ପରୀକ୍ଷା ଦେବେ ମନ୍ତ୍ରୀ, ପରୀକ୍ଷକ ହେବେ ମୁଖ୍ୟମନ୍ତ୍ରୀ; ଏପ୍ରିଲ ୨ୟ ସପ୍ତାହରୁ ଚାଲିବ ପରୀକ୍ଷା

ପରୀକ୍ଷା ଦେବେ ମନ୍ତ୍ରୀ, ପରୀକ୍ଷକ ହେବେ ମୁଖ୍ୟମନ୍ତ୍ରୀ। କିଏ କେତେ କାମ କରିଛି କିଏ ଢିଲା ମାରିଛି, ଦକ୍ଷତା ଆନୁଗତ୍ୟ ଓ ପାରଦର୍ଶିତା ହିସାବରେ ବିଭାଗକୁ କେତେ ସଫଳତାର ଶିଖର ଛୁଆଁଇ ପାରିଛନ୍ତି ତାର ତର୍ଜମା କରିବେ ମୁଖ୍ୟମନ୍ତ୍ରୀ।

ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ଼ର ତର୍ଜମା କରିବେ ମୁଖ୍ୟମନ୍ତ୍ରୀ (ପ୍ରତୀକାତ୍ମକ ଛବି)

ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ଼ର ତର୍ଜମା କରିବେ ମୁଖ୍ୟମନ୍ତ୍ରୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ପରୀକ୍ଷା ଦେବେ ମନ୍ତ୍ରୀ, ପରୀକ୍ଷକ ହେବେ ମୁଖ୍ୟମନ୍ତ୍ରୀ। କିଏ କେତେ କାମ କରିଛି କିଏ ଢିଲା ମାରିଛି, ଦକ୍ଷତା ଆନୁଗତ୍ୟ ଓ ପାରଦର୍ଶିତା ହିସାବରେ ବିଭାଗକୁ କେତେ ସଫଳତାର ଶିଖର ଛୁଆଁଇ ପାରିଛନ୍ତି ତାର ତର୍ଜମା କରିବେ ମୁଖ୍ୟମନ୍ତ୍ରୀ। ଏପ୍ରିଲ ଦ୍ବିତୀୟ ସପ୍ତାହରୁ ମେ ଦ୍ବିତୀୟ ସପ୍ତାହ ଯାଏଁ ଏହି ପରୀକ୍ଷା ଚାଲିବ।

ପାୱାର କରିଡରକୁ ଫେରିଲା ମନ୍ତ୍ରୀ ଙ୍କ ରିପୋର୍ଟ କାର୍ଡ଼। ନିଜ ନିଜ ବିଭାଗର ସଫଳ ପ୍ରଦର୍ଶନ ନେଇ ବିଭାଗୀୟ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ରିପୋର୍ଟ।ସାଧାରଣତଃ ମନ୍ତ୍ରୀଙ୍କ ଗସ୍ତ, ନିଜ ବିଭାଗ ରେ 5ଟି କାର୍ଯ୍ୟ କିଭଳି ଚାଲୁଛି, ବିଭାଗରେ ଚାଲିଥିବା ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଓ ଆଗାମୀ ଯୋଜନା କଣ ରହିଛି? ଏହି ସବୁ ଦିଗ ଉପରେ ମନ୍ତ୍ରୀ ନିଜ ନିଜ ରିପୋର୍ଟ କାର୍ଡ଼ ଦେବେ। ଶିକ୍ଷା, ସ୍ବାସ୍ଥ୍ୟ, ମହିଳା ଶିଶୁବିକାଶ, ଅର୍ଥ, ପଞ୍ଚାୟତରାଜ, ଗୄହ, ପଞ୍ଚାୟତ ରାଜ ଓ ପାନୀୟ ଜଳ , ଖାଦ୍ୟ ଯୋଗାଣ, କୄଷି ପ୍ରାଣୀ ସମ୍ପଦ, ଉଚ୍ଚଶିକ୍ଷା, ପୂର୍ତ୍ତ ବିଭାଗ ଗୁଡ଼ିକୁ ଗୁରୁତର ସହ ନିଆଯାଇଛି।

ଏହି ପ୍ରସଙ୍ଗକୁ ନେଇ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି,"ଆମେ ପ୍ରତି ମାସରେ ରିପୋର୍ଟ କାର୍ଡ଼ ଦେଉଛୁ। ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ନିର୍ଦ୍ଦେଶ ଦେବେ। ଯାହା କାର୍ଯ୍ୟକ୍ରମ ରହିଛି କରୁଛି ପ୍ରତିମାସରେ ଦେଉଛି। ଦୁର୍ନୀତି ରୋକିବା ପାଇଁ ସମସ୍ତଙ୍କ ବିଭିନ୍ନ କାର୍ଯ୍ୟ ହେଉଛି। ସାତ ତାରିଖ ଭିତରେ ରିପୋର୍ଟ ଦେଉଛୁ। ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ନେଇ ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀଙ୍କ ଉପରେ ସବୁକିଛି ନିର୍ଭର କରେ।"

ଆସନ୍ତା ମେ ୨୯ରେ ନବୀନ ସରକାର ୫ମ ପାଳିର ୩ୟ ବର୍ଷ ପୂରଣ କରୁଛି । ଗତ ୩ ବର୍ଷରେ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାରେ କେଉଁ ବିଭାଗ କେତେ ସଫଳ ହୋଇଛନ୍ତି ସେ ସମ୍ପର୍କରେ ରିପୋର୍ଟ ଦେବେ ବିଭାଗୀୟ ମନ୍ତ୍ରୀ । ରିପୋର୍ଟ କାର୍ଡ଼ର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚିବମାନଙ୍କ ଉପସ୍ଥିତିରେ ମନ୍ତ୍ରୀମାନେ ସେମାନଙ୍କ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ପାଞ୍ଚଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ । ଏହା ସହିତ 5T ଓ ମୋ ସରକାର କାର୍ଯ୍ୟକ୍ରମରେ ସମ୍ପୃକ୍ତ ବିଭାଗ କିଭଳି କାର୍ଯ୍ୟକାରୀ କରିଛନ୍ତି । ଏହା ସେମାନଙ୍କ ବିଭାଗର କାର୍ଯ୍ୟ ଧାରାରେ କିଭଳି ଉନ୍ନତି ଆଣିଛି । ବିଭାଗକୁ କେତେ ଲୋକାଭିମୁଖୀ କରିପାରିଛି ସେ ସମ୍ପର୍କରେ ମଧ୍ୟ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ।

ବିଭିନ୍ନ କାରଣ ଯୋଗୁଁ ବିବାଦରେ ଛନ୍ଦି ହୋଇଥିବା ମନ୍ତ୍ରୀଙ୍କ ସିସିଆରକୁ ମଧ୍ୟ ଅନୁଧ୍ୟାନ କରିପାରନ୍ତି ମୁଖ୍ୟମନ୍ତ୍ରୀ। ତେବେ କିଏ ପାସ ହୋଇ ପଦ ବଜାଇ ରଖିବେ ଓ କିଏ ଫେଲ ହୋଇ ପଦ ହରାଇବେ ତାହା ଚର୍ଚ୍ଚାର ଶୀର୍ଷରେ ଥିବାବେଳେ ଆଉ କିଛି ଦିନ ପରେ ଚିତ୍ର ସ୍ପଷ୍ଟ ହୋଇଯିବ।
Published by:Soumya Das
First published: