କମିଶନରେଟ ପୋଲିସର ମଦୁଆ ଧରା ଅଭିଯାନ;ତଣ୍ଡ ଗଣିଲେ ୧୧୧ ଜଣ ଆଇନ ଉଲଂଘନକାରୀ

ମେ ପହିଲାରୁ ମଦ୍ୟପାନ କରି ଗାଡ଼ି ଚଲାଉଥିବା ବ୍ୟକ୍ତିମାନଙ୍କଠାରୁ breath analyzer ଦ୍ବାରା ଯାଞ୍ଚ ପରେ ଜୋରିମାନା ଆଦାୟ କରାଯାଇଛି। ଏହି ପ୍ରକ୍ରିୟା ଏହି ମାସ ୧୫ ତାରିଖ ଯାଏଁ ଚାଲୁ ରଖିବାର ନିଷ୍ପତ୍ତି ନିଆଯାଇଛି।

ଆରମ୍ଭ ହୋଇଛି କମିଶନରେଟ ପୋଲିସର ମଦୁଆ ଧରା ଅଭିଯାନ (ପ୍ରତୀକାତ୍ମକ ଛବି)

ଆରମ୍ଭ ହୋଇଛି କମିଶନରେଟ ପୋଲିସର ମଦୁଆ ଧରା ଅଭିଯାନ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲାରେ ବାହ୍ୟ ଅପରାଧୀ, ଅସମାଜିକ ବ୍ୟକ୍ତି ତଥା ଚୋରୀ ଡକାୟତି ତଥା ଛିନତାଇ ଆଦି ଅପରାଧ ନିରାକରଣକୁ ଦୃଷ୍ଟିରେ ରଖି ମେ ପହିଲାରୁ ମଦ୍ୟପାନ କରି ଗାଡ଼ି ଚଲାଉଥିବା ବ୍ୟକ୍ତିମାନଙ୍କଠାରୁ breath analyzer ଦ୍ବାରା ଯାଞ୍ଚ ପରେ ଜୋରିମାନା ଆଦାୟ କରାଯାଇଛି। ଏହି ପ୍ରକ୍ରିୟା ଏହି ମାସ ୧୫ ତାରିଖ ଯାଏଁ ଚାଲୁ ରଖିବାର ନିଷ୍ପତ୍ତି ନିଆଯାଇଛି।

ପ୍ରତ୍ୟେକ ବ୍ଲକିଂ ପଏଣ୍ଟରେ ଫୋର୍ସ ନିୟୋଜିତ ହୋଇଥିବା ସ୍ଥଳେ ୧୫ ଜଣ ଲେଖାଏଁ ସିଟି ପେଟ୍ରୋଲିଂ ଅଫିସର ଓ ନୋଡ଼ାଲ ଅଫିସର ତଥା ସୁପରଭାଇଜିଂ ଅଫିସର ମାନେ ରହି ଏହି ବ୍ୟବସ୍ଥାକୁ ତଦାରଖ କରୁଛନ୍ତି। ମୋଟରସାଇକେଲ ଗୁଡ଼ିକୁ ବ୍ୟବହାର କରି ଅମାନିଆ ଯୁବକମାନଙ୍କ ଦ୍ବାରା ଦ୍ରୁତ ବେଗରେ ଚଲାଉଥିବା ମୋଟରସାଇକେଲ, ତିନିଜଣିଆ ଚାଳକମାନଙ୍କୁ ଓ ଚାରିଚାକିଆ ଯାନଗୁଡିକୁ ମଧ୍ୟ ବିଶେଷ ଭାବରେ ଯାଞ୍ଚ କରିବା ସମୟରେ ସେମାନେ ଆରୋହୀଙ୍କ ପରିଚୟ ତଥା ଏବଂ ଗାଡିର କାଗଜପତ୍ରକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଛି। ପ୍ରତି ବିଟ ପୋଷ୍ଟମାନଙ୍କୁ ନାଇଟ ରାଉଣ୍ଡ ଅଫିସର ଚେକ କରିବା ସହିତ ପିସିଆର ଓ ଥାନାର ମୋବାଇଲ ଗାଡି ମାନେ ଯାଞ୍ଚ କରି ଆଇନ ଉଲଂଘନକାରିମାନଙ୍କଠାରୁ ଜୋରିମାନା ଆଦାୟ କରୁଛନ୍ତି । ସମସ୍ତ ପିସିଆର, ନାଇଟ ରାଉଣ୍ଡ ପାଟ୍ରୋଲିଙ୍ଗ ଗାଡି, POPD ଅଫିସର, ବ୍ଲକିଙ୍ଗରେ ନିୟୋଜିତ ପୁଲିସ ଅଫିସର ଓ ଫୋର୍ସ ମାନଙ୍କୁ ଭିକ୍ଟର କଣ୍ଟ୍ରୋଲ ରୁମ ଓ CCTV କଣ୍ଟ୍ରୋଲ ରୁମ ମିଳିତଭାବେ ସମନ୍ଵୟ ରକ୍ଷା କରି ତଥ୍ୟ ଆଦାନ ପ୍ରଦାନ କରୁଛନ୍ତି।

ଗତ ୩ ତାରିଖରୁ ୫ ତାରିଖ ମଧ୍ୟରେ ହୋଇଥିବା ଏହି ଡ୍ରାଇଭରେ ନନ୍ଦନକାନନ ଥାନା ୧୮ ଜଣ, ଖଣ୍ଡଗିରି ଥାନା ୧୬ ଜଣ ଏବଂ ଲକ୍ଷ୍ମୀସାଗର ଥାନା ୧୧ ଜଣ ମଦ୍ୟପ ଚାଳକଙ୍କ ଠାରୁ ଯଥା କ୍ରମେ ସର୍ବାଧିକ ୧୮୦୦୦/- ୮୦୦୦/- ଓ ୫୫୦୦/- ଟଙ୍କା ଆଦାୟ କରିଥିଲେ। ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲାର ୨୨ଟି ବିଭିନ୍ନ ଥାନା ମାନଙ୍କରେ ଏହି ସମୟ  ମଧ୍ୟରେ ରାତି ୧୦ଟାରୁ ଭୋର ୫ଟା ମଧ୍ୟରେ ୧୧୧ ଜଣ ଆଇନ ଉଲଂଘନକାରି ମାନଙ୍କ ଠାରୁ ସର୍ବମୋଟ ୬୪,୫୦୦/- ଟଙ୍କ ଜୋରିମାନା ଆଦାୟ କରାଯାଇଛି। ଆଗକୁ ଏହି ଡ୍ରାଇଭକୁ କଡ଼ାକଡ଼ି ଭାବେ ଲାଗୁ କରାଯିବାର ବ୍ୟବସ୍ଥା ରହିଛି। ସେହିପରି ଉକ୍ତ ୩ ଦିନ ମଧ୍ୟରେ ଭୁବନେଶ୍ବର ସହରାଞ୍ଚଳର ୨ ଟି ଟ୍ରାଫିକ ପୁଲିସ ଷ୍ଟେସନ ଦ୍ବାରା ସର୍ବମୋଟ ୧୩୩ ଟି ଡ୍ରାଇଭିଂ ଲାଇସେନ୍ସ ଖାରଜ କରିବା ପାଇଁ ଆବେଦନ କରାଯାଇଛି।
Published by:Soumya Das
First published: