ନକଲି ଜିନିଷର ସହର ପାଲଟିଛି କଟକ ସହର; ବେଧଡ଼କ ଭାବେ ଚାଲିଛି ଅପମିଶ୍ରିଣ କାରବାର

ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ କାରବାର ନେଇ ଅପବାଦ କଟକ ସହରର ପିଛା ଛାଡ଼ୁନାହିଁ । ଗତ ଦୁଇ ଦିନ ମଧ୍ୟରେ ନକଲି ମୃଦ୍ୟୁ ପାନୀୟ ଓ ସସ୍ ଇତ୍ୟାଦି ଠାବ ହେବା କଟକରେ ନକଲି କାରବାର ସମ୍ପର୍କରେ ପୁଣି ନୁଆ ତଥ୍ୟ ପ୍ରଦାନ କରିଛି ।

ନକଲି ଜିନିଷର ସହର ପାଲଟିଛି କଟକ ସହର (ପ୍ରତୀକାତ୍ମକ ଛବି)

ନକଲି ଜିନିଷର ସହର ପାଲଟିଛି କଟକ ସହର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ କାରବାର ନେଇ ଅପବାଦ କଟକ ସହରର ପିଛା ଛାଡ଼ୁନାହିଁ । ନିୟମିତ ବ୍ୟବଧାନରେ ସହର ତଥା ଏହାର ଆଖପାଖ ଅଞ୍ଚଳରେ ରେଡ଼ କରି ବିଭିନ୍ନ ପ୍ରକାର ଅପମିଶ୍ରିତ ତଥା ନକଲି ସାମଗ୍ରୀ ପ୍ରସ୍ତୁତ ହେଉଥିବା କାରଖାନା ଠାବ କରୁଛି ପୋଲିସ ଓ ସ୍ବାସ୍ଥ୍ୟ ବିଭାଗ ।

ଗତ ଦୁଇ ଦିନ ମଧ୍ୟରେ ନକଲି ମୃଦ୍ୟୁ ପାନୀୟ ଓ ସସ୍ ଇତ୍ୟାଦି ଠାବ ହେବା କଟକରେ ନକଲି କାରବାର ସମ୍ପର୍କରେ ପୁଣି ନୁଆ ତଥ୍ୟ ପ୍ରଦାନ କରିଛି । ସେପଟେ କଟକରେ ନକଲି ସାମଗ୍ରୀ ପ୍ରସ୍ତୁତି ଓ ବିକ୍ରିବଟାର ଏକ ବିରାଟ ରାକେଟ ଚାଲିଛି ଓ ଏପର୍ଯ୍ୟନ୍ତ ଧରାପଡ଼ିଥିବା କାରବାର "ଟିପ୍-ଅଫ ଦି ଆଇସ୍ ବର୍କ," କହିଛନ୍ତି ସିଏମସି ସ୍ବାସ୍ଥ୍ୟଅଧିକାରୀ ।

"କଟକ ସହର ଓ ଏହାର ଆଖପାଖରେ ନକଲି କାରବାର ବହୁ ବ୍ୟାପକ ସ୍ତରରେ ଚାଲିଛି । ଏବେ ସୁଦ୍ଧା ଆମେ ଯେତିକି ଠାବ କରିଛୁ ସେ ସବୁ "ଟିପ୍-ଅଫ ଦି ଆଇସ୍ ବର୍କ" । ଆହୁରି ବହୁତ ପ୍ରତିଷ୍ଠାନ ବା କାରଖାନା ଏମତି ଅଛି ଯାହା ସମ୍ପର୍କରେ ଆମକୁ ସୂଚନା ବାକି ଅଛି । ନକଲି ଉତ୍ପାଦ କାରବାରକୁ ଠାବ କରିବା ଦିଗରେ ଆମେ ଆଗକୁ ଯାଞ୍ଚ ପ୍ରକ୍ରିୟାକୁ ଆହୁରି ଜୋରଦାର କରିବୁ। ଏଥିପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି," କହିଛନ୍ତି ସିଏମସିର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ।

"ରାଜ୍ୟ ସରକାର ୧୯୯୫ ମସିହାରେ ଏକ ଆଇନ ଆଣିଲେ । ଏହି ଆଇନର ଧାରା ୧୬ରେ ଖାଦ୍ୟ ଅପମିଶ୍ରଣ କରୁଥିବା କିମ୍ବା ସେଗୁଡ଼ିକୁ ଗଚ୍ଛିତ ରଖୁଥିବା କିମ୍ବା ଆମଦାନୀ ଓ ରପ୍ତାନୀ କରୁଥିବା ବ୍ୟକ୍ତିଙ୍କୁ ଅତିକମରେ ୬ ମାସର ଜେଲ ଦଣ୍ଡ, ଯାହାକି ୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ। ଭାରତୀୟ ଦଣ୍ଡବିଧାନ ଆଇନରେ ଏହା ଏକ ଜାମିନ ଯୁକ୍ତ ଅପରାଧ । ତେଣୁ କଠୋର ଆଇନ ନଥିବାରୁ ଗରିଫ ହେବା ପରେ ମଧ୍ୟ ଅଭିଯୁକ୍ତମାନେ ସହଜରେ ଜାମିନ ପାଇଯାଉଛନ୍ତି । ତେଣୁ କଠୋର ଆଇନ ପ୍ରଣୟନ କରାଗଲେ ଅପମିଶ୍ରଣ ଭଳି ଏକ ମାରାତ୍ମକ ଅପରାଧକୁ ରୋକିବା ସହଜ ହେବ ନାହିଁ,"କହିଛନ୍ତି ହାଇକୋର୍ଟର ଆଇନଜୀବୀ ଅକ୍ଷୟ ପାଣ୍ଡେ ।
Published by:Soumya Das
First published: