ବର୍ଷା ସିଂ ବରିହାଙ୍କ ସହ ଫୋନରେ କଥା ହେଲେ ମୁଖ୍ଯମନ୍ତ୍ରୀ
- News18 Odia
- Last Updated :
- Other, India
News18 Odia Digital
ଭୁବନେଶ୍ୱର\ପଦ୍ମପୁର: ପଦ୍ମପୁରେ ବିଜେଡ଼ିର ଲଗାତର ଦ୍ୱିତୀୟ ଥର ପାଇଁ ବିଜୟ ପରେ ଖୁସି ପ୍ରକାଶ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୟୀ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ନବୀନ ପଟ୍ଟନାୟକ । ବିଜୟ ପାଇଁ ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡ଼ି ସୁପ୍ରିମୋ।
ଉପନିର୍ବାଚନ ପୂର୍ବରୁ ପଦ୍ମପୁରରେ ଗସ୍ତରେ ଯାଇ ନବୀନଙ୍କ ଆଟାକ କରିଥିଲେ। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ନବୀନ। କଥା ନୁହେଁ, ମୁଁ କାମରେ ବିଶ୍ଵାସ କରେ l ଉଦାହରଣ ଦେଇ ନବୀନ କହିଥିଲେ ଯେ କେନ୍ଦୁପତ୍ରରେ ପ୍ରଥମ ପର୍ଯ୍ୟାୟରେ ୧୦୦୦ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୫୦୦ ଟଙ୍କା ବନୋସ ଦିଆଯିବ। କିନ୍ତୁ କେନ୍ଦ୍ର ସରକାର କେନ୍ଦୁପତ୍ରରେ ୧୮ ପ୍ରତିଶତ ଜିଏସଟି ଲାଗେଇଛନ୍ତି। ଯେଉଁଠି ସୁନାରେ ମାତ୍ର ୩ ପ୍ରତିଶତ ଜିଏସଟି ଲାଗୁଛି। ହେଲେ କେନ୍ଦୁପତ୍ରରେ କାହିଁକି ୧୮ ପ୍ରତିଶତ ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନିଜର ନିକଟତମ ପ୍ରତୀଦ୍ୱନ୍ଦୀଙ୍କୁ ହରାଇ ବାଜି ମାରିନେଇଛନ୍ତି ବିଜେଡ଼ି ପ୍ରାର୍ଥୀନି ବର୍ଷା ସିଂ ବରିହା । ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳ ବିଜୟୀ ହୋଇଛି। ସ୍ବର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ସୁକନ୍ୟା ତଥା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ୧,୧୯,୫୧୨ ଖଣ୍ଡ ଭୋଟ୍ ମିଳିଛି। ନିଜର ନିକଟତମ ପ୍ରତୀଦ୍ୱନ୍ଦୀଙ୍କୁ ହରାଇ ବାଜି ମାରିନେଇଛନ୍ତି ବିଜେଡ଼ି ପ୍ରାର୍ଥୀନି ବର୍ଷା ସିଂ ବରିହା । ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳ ବିଜୟୀ ହୋଇଛି। ସ୍ବର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ସୁକନ୍ୟା ତଥା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ୧,୧୯,୫୧୨ ଖଣ୍ଡ ଭୋଟ୍ ମିଳିଛି।ବର୍ତ୍ତମାନ ସୁଦ୍ଧା ବିଧିବଦ୍ଧ ଭାବରେ କୌଣସି ଘୋଷଣା ହୋଇନଥିଲେ ହେଁ ବିଜେଡି ଜିତିବା ସ୍ପଷ୍ଟ ହୋଇଛି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।