ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»MSP ଦୁଇଗୁଣା କରିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟ ମନ୍ତ୍ରୀ; କଂଗ୍ରେସ କହିଲା ଏହା ଏକ ପ୍ରହସନ

MSP ଦୁଇଗୁଣା କରିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟ ମନ୍ତ୍ରୀ; କଂଗ୍ରେସ କହିଲା ଏହା ଏକ ପ୍ରହସନ

ବୁଧବାର ଏମଏସପିକୁ ନେଇ ରାଜ୍ୟ କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଥିବା ବେଳେ ଏମଏସପି ବା ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗୁଣା କରିବାକୁ କେନ୍ଦ୍ରକୁ ମୁଖ୍ୟ ମନ୍ତ୍ରୀ ଚିଠି ଲେଖିବେ ବୋଲି କହିଥିଲେ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ ।

MSP ଦୁଇଗୁଣା କରିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟ ମନ୍ତ୍ରୀ; କଂଗ୍ରେସ କହିଲା ଏହା ଏକ ପ୍ରହସନ
ନିରଞ୍ଜନ ପଟ୍ଟନାୟକ ଓ (ଡାହାଣ) ନବୀନ ପଟ୍ଟନାୟକ
  • News18 Odia
  • Last Updated: December 10, 2020, 7:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ ନୂତନ କୃଷି ଆଇନ ବିରୋଧରେ ବିରୋଧାଭାସ ଥମିନଥିବା ବେଳେ ଏହାକୁ ନେଇ ରାଜ୍ୟରେ ଆରମ୍ଭ ହୋଇଛି ଆକ୍ଷେପ ଓ ପ୍ରତିଆକ୍ଷେପ ରାଜନୀତି । ବିଶେଷ କରି ଏମଏସପି ପ୍ରସଙ୍ଗକୁ ଗତକାଲି ରାଜ୍ୟ କ୍ୟାବିନେଟରେ ସରକାର ଗୁରୁତ୍ୱ ଦେବା ପରେ ସରଗରମ ହୋଇଛି ରାଜନୀତି । ଶାସକ ଦଳର ଯୁକ୍ତି, ଚାଷ ଓ ଚାଷୀ ପାଇଁ ସବୁବେଳେ ବିଜେଡି ସମର୍ପିତ । ଚାଷୀଙ୍କ ଆବଶ୍ୟକତାକୁ କ୍ୟାବିନେଟ ପାରିତ କରିଛି । ହେଲେ ଏହାକୁ କଡା ଶବ୍ଦରେ ସମାଲୋଚନା କରିଛି ବିଜେପି । ବିଜେପି ଏହାକୁ ଲୋକ ଦେଖାଣିଆ ଉଦ୍ୟମ ବୋଲି କହିଥିବା ବେଳେ କଂଗ୍ରେସ କହିଛି ଏହି ପ୍ରସଙ୍ଗରେ ଚିଠି ଲେଖିବା ଏକ ପ୍ରହସନ।

ବୁଧବାର ଏମଏସପିକୁ ନେଇ ରାଜ୍ୟ କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଥିବା ବେଳେ ଏମଏସପି ବା ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗୁଣା କରିବାକୁ କେନ୍ଦ୍ରକୁ ମୁଖ୍ୟ ମନ୍ତ୍ରୀ ଚିଠି ଲେଖିବେ ବୋଲି କହିଥିଲେ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ ।

"ବିଜେପି ଓ ବିଜେଡି ଏକ। ପ୍ରଚାର, ପ୍ରତିଶୃତି ଓ ପ୍ରତାରଣା ସର୍ବସ୍ବ ସରକାର । ୨୦ ବର୍ଷ ଧରି ଏମାନେ କେଉଁଠି ଥିଲେ? ପଡୋଶୀ ରାଜ୍ୟ ୨୫୦୦ ଟଙ୍କାରେ କିଣୁଛନ୍ତି ଧାନ । ହେଲେ ଆମ ରାଜ୍ୟ ଏଥିରୁ ବ୍ୟତିକ୍ରମ । ଜଳସେଚନ କଥା କହି ଠକିଲେ । ପଞ୍ଜାବ ସରକାର ଯେପରି ପାସ କରିଛନ୍ତି ସେପରି ବିଲ ଆଣନ୍ତୁ ସରକାର । ଏମଏସପିରୁ ଯିଏ କମ ଦାମରେ କିଣିବ ତା ବିରୁଦ୍ଧରେ ଦଣ୍ଡ ବିଧାନ ବ୍ୟବସ୍ଥା କରୁନାହାନ୍ତି କାହିଁକି, " କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ


"ବିଜେଡ଼ିର ଏହା ଲୋକ ଦେଖାଣିଆ ଉଦ୍ୟମ । ଆମେବି କହୁଛୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୦୦ ଟଙ୍କା ହେଉ । କିନ୍ତୁ ବାସ୍ତବତାକୁ ଜାଣିବା ଦରକାର । ଏବେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୧୬୬୮ କରାଯାଇଛି । କିନ୍ତୁ ଚାଷୀମାନେ ଏହା ପାଉନାହାନ୍ତି । ନବୀନ ବାବୁ ଏକଥା ପ୍ରଥମେ ସ୍ପଷ୍ଟ କରନ୍ତୁ । ସ୍ୱାମୀନାଥନ କମିଟିର ରିପୋର୍ଟ ଗ୍ରହଣୀୟତା ଅଛି । କେନ୍ଦ୍ର ସରକାର ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି । ସେହି ଅନୁସାରେ ଧାନର ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଇଛି । କଂଗ୍ରେସ ଏହାକୁ ବିରୋଧ କରିବାର କାରଣ ହେଲା ସେମାନଙ୍କ ପାଖରେ ପ୍ରସଙ୍ଗ ନାହିଁ । କେବଳ ବିରୋଧ କରିବା ନାଁରେ ବିରୋଧ କରୁଛନ୍ତି, " କହିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ କହିଛନ୍ତି ।

"ଚାଷ ଓ ଚାଷୀ ପାଇଁ ସବୁବେଳେ ବିଜେଡି ଉତ୍ସର୍ଗୀକୃତ । ଏ ନେଇ ପୂର୍ବରୁ କେନ୍ଦ୍ରକୁ ମୁଖ୍ୟ ମନ୍ତ୍ରୀ ଚିଠି ଲେଖିଛନ୍ତି । ବିଧାନସଭାରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି । ସ୍ୱାମୀନାଥନ ରିପୋର୍ଟ ଅନୁସାରେ ଉତ୍ପାଦନର ୫୦ ପ୍ରତିଶତରୁ ଅଧିକ ପାଇଁ ସୁପାରିଶ ହୋଇଛି । ଚାଷୀଙ୍କ ଆବଶ୍ୟକତାକୁ କ୍ୟାବିନେଟ ପାରିତ କରିଛି । ଯଦି ବିରୋଧୀ ଏହାକୁ ଚାଷୀଙ୍କ ପାଇଁ ଡ୍ରାମା କହିବେ ତାହା ଅବାସ୍ତବ," କହିଛନ୍ତି ବିଜେଡ଼ି ଉପସଭାପତି ଦେବୀ ପ୍ରସାଦ ମିଶ୍ର ।

"ରାଜନୀତି ନୁହେଁ ଚାଷୀଙ୍କ ସ୍ୱାର୍ଥ ପାଇଁ ଲଢ଼ୁଥିବା ସବୁ ରାଜନୈତିକ ଦଳ ଚାଷୀ ଉତ୍ପାଦନର ବିକ୍ରୀ ପାଇଁ ବ୍ୟାପକ ବଜାର ସୁଯୋଗ ସୃଷ୍ଠି ଉପରେ ଗୁରୁତ୍ୱ ଦେବା ଦରକାର", କହିଛନ୍ତି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ।

ବିଭିନ୍ନ ସମୟରେ ଏଭଳି ଚାଷୀ ଆନ୍ଦୋଳନ ନଜରକୁ ଆସିଥିବା ବେଳେ ଏଥରର ଆନ୍ଦୋଳନ କିନ୍ତୁ ପ୍ରଭାବଶାଳୀ ହୋଇଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।
Published by: Jagdish Barik
First published: December 10, 2020, 7:32 PM IST