ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଅଳିଆ ସହ ପୌରାଞ୍ଚଳକୁ ଟଙ୍କା ଦେବେ ପୁରୀବାସୀ; ବିରୋଧ କରୁଛନ୍ତି ସାମାଜିକ ସଙ୍ଗଠନ

ଅଳିଆ ସହ ପୌରାଞ୍ଚଳକୁ ଟଙ୍କା ଦେବେ ପୁରୀବାସୀ; ବିରୋଧ କରୁଛନ୍ତି ସାମାଜିକ ସଙ୍ଗଠନ

ଅଳିଆ ପାଇଁ ଏଣିକି ତଣ୍ଡ ଗଣିବେ ପୁରୀ ସହରବାସୀ । ଆଜିଠାରୁ ଅଳିଆ ଗାଡିକୁ ଅଳିଆ ଦେଉଥିବା ବ୍ୟକ୍ତି ଅବା ଅନୁଷ୍ଠାନଠାରୁ ୟୁଜର୍ସ ଫି ବା ଶୁଳ୍କ ଆଦାୟ କରିବ ପୁରୀ ପୌରସଂସ୍ଥା ।

ଅଳିଆ ସହ ପୌରାଞ୍ଚଳକୁ ଟଙ୍କା ଦେବେ ପୁରୀବାସୀ; ବିରୋଧ କରୁଛନ୍ତି ସାମାଜିକ ସଙ୍ଗଠନ
ଅଳିଆ ପାଇଁ ଟଙ୍କା ଗଣିବେ ପୁରୀ ବାସିନ୍ଦା (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 10, 2021, 7:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଅଳିଆ ପାଇଁ ଏଣିକି ତଣ୍ଡ ଗଣିବେ  ପୁରୀ ସହରବାସୀ । ଆଜିଠାରୁ ଅଳିଆ ଗାଡିକୁ ଅଳିଆ ଦେଉଥିବା ବ୍ୟକ୍ତି ଅବା ଅନୁଷ୍ଠାନଠାରୁ ୟୁଜର୍ସ ଫି ବା ଶୁଳ୍କ ଆଦାୟ କରିବ ପୁରୀ ପୌରସଂସ୍ଥା । ମାସିକ କିଏ କେତେ ଫି' ଭରିବ ତାହାର ତାଲିକା ପ୍ରକାଶ ପାଇଛି। ସହରର ୩୪ଟି ବର୍ଗରୁ ଫି ଆଦାୟ କରାଯିବ। ଏ ନେଇ ପୌରପାଳିକା ପକ୍ଷରୁ ନୋଟିସ ଜାରୀ ହେବା ପରେ ସହରବାସୀଙ୍କ ମଧ୍ୟରେ ଭାଳେଣି ପଡିଛି। ୟୁଜର୍ସ ଫିକୁ ବିରୋଧ କରି କିଛି ଅନୁଷ୍ଠାନ ଜିଲ୍ଲାପାଳଙ୍କୁ ଭେଟି ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି। ନଚେତ ଆଗାମୀ ଦିନରେ ପୁରୀବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

"ଗତ ଦୁଇବର୍ଷ ଧରି ସ୍ୱଚ୍ଛ ପୁରୀ ଗର୍ବ ଆମରି ଯୋଜନାରେ ପୁରୀ ପୌରାଞ୍ଚଳର ସାହି ଓ ଗଳିକନ୍ଦି ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଉଛି। ଏହି କାର୍ଯ୍ୟରେ ପୌରପାଳିକାର ୫୦ ଗାଡ଼ି ଓ ୨୦୦ ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି। ପ୍ରଥମ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଆର୍ଥିକ ଅନୁଦାନ ଯୋଗାଇଥିଲା । ହେଲେ ଏବେ ଆଉ ଆର୍ଥିକ ଅନୁଦାନ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛି ବିଭାଗ। ଏ ନେଇ ପୌରସଂସ୍ଥା ନିଜେ କରିବ ଏହାର ପରିଚାଳନା। ଗତମାସ ୨୧ ତାରିଖରେ ପୁରୀ ପୌରପରିଷଦ ବୈଠକରେ ଏଭଳି ନିଷ୍ପତି ନିଆଯାଇଥିବା ବେଳେ ଚଳିତମାସ ୨ ତାରିଖରେ ଜାରୀ ହୋଇଥିଲା ନିର୍ଦ୍ଦେଶନାମା। ଆଉ ନଭେମ୍ବର ୧ରୁ ୟୁଜର୍ସ ଫି ଆଦାୟ ହେବ ବୋଲି ସ୍ୱଛ ସବାରୀ ଗାଡିରେ ସହରବାସୀଙ୍କୁ ପ୍ରଚାର କରି ଅବଗତ କରାଯାଉଥିବା ବେଳେ ସ୍ୱଛସାଥୀ ବି ଘର ଘର ବୁଲି ଜଣାଉଛନ୍ତି," କହିଛନ୍ତି ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ ସ୍ୱାଇଁ  ।

"ଅଳିଆ ଗାଡି ସହ ଯାଉଥିବା ସ୍ୱଚ୍ଛସାଥୀ କିମ୍ବା ପୌରକର୍ମଚାରୀ ୟୁଜର୍ସ ଫି ଆଦାୟ କରିବେ । ତେବେ ଦେୟ ନ ଦେଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ପୌରସଂସ୍ଥା ପକ୍ଷରୁ ୩୨ଟି ୱାର୍ଡରେ ୪୦ରୁ ଅଧିକ ଛୋଟ ଓ ବଡ ଗାଡି ବା ସ୍ୱଛସବାରୀ ଦ୍ୱାରା ପୌରାଞ୍ଚଳରୁ ଅଳିଆ ସଂଗ୍ରହ କରାଯାଉଛି । ଏଥିପାଇଁ ଦିନକୁ ୧ଟଙ୍କା ମାତ୍ର ଦେବାକୁ ପଡୁଛି । ତେଣୁ ଏହା ଦ୍ୱାରା ପୁରୀ ସହରର ଅଶି ପ୍ରତିଶତ ସଫାସୁତୁରା ରହୁଛି। ଏହି ୟୁଜର୍ସ ଫି ନୂଆ ନୁହେଁ। ସବୁଠି ନିଆଯାଉଛି। ଫି ନୋମିନାଲ ରହିଛି। କେବଳ ପୁରୀ ନୁହେଁ ନିମାପଡା, କୋଣାର୍କ , ପିପିଲି ଆଦି ବିଭିନ୍ନ ଯାଗାରେ ଲାଗୁ କରାଯାଇଛି। ଏହା ବାଧ୍ୟତାମୁଳକ ନୁହେଁ। ଧିରେ ଧୀରେ କଲେକ୍ସନ କରାଯିବ। କେନ୍ଦ୍ର ସରକାର ଆଉ ମେଣ୍ଟେନାନସ ବାବଦ ଖର୍ଚ୍ଚ ବହନ କରୁନାହିଁ । ସ୍ୱଛ ଭାରତ ସର୍ବେକ୍ଷଣରେ ପୁରୀ ନିମ୍ନସ୍ଥାନରେ ରହୁଥିବାରୁ ଏହି ସ୍ୱତନ୍ତ୍ର ପଦକ୍ଷେପରେ ସୁଧାର ଆସିଛି  । ତେଣୁ ସହରବାସୀଙ୍କୁ ଅନୁରୋଧ କରାଯାଉଛି ପ୍ରଶାସନକୁ ଏ ନେଇ ସହଯୋଗ କରନ୍ତୁ,"କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା  ।

"ପୂର୍ବରୁ ସହରବାସୀ ହୋଲଡିଂ ଟ୍ୟାକ୍ସ ଦେଉଥିବାରୁ ଅଳିଆ ପାଇଁ ସ୍ୱତନ୍ତ୍ର ୟୁଜର୍ସ ଫିସ ଦେବାକୁ ପଡିବ। ଏହାକୁ ପୁରୀର ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି।  ଜିଲ୍ଲାପାଳଙ୍କୁ ଭେଟି ଦାବୀପତ୍ର ଦିଆଯାଇଛି। ୟୁଜର୍ସ ଫି ନିଷ୍ପତ୍ତିର ପୁନର୍ବିଚାର ନହେଲେ ଆନ୍ଦୋଳନ ତୀବ୍ରତର କରିବାକୁ ଚେତାବନୀ ଦିଆଯାଇଛି। ସହରବାସୀ ଓ ଉଠାଦୋକାନୀଙ୍କୁ ୟୁଜର୍ସ ଫିରୁ ବାଦ ଦେବା ପାଇଁ ଜିଲ୍ଲାପାଳଙ୍କୁ ୨୦ରୁ ଅଧିକ ସାମାଜିକ ସଙ୍ଗଠନ ଦାବୀ ପତ୍ର ଦେଇଛନ୍ତି," କହିଛନ୍ତି କୁମାରଉତ୍ସବ କମିଟି ଆବାହକ ସ୍ୱାଧୀନ ପଣ୍ଡା  ।

ପୌରସଂସ୍ଥାର ୟୁଜର୍ସ ଫି ବିଜ୍ଞପ୍ତି ଅନୁଯାୟୀ , ପୁରୀ ପୌରପାଳିକା ୫୦୦ବର୍ଗଫୁଟ ବିଶିଷ୍ଟ ଘର ପାଇଁ ୨୫ଟଙ୍କା, ୧୨ଶହ ବର୍ଗଫୁଟ ଘର ପାଇଁ ୫୦ଟଙ୍କା ,୩ ହଜାର ବର୍ଗଫୁଟ ଘର ପାଇଁ ୭୦ଟଙ୍କା ଓ ୩ହଜାର ବର୍ଗଫୁଟରୁ ଅଧିକ  ଘର ପାଇଁ ମାସିକ ୧୦୦ଟଙ୍କା ଶୁଳ୍କ ଆଦାୟ କରିବାକୁ ଧାର୍ଯ୍ୟ କରାଯାଇଛି।  ସେହିଭଳି ବ୍ୟବସାୟୀ ଦୋକାନ, ଖାଦ୍ୟ ବିକ୍ରି କୋଠାକୁ ତିନୋଟି ବର୍ଗରେ ବିଭାଜନ କରାଯାଇଛି। ୧୦୦ ବର୍ଗଫୁଟର ଦୋକାନୀଙ୍କ ପାଇଁ ୫୦ଟଙ୍କା, ୧୦୦ରୁ ୨୦୦ବର୍ଗଫୁଟ ପାଇଁ ୭୫ଟଙ୍କା ଓ ୨୦୦ରୁ ୩୦୦ବର୍ଗ ଫୁଟର ଦୋକାନୀଙ୍କ ପାଇଁ ୧୦୦ଟଙ୍କା ଧାର୍ଯ୍ୟ କରାଯାଇଛି। ହଜାରେ ବର୍ଗଫୁଟର ବ୍ୟବସାୟ ପ୍ରତିଷ୍ଠାନ ଓ ସରକାରୀ , ବେସରକାରୀ ଅଫିସ ପ୍ରଭୃତି ନିମନ୍ତେ ୧୫୦ଟଙ୍କା ,  ହଷ୍ଟେଲ ଓ ଗେଷ୍ଟ ହାଉସ, ରେଷ୍ଟରାଣ୍ଟ , ବାର ଆଦିକୁ ୫୦୦ ଟଙ୍କା ଆଦାୟ କରାଯିବ  । ହୋଟେଲ, ଗେଷ୍ଟହାଉସ, ରେସ୍ତୋରାଁ,ବାର୍ ଉପରେ ଲାଗିବ ମୋଟା ଅଙ୍କର ୟୁଜର୍ସ ଫି।

୨୦ ଶଯ୍ୟା ବିଶିଷ୍ଟ ହୋଟେଲ ଓ ଗେଷ୍ଟ ହାଉସ ପାଇଁ ୫୦୦ଟଙ୍କା, ଏକ ହଜାର ବର୍ଗଫୁଟ ବିଶିଷ୍ଟ ରେଷ୍ଟୁରାଁ ବାର୍ ପାଇଁ ମାସିକ ରହିବ ୫୦୦ଟଙ୍କା ୟୁଜର୍ସ ଫି। ସେହିଭରି ତିନି ତାରକା ହୋଟେଲ ଏକ ହଜାର ଟଙ୍କା ଫି ଧାର୍ଯ୍ୟ କରାଯାଇଛି। ହେଲ୍ଥ କେୟାର ପ୍ରତିଷ୍ଠାନ ସହିତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଆଦି ଅନୁଷ୍ଠାନ ଉପରେ ମଧ୍ୟ ଲଗାଯାଇଛି ସ୍ୱଚ୍ଛ ସବାରୀ ଶୁଳ୍କ ।
Published by: Soumya Das
First published: November 10, 2021, 7:27 PM IST