ସେବା   ଯୋଗାଇବା ଉପରେ ଗୁରୁତ୍ବ ଦିଅନ୍ତୁ ।   ସେଭଳି ସଂଗଠିତ ଅପରାଧ, ପ୍ରପର୍ଟି ଅଫେନ୍ସ, ନିଶା କାରବାର ଆଦି ରୋକିବାକୁ ଦିଗରେ ଚଳିତବର୍ଷ ଫୋକସ ରଖାଯିବ," କହିଛନ୍ତି ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ।

ଅନ୍ୟପଟେ ଦୈତନଗରବାସୀଙ୍କ ପାଇଁ ଆଉ ଏକ ଯୋଜନା କରାଯାଇଛି । ଜରୁରୀ ସମୟରେ ରକ୍ତ ଦାନ ଆବଶ୍ୟକ ହେଲା ପୁଲିସ ପକ୍ଷରୁ ଜନ ସାଧାରଣଙ୍କୁ ରକ୍ତ ଯୋଗାଇ ଦିଆଯିବ । ରକ୍ତ ପାଇଁ କାହାର ଜୀବନ ନ ଯାଉ ପ୍ରତିଷ୍ଠା ଦିବସରେ ଵାର୍ତା ଦିଆଯାଇଛି । ତେଣୁ କଟକ ଓ ଭୁବନେଶ୍ବର ପାଇଁ ଅଲଗା ଅଗଲା ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ଭୁବନେଶ୍ବର ଲାଗି ୮୦୯୩୦୨୮୧୦୮ ଓ କଟକ ପାଇଁ ୮୭୬୩୮୯୯୩୨୩ ଜାରି କଟିଛି କମିସନରେଟ ପୋଲିସ ।
Published by:Soumya Das
First published:
)}