ଶିବରାତ୍ରୀ ପାଇଁ ପ୍ରସ୍ତୁତ ହେଲା ରୁଟ ଚାର୍ଟ; କେଉଁ ଗାଡ଼ି କେଉଁଠି ହେବ ପାର୍କିଂ ଜାଣନ୍ତୁ

ଆସନ୍ତା ୧ ତାରିଖ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ଉତ୍ସବ ଉପଲକ୍ଷେ ପ୍ରସ୍ତୁତି ଜୋର ହୋଇଛି। ଏକାମ୍ର କ୍ଷେତ୍ର ଓ ଲୋକଙ୍କ ଗମନା ଗମନ ପାଇଁ ସ୍ୱତନ୍ତ୍ର ରୁଟ ଚାର୍ଟ ଜାରି କରିଛି କମିଶନରେଟ ପୋଲିସ ।

ମହାଶିବରାତ୍ରି ପାଇଁ ରୁଟ ଚାର୍ଟ ପ୍ରସ୍ତୁତ କଲା କମିଶନରେଟ ପୋଲିସ (ପ୍ରତୀକାତ୍ମକ ଛବି)

ମହାଶିବରାତ୍ରି ପାଇଁ ରୁଟ ଚାର୍ଟ ପ୍ରସ୍ତୁତ କଲା କମିଶନରେଟ ପୋଲିସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଆସନ୍ତା ୧ ତାରିଖ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ଉତ୍ସବ ଉପଲକ୍ଷେ ପ୍ରସ୍ତୁତି ଜୋର ହୋଇଛି। ମନ୍ଦିର ଟ୍ରଷ୍ଟ ବୋର୍ଡ଼ଠାରୁ ଆରମ୍ଭ କରି ସେବାୟତ, ଚାରି ନିଯୋଗ, ବି.ଏମ.ସି, ପୁଲିସ ପ୍ରଶାସନ ସମସ୍ତେ ନିଜ ନିଜ ଦାୟିତ୍ୱ ତୁଲାଇବା ପାଇଁ ଯୋଜନା ସରିଛି। ତେବେ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଏକାମ୍ର କ୍ଷେତ୍ର ଓ ଲୋକଙ୍କ ଗମନା ଗମନ ପାଇଁ ସ୍ୱତନ୍ତ୍ର ରୁଟ ଚାର୍ଟ ଜାରି କରିଛି କମିଶନରେଟ ପୋଲିସ ।

ଯାନବାହାନ ଚଳାଚଳ ତଥା ପଥଚାରୀଙ୍କ ସୁବିଧା ନିମନ୍ତେ କରୋନା କଟକଣା କୁ ଦୃଷ୍ଟିରେ ରଖୀ  ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ ୨୦୦୩ ଧାରା ୨୮ ଓ ପୁଲିସ କମିଶନରେଟ ଭୁବନେଶ୍ବର-କଟକ ଟ୍ରାଫିକ ଓ ପବ୍ଲିକ୍ ଅର୍ଡ଼ର ଧାରା ୨୧, ୩୬ ଓ ୩୭ ଅନୁସାରେ ନିମ୍ନଲିଖ କଟକଣା ଗୁଡିକ ଲାଗୁ କରିଛି।

- କେଦାର ଗୌରୀ ମନ୍ଦିର ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି କୋଟିତୀର୍ଥ ଗଳି ଦେଇ ବି.ଏମ୍.ସି. ନିଉ ମାର୍କେଟ କମ୍ପେକ୍ସ ପାର୍କି/ଅନନ୍ତ ବାସୁଦେବ ମନ୍ଦିର ପାକିଂ ରେ ଗାଡ଼ି ରଖି ପାରିବେ।  ଏଥ୍‌ ନିମନ୍ତେ କୋଟି ତୀର୍ଥ ଭଳି ଠାରୁ ସିଦ୍ଧି ମଣ୍ଡପ ଗଳି ପର୍ଯ୍ୟନ୍ତ ରାସ୍ତାକୁ ଯାନବାହାନ ଚଳାଚଳ ନିମନ୍ତେ ୱାନ୍ ୱେ କରାଯାଇଛି।

- ରଥ ରୋଡ଼ ଓ ପୁନମା ଗେଟ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଗାଡି ଗୁଡିକ ବଢେଇବାଙ୍କ ଛକ (ମୁନା ମେଡିକାଲ ଷ୍ଟୋର)ଠାରୁ ଆଗକୁ ନଯାଇ ବି.ଏମ୍.ହାଇସ୍କୁଲ ପଡ଼ିଆରେ ଗାଡ଼ି ପାକିଂ କରିପାରିବେ ।

- ବିବେକାନନ୍ଦ ମାର୍ଗ,/ସାନିଟୋରିୟମ ଛକ ପଟୁ ଲିଙ୍ଗରାଜ ମନ୍ଦିର ଆଡକୁ ଆସୁଥିବା ସମସ୍ତ ଗାଡି ଗୁଡିକ କାଚରା ପିଣ୍ଡି (କେଦାର ଗୌରୀ ମନ୍ଦିର) ରାସ୍ତା ଭାୟା କୋଟି ତୀର୍ଥ ଗଳି ରାସ୍ତା ଦେଇ ବି.ଏମ୍.ସି. ନିଉ ମାର୍କେଟ କମ୍ପ୍ଲେକ୍ସ ପାରକିଂ/ଅନନ୍ତ ବାସୁଦେବ ମନ୍ଦିର ପାଲିଂ ରେ ଗାଡ଼ି ରଖି ପାରିବେ।

- ଗ୍ୟାରେଜ ଛକ କିମ୍ବା ଶ୍ରୀରାମନଗର, ସାମନ୍ତରାପୁର ପଟୁ ଲିଙ୍ଗରାଜ ମନ୍ଦିର ଆଡକୁ ଆସୁଥିବା ସମସ୍ତ ଗାଡି ଗୁଡିକ ସବ ଷ୍ଟେସନ ଛକ ଠାରୁ ଆଗକୁ ନଯାଇ ବି.ଏମ୍.ସି. ନିଉ ମାର୍କେଟ କ)କମ୍ପ୍ଲେକ୍ସ ପାରକିଂ/ଅନନ୍ତ ବାସୁଦେବ ମନ୍ଦିର ପାକିଂ ରେ ଗାଡ଼ି ରଖି ପାରିବେ।

- କେଉଟ ସାହି ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଗାଡି ଗୁଡିକ ସବ ଷ୍ଟେସନ ଛକ ଠାରୁ କେଦାର ଗୌରୀ ଗଳି ଦେଇ ବି.ଏମ୍.ସି. ନିଉ ମାର୍କେଟ କମ୍ପ୍ଲେକ୍ସ ପାରକିଂ/ଅନନ୍ତ ବାସୁଦେବ ମନ୍ଦିର ପାଲିଂ ରେ ଗାଡ଼ି ରଖି ପାରିବେ ।

- ତାରା ସୁନ୍ଦରୀ ରାସ୍ତାରେ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଗାଡି ଗୁଡିକ ବଢେଇବାଙ୍କ ଛକକୁ ନଯାଇ ମୁନିସପାଲଟି ହସ୍ପିଟାଲ୍ କିମ୍ବା ବି.ଏମ୍.ହାଇସ୍କୁଲ ପଡ଼ିଆରେ ଗାଡ଼ି ପାରକିଂ କରିପାରିବେ ।

- ଆମନ୍ତ୍ରିତ ଅତିଥି/ସରକାରୀ କର୍ମଚାରୀଙ୍କ ଯାନବାହାନ ରଥ ରୋଡ଼ ରେ ଆସି ବଢେଇବାଙ୍କ ଛକ ଠାରୁ ମୁନିସପାଲଟି ହସ୍ପିଟାଲ୍ ରାସ୍ତା ଦେଇ ନିର୍ଦ୍ଧାରିତ ହୋଇଥିବା ପାକିଂ ସ୍ଥାନକୁ ଯାଇପାରିବେ ।

- ପୋଲିସ/ସରକାରୀ ଯାନବାହାନ - ଏସ୍.ଏମ୍ ହାଇସ୍କୁଲ୍(ଉତ୍ତର ପାର୍ଶ୍ୱ ପକ୍କା ଚଟାଣ) ।

- ଗଣମାଧ୍ୟମ ପାକିଂ ସାପ୍ତାହିକ ହାଟକୁ ଲାଗି ଥିବା ସାମ୍ନା କ୍ଷେତ୍ର । ଗଣମାଧ୍ୟମ ପ୍ରତିନିଧି ମାନେ ଦୁଇ ଚକିଆ ଯାନ ଗୁଡ଼ିକ ହାଟ ଭିତରେ ପାକିଂ କରିପାରିବେ ।

- ଜରୁରୀ କାଳୀନ ପରିସ୍ଥିତି ନିମନ୍ତେ ନିଯୋଜିତ ଥିବା ଯାନବାହାନ ପାକିଂ ସ୍ଥାନକାଚରା ପିଣ୍ଡି ଠାରୁ କେଦାର ଗୌରୀ ମନ୍ଦିର ପର୍ଯ୍ୟନ୍ତ ଏକକ ଧାଡ଼ି ପାକିଂ । କାଚରା ପିଣ୍ଡି (ବାମ ପାର୍ଶ୍ଵ)କୁ ଲାଗି କରି ଥିବା କୋଟି ତୀର୍ଥ ଗଳିରେ ଥିବା ଖାଲି ସ୍ଥାନରେ ଗାଡି ରଖି ପାରିବେ ।

ଉପରୋକ୍ତ ନିର୍ଦ୍ଦେଶନାମା ଆସନ୍ତା ତା ୦୧.୦୩.୨୦୨୨ ରିଖ ସକାଳ ୨ ଘଟିକା ଠାରୁ ମହାଦୀପ ଉଠିବା ପର୍ଯ୍ୟନ୍ତ ତଥା ଜନସମାଗମ ଅପସାରିତ ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ।
Published by:Soumya Das
First published: