ପ୍ରଧାନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ମନ୍ତ୍ରୀ; ୮ ମାସ ମାଗଣା ଚାଉଳ ଦେବାକୁ କଲେ ଅନୁରୋଧ

ପ୍ରଧାନ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକଙ୍କ ଜୀବନ ଜୀବିକା ସ୍ୱାଭାବିକ ହୋଇ ନଥିବାରୁ ଆଉ ୮ ମାସ ମାଗଣାରେ ଚାଉଳ ଯୋଗାଇ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି।

ପ୍ରଧାନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ମନ୍ତ୍ରୀ (ପ୍ରତୀକାତ୍ମକ ଛବି)

ପ୍ରଧାନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ମନ୍ତ୍ରୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ପ୍ରଧାନ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକଙ୍କ ଜୀବନ ଜୀବିକା ସ୍ୱାଭାବିକ ହୋଇ ନଥିବାରୁ ଆଉ ୮ ମାସ ମାଗଣାରେ ଚାଉଳ ଯୋଗାଇ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ଚାଉଳ ଯୋଗାଣର ସମୟ ସୀମା ଚଳିତ ମାସ ଶେଷ ହେଉଥିବାରୁ ୮ ମାସ ବୃଦ୍ଧି କରିବାକୁ ଦାବି କରିଛନ୍ତି ନବୀନ।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ଚାଉଳ ପାଇଁ ଚିଠି ଲେଖିଛନ୍ତି ମୁଖ୍ୟ ମନ୍ତ୍ରୀ । ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାକୁ ଅଧିକ ଚାଉଳ ଦେବାକୁ ଦାବି କରିଛନ୍ତି ନବୀନ। ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ୮ ମାସର ଅତିରିକ୍ତ ଚାଉଳ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି।

କୋଭିଡ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଜାତୀୟଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାଗଣା ଚାଉଳ ମିଳୁଛି। ମୁଖ୍ୟ ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ମେ ରୁ ନଭେମ୍ବର ପର୍ଯ୍ୟନ୍ତ ଚାଉଳ ଯୋଗାଣ ସମୟ ବୃଦ୍ଧି ହୋଇଥିବା ବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ବି ଚାଉଳ ଦେଉଥିଲେ ରାଜ୍ୟ ସରକାର। ଚାଉଳ ଯୋଗାଣର ସମୟ ସୀମା ଚଳିତ ମାସ ଶେଷ ହେଉଥିବାରୁ ଅତିରିକ୍ତ ଆଠ ମାସର ଚାଉଳ ଦେବାକୁ ଦାବି କରିଛନ୍ତି। ଏବେବି କୋଭିଡ ସରିନି କି ଜୀବିକା ସ୍ୱାଭାବିକ ହୋଇନି। ପୂର୍ବ ସ୍ଥିତିକୁ ଫେରିବାକୁ ଲୋକ ସଂଘର୍ଷ ଜାରି ରହିଥିବାରୁ ମାଗଣା ଚାଉଳ ଯୋଗାଣ ଆଉ ୮ ମାସ ବୃଦ୍ଧି କରିବାକୁ ମୋଦିଙ୍କୁ ଜଣାଇଛନ୍ତି ନବୀନ।

ଚିଠିକୁ ନେଇ ବିଜେଡି ବିଧାୟକ ଅମର ଶତପଥି କହିଛନ୍ତି ଯେ ନବୀନ ନିଜର ଅନୁଭବ ଯୋଗୁଁ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିବା ବେଳେ ଆଜିର ନିଷ୍ପତ୍ତିକୁ ବି ଅନ୍ୟମାନେ ଅନୁସରଣ କରିବେ। ନବୀନଙ୍କ ଦାବିକୁ କଂଗ୍ରେସ ବି  ସମର୍ଥନ ଜଣାଇଛି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି,"ନବୀନଙ୍କ ଚିଠି ଯଥାର୍ଥ। ଆଗାମୀ ଫସଲ ଅମଳ ପର୍ଯ୍ୟନ୍ତ  କେନ୍ଦ୍ର ରାସନ ଯୋଗାଇବାକୁ ଦାବି କରିଛନ୍ତି ପିସିସି ସଭାପତି। ଯଦି କେନ୍ଦ୍ର ସରକାର ନ ଦେବେ ରାଜ୍ୟ ସରକାର ନିଜେ ମାଗଣାରେ ଦିଅନ୍ତୁ,"।

"ପ୍ରଧାନମନ୍ତ୍ରୀ ଚିଠିକୁ ଅପେକ୍ଷା ନ କରି ନିଜ ଅନୁଭବରୁ ନିଷ୍ପତ୍ତି ନିଅନ୍ତି। କୋଭିଡ ଦୃଷ୍ଟିରୁ ମାଗଣା ଚାଉଳ ଡାଲି,ଗ୍ୟାସ, ଆକାଉଣ୍ଟକୁ ଅର୍ଥ ଦେଇଥିବା ବେଳେ ଅନୁଭବ କଲେ ସମୟ ବୃଦ୍ଧି କରିବେ। ମୁଖ୍ୟମନ୍ତ୍ରୀ ବାହା ବାହା ନେବାକୁ ଚେଷ୍ଟା ନକରି ନିଜେ ଚାଉଳ ଦିଅନ୍ତୁ," କହିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖଶ୍ରୀ ସାମନ୍ତ ସିଂହାର।

କୋଭିଡରେ ଜୀବନ ଜୀବିକା ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଥିବା ବେଳେ ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ କେନ୍ଦ୍ର ସରକାର ମାଗଣା ଚାଉଳ ଦେଉଥିବା ବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାଗଣା ଚାଉଳ ଦେଉଛନ୍ତି ରାଜ୍ୟ ସରକାର।
Published by:Soumya Das
First published: