ସହରର ଆଇନଶୃଙ୍ଖଳାରେ ନାହିଁ ପୋଲିସର ନିୟନ୍ତ୍ରଣ; ଧରାଯିବେ ସବୁ କ୍ରିମିନାଲ: ଆଇଜି

କିଛି ଦିନ ଭିତରେ ସହରରେ ୩୦ରୁ ଅଧିକ କେଶ ସାମ୍ନାକୁ ଆସିଲାଣି । ଏହାଭିତରେ ଜଣେ ମହିଳା କାଉନସେଲର ଓ ଜଣେ ହାବିଲଦାରଙ୍କ ସ୍ତ୍ରୀ ମଧ୍ୟ ଲୁଟର ଶିକାଟ ହେଲେଣି। ଗତ ୨ ତାରିଖ ମଲ୍ଲିକାଶପୁରରେ ଜଣେ ବ୍ୟକ୍ତିଙ୍କୁ ବନ୍ଧୁକ ଦେଖାଇ ୩ ଲକ୍ଷ ଲୁଟ ହୋଇଛି ।

ସହରର ଆଇନଶୃଙ୍ଖଳାରେ ନାହିଁ ପୋଲିସର ନିୟନ୍ତ୍ରଣ (ପ୍ରତୀକାତ୍ମକ ଛବି)

ସହରର ଆଇନଶୃଙ୍ଖଳାରେ ନାହିଁ ପୋଲିସର ନିୟନ୍ତ୍ରଣ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ୱର: ହତ୍ୟା, ରାହଜାନୀ, ଲୁଟ ଯୋଗୁଁ ଘରୁ ବାହାରିବାକୁ ଡରୁଛନ୍ତି ଲୋକେ । ବାଲେଶ୍ୱର ସହରର ଆଇନଶୃଙ୍ଖଳା ଏବେ ନାହିଁ ପୋଲିସର ନିୟନ୍ତ୍ରଣରେ । ପୁରୁଣା ଅପରାଧି ବେଲରେ ଆସି କିଛି ନାବାଳକଙ୍କୁ ଗ୍ୟାଙ୍ଗରେ ସାମିଲ କରି ଅପରାଧ ଘଟାଉଥିବା ସନ୍ଦେହ ।  ଶୀଘ୍ର ସବୁ ହାର୍ଡକର କ୍ରିମିନାଲ ଧରାଯିବେ ବୋଲି ପୂର୍ବାଞ୍ଚଳ ଆଇଜି କହିଛନ୍ତି।

ଘରୁ ବାହାରିଲେ ଭୟଭୀତ ଲୋକେ । ଟିକିଏ ସୁଯୋଗ ପାଇଲେ ଝାମ୍ପି ନେଉଛନ୍ତି ଟଙ୍କା, ମୋବାଇଲ ଓ ସୁନା ଗହଣା। କିଛି ସ୍ଥାନରେ ବାଇକରେ ଆସି ଜବରଦସ୍ତି ଝିଙ୍କି ଚମ୍ପଟ ମାରୁଛନ୍ତି ତ ଆଉ କିଛି ଜାଗାରେ ଖଣ୍ଡା ତରବାରୀରେ ଆକ୍ରମଣ କରି ଲହୁଲୁହାଣ କରି ଲୁଟୁଛନ୍ତି ଲୁଟେରା । ସବୁଠାରୁ ଅଧିକ ଟାର୍ଗେଟରେ ରହୁଛନ୍ତି ବରିଷ୍ଠ ନାଗରିକ, କଲେଜ ଛାତ୍ରୀ ଓ ମହିଳାମାନେ । ଏକେଲା ପାଇଲେ ସୁଯୋଗ ଆଉ ନିସ୍ତାର ନାହିଁ । ଗତ କିଛି ଦିନ ଭିତରେ ସହରରେ ୩୦ରୁ ଅଧିକ କେଶ ସାମ୍ନାକୁ ଆସିଲାଣି । ଏହାଭିତରେ ଜଣେ ମହିଳା କାଉନସେଲର ଓ ଜଣେ ହାବିଲଦାରଙ୍କ ସ୍ତ୍ରୀ ମଧ୍ୟ ଲୁଟର ଶିକାଟ ହେଲେଣି। ଗତ ୨ ତାରିଖ ମଲ୍ଲିକାଶପୁରରେ ଜଣେ ବ୍ୟକ୍ତିଙ୍କୁ ବନ୍ଧୁକ ଦେଖାଇ ୩ ଲକ୍ଷ ଲୁଟ ପରେ ୩ ତାରିଖ ଏଡିଏମ ଛକରେ ଜଣେ ବ୍ୟକ୍ତିଙ୍କୁ ତେଲେଙ୍ଗା ଓ ବନ୍ଧୁକ ଦେଖାଇ ଦେଢ଼ ଲକ୍ଷ ଲୁଟ ହୋଇଛି । ସେହିପରି ଗତ ୩ ତାରିଖ ରାତିରେ ଚାନ୍ଦିପୁର ରୋଡ଼ ରେ ବିଭତ୍ସ ହତ୍ୟା , ୧୫ଦିନ ତଲେ ବରିଷ୍ଠ ନାଗରିକଙ୍କୁ ଏସ୍ପିଙ୍କ ନାଁ ନେଇ ଲୁଟ ହୋଇଛି। ହେଲେ ଏଯାଏଁ ପୋଲିସ ଗୋଟିଏ ହେଲେ ଅପରାଧୀଙ୍କୁ ଧରି ପାରୁନି।

"ମଙ୍ଗଳବାର ରାତିରେ ମୁଁ ଓ ମୋର ଦୁଇ ସାଙ୍ଗ ଏକ କାରରେ ଜାତୀୟ ରାଜପଥ ୧୬ ହଳଦୀ ପଦାଠାରେ ୩ ଜଣ ଯୁବକ କଳା ପଲସରରେ ଆସି ଆମକୁ ଅଟକାଇବା ସହିତ ଖଣ୍ଡାରେ ଆକ୍ରମଣ କରି ମୋର ସାଙ୍ଗର ସୁନା ବ୍ରାସଲେଟ , ମୋବାଇଲ ଓ ଟଙ୍କା ନେଇ ଚମ୍ପଟ ମାରିଲେ। ବଡ଼କଥା ସବୁ ୩ ଜଣ ୧୮ ବର୍ଷରୁ କମ ନାବାଳକ। ଏନେଇ ଆମେ ଥାନାରେ ଅଭିଯୋଗ କରିଛୁ," କହିଛନ୍ତି ଲୁଟର ଶିକାର ହୋଇଥିବା ବ୍ୟକ୍ତି ଚିରଞ୍ଜିବି ରାଉତ।

ଏନେଇ ବିଭିନ୍ନ ୱାର୍ଡ଼ର କିଛି ଛାତ୍ର ଛାତ୍ରୀ ଓ ବ୍ୟକ୍ତି ପୂର୍ବାଞ୍ଚଳ ଆଇଜିଙ୍କୁ ଭେଟିବା ସହିତ ତୁରନ୍ତ ଅପରାଧୀଙ୍କୁ ଧରିବାକୁ ଦାବି କରିଛନ୍ତି । ସେପଟେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୂର୍ବରୁ କିଛି ଧର୍ତ୍ତବ୍ୟ ଅପରାଧରେ ଜଡ଼ିତ ଲୁଟେରା ବେଲରେ ଆସି ଗ୍ୟାଙ୍ଗ ଗଢ଼ିଛନ୍ତି।  ଆଉ ଏହି ଗ୍ୟାଙ୍ଗରେ ସାମିଲ କରିଛନ୍ତି କିଛି ନାବାଳକଙ୍କୁ । ଯେଉଁମାନେ ବେଫିକର ହୋଇ ଲୁଟ ଓ ଆକ୍ରମଣ କରି ଫେରାର ହୋଇ ଯାଉଛନ୍ତି।  ନାବାଳକ ଓ ପୂର୍ବରୁ କ୍ରାଇମ ରେକର୍ଡ ନଥିବାରୁ ସେମାନଙ୍କୁ ପୋଲିସ ଧରିବା କାଠିକର ପାଠ ବୋଲି କୁହାଯାଉଛି ।

"ଦୁଇ ଦିନ ତଳେ ଆଲୋଚନା ହେବା ସହିତ ନାକା ପୋଷ୍ଟ କରି ଚେକିଂ ବୃଦ୍ଧି କରାଯାଇଛି ଖାଲି ସେତିକି ନୁହେଁ ପେଟ୍ରୋଲିଂ କଡ଼ାକଡ଼ି କରାଯିବା ସହିତ ପୁରୁଣା ଅପରାଧୀଙ୍କୁ ଧରିବାକୁ ସ୍ୱତନ୍ତ୍ର ରଣନୀତି କରାଯାଇଛି । ସପ୍ତାହେ ଭିତରର ସବୁ ଅପରାଧୀ ପୋଲିସର ହେପାଜତକୁ ଆସିବେ,"କହିଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି।
Published by:Soumya Das
First published: