ରାଜଧାନୀରେ ମାତିଛନ୍ତି ଛୁଆ ଚୋର; ୫ଦିନ ପରେ ପୋଲିସ ହାତରେ ଧରା ପଡ଼ିଲା

ଚକୋଲେଟ ଦେଇ ଚାରି ବର୍ଷର ଛୁଆକୁ ଅପହରଣ କରିନେଇଥିଲା ଦୃବୁର୍ତ୍ତ । ୫ ଦିନ ତଲାସି ପରେ ଇନ୍ଫୋସିଟି ଥାନା ପୋଲିସ ହାତରେ ଅଭିଯୁକ୍ତ ଧରା ପଡି଼ଛି।

ରାଜଧାନୀରେ ମାତିଛନ୍ତି ଛୁଆ ଚୋର (ପ୍ରତୀକାତ୍ମକ ଛବି)

ରାଜଧାନୀରେ ମାତିଛନ୍ତି ଛୁଆ ଚୋର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଛୁଆ ଉପରୁ ଟିକେ ଆଖି ପତା ପକାଇ ଦେଲେ କ୍ଷଣିକ ଭିତରେ ଶିଶୁ ଚୋର ଉଠାଇ ନେଇଯିବ। ଏମିତି ଏକ ଘଟଣାର ପର୍ଦ୍ଦାଫାଶ କରିଛି ଇନ୍ଫୋସିଟି ପୋଲିସ। କିନ୍ତୁ ପୋଲିସ ହାତରେ ଧରା ପଡ଼ିଛି ଅପହରଣକାରୀ। ୫ ଦିନ ଖୋଜ ତଲାସୀ ପରେ ଇନ୍ଫୋସିଟି ଥାନା ହାତରେ ଅଭିଯୁକ୍ତ।

ଗିରଫ ଅଭିଯୁକ୍ତ ଜଣକ ଜଟଣୀ କୁଦିଆରୀ ଅଞ୍ଚଳର ଅଶୋକ ଦାସ। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଅପହରଣ କରି ଲୁଚିଥିବା ବେଳେ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ପେସାରେ ରଙ୍ଗ ମିସ୍ତ୍ରୀ ବୋଲି ପୋଲିସ ଜାଣିବାକୁ ପାଇଛି। ଦୀର୍ଘ ଦିନ ହେବ ଅଭିଯୁକ୍ତ ଜଣକ ରାଜଧାନୀର ବିଭିନ୍ନ ସ୍ଥାନରେ ରହି ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲେ। ଘରର ବାହାରେ ଖେଳୁଥିବା ଛୋଟ ଝିଅକୁ ଚକୋଲେଟ ଲୋଭ ଦେଖାଇ ଅପହରଣ କରିଥିଲା ଦୁର୍ବୃତ୍ତ। ସିସିଟିଭି ଆଧାରରେ ପୋଲିସ ଓ କିଛି ସ୍ୱଚ୍ଛାସେବୀ ସଂଘଠନ ମିଶି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛନ୍ତି।

ଅପହରଣ ହେଳର ଦୃଶ୍ଯ


ବିଭିନ୍ନ ଏନଜିଓର ତଥ୍ୟ କହୁଛି ବାର୍ଷିକ ଏକ ଲକ୍ଷ ୩୫ ହଜାର ଶିଶୁ ସାରା ଭାରତ ବର୍ଷରୁ ନିଖୋଜ ହୁଅନ୍ତି। ଏଥିରେ ଅନେକ କାରଣ ରହିଥିବା ବେଳେ ଚୋରି ମାମଲା ଅନ୍ୟତମ। ଏହି ସଂଖ୍ୟାର ୮ ରୁ ୧୦ ପ୍ରତିଶତ ହେଉଛି କେବଳ ଶିଶୁ ଚୋରି ମାମଲା। ଯାହାକି ncrb ରିପୋର୍ଟ ଠାରୁ ବେଶ ଅଧିକ। ଯାହାକି ଏକ ଚିନ୍ତାର କାରଣ ବୋଲି ଚାଇଲଡ଼ ଲାଇନ କହିଛି।

"ପୋଲିସ ଏ ଦିଗରେ ଏକ କମିଟି ଗଠନ କରିବା ସହ ପ୍ରକୃତରେ ଏଥିରେ ଜଣେ ଦୋଷୀ ନା ଆଉ କିଏ ତାହାର ତଦନ୍ତ ହେଉ। ଅଧିକ ତଦନ୍ତ ପରେ ଅପହରଣ ର ମୁଖ୍ୟ କାରଣ ଜଣାପଡ଼ିବ। ଏଥିସହ ଅଭିଯୁକ୍ତର ପୂର୍ଵ ଅପରାଧିକ ମାମଲା ଯାଞ୍ଚ କରିବା ସହ ଅଭିଯୁକ୍ତ ଫଟୋ ରାଜଧାନୀର ପ୍ରତେକ ସ୍ଥାନରେ ମରାଯିବ। ଯଦି ପୂର୍ବରୁ ସମ୍ପୂର୍କ ଅଭିଯୁକ୍ତ ଜଣକ ଆଉ କେଉଁ ସ୍ଥାନରେ ବୁଲୁଥିବାର କେହି ଦେଖିଥାନ୍ତି ପୋଲିସକୁ ଖବର ଦେବେ,"କହିଛନ୍ତି ଡ଼ିସିପି ଉମାଶଙ୍କର ଦାଶ।
Published by:Soumya Das
First published: