ଓଡ଼ିଶାରେ ଆରମ୍ଭ ହେବ ସ୍ୱଚ୍ଛ ସହର ପ୍ରତିଯୋଗିତା; ଦେଶରେ ପ୍ରଥମ

ଓଡିଶାରେ ହେବ ସ୍ଵଚ୍ଛ ସହର ପ୍ରତିଯୋଗିତା । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଏହା ପ୍ରଥମ ଥର ହେବାକୁ ଯାଉଛି।

ଓଡ଼ିଶାରେ ଆରମ୍ଭ ହେବ ସ୍ୱଚ୍ଛ ସହର ପ୍ରତିଯୋଗିତା (ପ୍ରତୀକାତ୍ମକ ଛବି)

ଓଡ଼ିଶାରେ ଆରମ୍ଭ ହେବ ସ୍ୱଚ୍ଛ ସହର ପ୍ରତିଯୋଗିତା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଓଡିଶାରେ ହେବ ସ୍ଵଚ୍ଛ ସହର ପ୍ରତିଯୋଗିତା । ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାର ନାଁ ରହିବ 'ମୁଖ୍ୟମନ୍ତ୍ରୀ ସ୍ବଚ୍ଛ ସହର'। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଏହା ପ୍ରଥମ ଥର ହେବାକୁ ଯାଉଛି।

"ସହର ଗୁଡିକରେ ସ୍ଵଚ୍ଛତା ବଜାୟ ରଖିବା ଏହି ପ୍ରତିଯୋଗିତାର ଉଦ୍ଦେଶ୍ୟ । ତେଣୁ କେଉଁ କେଉଁ ପ୍ରଣାଳୀରେ ସହର ଗୁଡିକୁ ନମ୍ବର ମିଳିବ ସେ ନେଇ ଲୋକ ସେବା ଭବନ କନଭେନଶନ ହଲରେ ଓରିଏଣ୍ଟସେନ ପ୍ରୋଗ୍ରାମ କରାଯାଇଛି। ପୌର ପ୍ରଶାସନ ପ୍ରତ୍ୟେକ ପ୍ରଭାବ ଯାହା ସ୍ଵଚ୍ଛତା ସହ ଜଡିତ ତାକୁ କେମିତି ମାର୍କ ଦିଆଯିବ ସେ ନେଇ ପ୍ରଶିକ୍ଷଣପ୍ରଦାନ କରାଯାଉଛି । ପୌର ସଂସ୍ଥାର ନିର୍ବାହୀ ଅଧିକାରୀ, କମିଶନର, ଡେପ୍ୟୁଟି କମିଶନର, ଆଡିସନାଲ କମିଶନର, ସାନିଟେସନ ଏକ୍ସପର୍ଟ ମାନଙ୍କୁ ନେଇ ଦୁଇ ଦିନ ଧରି ତାଲିମ ଦିଆଯିବ," କହିଛନ୍ତି ପୌର ପ୍ରଶାସକ ସଂଗ୍ରାମ ଜିତ ନାଏକ।

ପ୍ରତ୍ୟେକ ଘରୁ ଅଳିଆ ନେଇ ସେଗୁଡିକରୁ ଓଦା ଓ ଶୁଖିଲା ଅଳିଆକୁ ପୃଥକ କରାଯିବ । ତାପରେ ସେହି ଅଳିଆଗୁଡିକୁ ୱେଲଥ ସେଣ୍ଟରକୁ ପଠାଯିବ। ଓଦା ଅଳିଆକୁ ୪୧ ଦିନ ରଖିବା ପରେ ତାକୁ ପ୍ରକ୍ରିୟାକରଣ କରି ମୋ ଖତରେ ପରିବର୍ତ୍ତନ କରାଯିବ । କୃଷି ବିଭାଗ, ବନ ବିଭାଗ, ଉଦ୍ୟାନକୃଷି ବିଭାଗ ମୃତ୍ତିକା ସଂରକ୍ଷଣ ବିଭାଗମାନେ ସେହି ଖତକୁ କିଣିବେ। ୨୦ ଟଙ୍କା ପ୍ରତି କିଲୋଗ୍ରାମ ଦରରେ ମୋ ଖତ ବିକ୍ରି କରାଯିବ । ସେହିପରି ଶୁଖିଲା ଅଳିଆକୁ ବାଛିଲା ପରେ ସେଥିରୁ ଯେଉଁ ଗୁଡିକୁ ବିକ୍ରି କରାଯାଇପାରିବ ସେଗୁଡିକୁ ରିସାଇକେଲ କରାଯିବ । ଆଉ ଯେଉଁଗୁଡିକୁ ରିସାଇକେଲ କରାଯାଇପାରିବ ନାହିଁ ସେଗୁଡିକୁ ସିମେଣ୍ଟ କାରଖାନାକୁ ପଠାଯିବ । ଏଥିପାଇଁ ୩ ହଜାର ସ୍ଵଚ୍ଛ କର୍ମୀ ଓ ସ୍ଵଚ୍ଛ ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଛି । ସେମାନେ ମିଶନ ଶକ୍ତି ଅନ୍ତର୍ଗତ ଗୋଷ୍ଠୀରୁ ଆସି କାମ କରୁଛନ୍ତି । ଖତ ବିକ୍ରି ପଇସାରୁ ସେମାନଙ୍କୁ ପାରିଶ୍ରମିକ ଦିଆଯିବ ।

ସ୍ଵଚ୍ଛ ସହର ପ୍ରତିଯୋଗିତା ପାଇଁ ବିଭିନ୍ନ ପ୍ରକାର ପାରାମିଟର ରହିବ । ଘରୁ ଅଳିଆ ଆଣୁଛନ୍ତି କି ନାହିଁ, ରାସ୍ତ କିପରି ସୁନ୍ଦର ରହିଛି, ଏମସିସି ଓ ଏମଆରଏଫକୁ ସବୁ ଅଳିଆ ଯାଉଛି କି ନାହିଁ, ଅଳିଆ ନେବା ପାଇଁ ବ୍ୟାଟେରୀ ଚାଳିତ ଗାଡି ଅଛି କି ନାହିଁ, ଅଳିଆ ସଂଗ୍ରହକୁ କାର୍ଯ୍ୟକାରୀ କରିବା ପାଇଁ ସ୍ଵଚ୍ଛ କର୍ମୀ ଓ ସୁପରଭାଇଜର ଘରକୁ ଘର ଯାଉଛନ୍ତି କି ନାହିଁ ଓ ମୋ ଖତକୁ ଠିକ୍ ଭାବେ ବିକ୍ରି କରାଯାଉଛି କି ନାହିଁ । ଏସବୁ ପାରାମିଟର ଉପରେ ଟିକିନିକି ଅନୁଧ୍ୟାନ କରି ସହର ମାନଙ୍କୁ ମାର୍କ ଦିଆଯିବ । ଏହି ପ୍ରତିଯୋଗିତା ଦ୍ଵାରା ସହର ମାନଙ୍କରେ ସ୍ଵଚ୍ଛତା ମନବୃତ୍ତି ଆସିବ ଓ ସହରଗୁଡିକରେ ସ୍ଵଚ୍ଛ ଏବଂ ନିର୍ମଳ ପରିବେଶ ସୃଷ୍ଟି ହେବ ।

ପ୍ରତିଯୋଗିତାରେ ୧୦୯ଟି ଏନଏସସି, ମନ୍ୟୁନିସିପାଲିଟି ଏବଂ ୫ଟି ମହାନଗର ନିଗମକୁ ସାମିଲ କରାଯିବ । ପ୍ରତ୍ୟେକ ଘରକୁ ଯାଇ ସେମାନେ ଲୋକଙ୍କୁ ଓଦା ଓ ଶୁଖିଲା ଅଳିଆ ବିଷୟରେ ବୁଝାଇବେ । ଭୁବନେଶ୍ଵରରେ ଯେଉଁ ଲୋକ ମାନେ ଶୁଖିଲା ଓ ଓଦା ଅଳିଆ ପୃଥକ କରି ଦେଉଛନ୍ତି ସେମାନଙ୍କ ଘର ଆଗରେ ଏକ ଶାଗୁଆ ଷ୍ଟିକର ଲଗାଯିବ । ଆଉ ଯେଉଁମାନେ ଅଳ୍ପ ମାତ୍ରାରେ ମିଶାଇ ଦେଉଛନ୍ତି ସେମାନଙ୍କ ଘରେ କମଳା ରଙ୍ଗର ଷ୍ଟିକର ଓ ଯେଉଁମାନେ ଆଦୌ ପୃଥକ କରୁନାହାନ୍ତି ସେମାନଙ୍କୁ ସାବଧାନ କରିବା ପାଇଁ ଘର ଆଗରେ ନାଲି ରଙ୍ଗର ଷ୍ଟିକର ଲଗାଯିବ ।
Published by:Soumya Das
First published:
)}