ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପୁରୀରେ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟ ମନ୍ତ୍ରୀ; ଅନ୍ୟାନ୍ୟ ପ୍ରକଳ୍ପର କଲେ ଉଦଘାଟନ

ପୁରୀରେ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟ ମନ୍ତ୍ରୀ; ଅନ୍ୟାନ୍ୟ ପ୍ରକଳ୍ପର କଲେ ଉଦଘାଟନ

ପୁରୀ ଜିଲ୍ଲାରେ ୩ଲକ୍ଷ ୬୫ହଜାର ପରିବାରଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ ଅବସରରେ ରାଜ୍ୟବାସୀଙ୍କୁ ସମ୍ବୋଧନରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପୁରୀରେ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟ ମନ୍ତ୍ରୀ; ଅନ୍ୟାନ୍ୟ ପ୍ରକଳ୍ପର କଲେ ଉଦଘାଟନ
ଏଥର ପୁରୀବାସୀ ମାଗଣା ସ୍ୱାସ୍ଥ୍ୟ ସେବା ପାଇବେ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 8, 2021, 7:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ମହାପ୍ରଭୁଙ୍କ ପବିତ୍ର ଧାମର ବିକାଶ ଆମର ଦାୟିତ୍ୱ ତା ସହିତ ପ୍ରତିଟି ଓଡିଆଙ୍କ ଜୀବନ ମୋ ପାଇଁ ମୁଲ୍ୟବାନ  । ତେଣୁ ପୁରୀ ଜିଲ୍ଲାରେ ୩ଲକ୍ଷ ୬୫ହଜାର ପରିବାରଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ ଅବସରରେ ରାଜ୍ୟବାସୀଙ୍କୁ ସମ୍ବୋଧନରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ପୁରୀ; ଓଡ଼ିଆଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ ନାରା ଦେଇ ମୁଖ୍ୟମନ୍ତ୍ରୀ ପ୍ରାୟ ସବୁ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରୁଛନ୍ତି। ପୁରୀ ଜିଲ୍ଲାର ୧୧ଟି ବ୍ଲକ ସମେତ  ବ୍ରହ୍ମଗିରି କେରାଣ୍ଡିଆ ପଡିଆରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ସହିତ ବ୍ରହ୍ମଗିରି ବ୍ଲକରେ ୧୦୦୦କୋଟିର ୧୦୦ରୁ ଉର୍ଦ୍ଧ ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ଏକ ଫ୍ଲାଗସିପ ଯୋଜନା ହୋଇଥିବା ବେଳେ ପ୍ରତିଟି ଘରେଘରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବେଶ ସହାୟକ ହୋଇପାରିବ। ପୁରୀ ଜିଲ୍ଲାରେ ୩ଲକ୍ଷ ୬୫ହଜାର ସ୍ୱାସ୍ଥ୍ୟ କାର୍ଡ ହିତାଧିକାରୀଙ୍କୁ ଏଗାରଟି ବ୍ଲକରେ ବଣ୍ଟନ କରାଯାଇଛି। କେରାଣ୍ଡିଆ ସମେତ ଦଶଟି ବ୍ଲକରେ ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ ପ୍ରକ୍ରିୟା କରାଯାଇଛି।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ଉଲ୍ଲେଖନୀୟ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ବ୍ରହ୍ମଗିରି କେରାଣ୍ଡିଆରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପାଇଁ ପୁରୀ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ପୁରୀ ଜିଲ୍ଲା ପାଇଁ ଏହା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଥିବା ବେଳେ ବ୍ରହ୍ମଗିରିରେ ନିଜେ ମୁଖ୍ୟମନ୍ତ୍ରୀ ଯୋଗଦେଇ କାର୍ଡ ବଣ୍ଟନ କରିଥିବା ବେଳେ ୧୦ଟି ବ୍ଲକରେ ହତାଧିକାରୀଙ୍କୁ ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରାଯାଇଥିଲା । ତା ସହିତ  ପ୍ରାୟ ଏକ ହଜାର କୋଟି ଟଙ୍କାର ଶହେରୁ ଉର୍ଦ୍ଧ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ। ଡ୍ରିଙ୍କ ଫ୍ରମ ଟ୍ୟାପ ସେବା ପୁରୀ ପାଇଁ ଏକ ଆନ୍ତର୍ଜାତୀୟ ସେବା ହୋଇଥିବା ବେଳେ ସହରବାସୀ ଓ ପର୍ଯ୍ୟଟକ ସିଧାସଳଖ ଟ୍ୟାପରୁ ବିଶୁଦ୍ଧ ପାନୀୟ ଜଳ ପିଇପାରୁଛନ୍ତି। ଆଉ ପୁରୀ ହେଉଛି ଦେଶରେ ଏହି ସେବାରେ ପ୍ରଥମ

'ମହାପ୍ରଭୁଙ୍କ ଧାମର ବିକାଶ ଆମର ପବିତ୍ର ଦାୟିତ୍ୱ ଓ ମୋ ପାଇଁ ପ୍ରତିଟି ଜୀବନ ମୁଲ୍ୟବାନ । ଓଡିଶାବାସୀଙ୍କ ସ୍ନେହ ଆଦରକୁ ପାଥେୟ କରି ଆଗକୁ ଆହୁରି ବିକାଶ କରାଯିବ,"ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ଯ ମନ୍ତ୍ରୀ ପୁରୀରା ଅନ୍ଯାନ୍ଯ ପ୍ରକଳ୍ପର ଉଦଘାଟନ କରିଛନ୍ତି (ପ୍ରତୀକାତ୍ମକ ଛବି)


"ପାନୀୟ ଜଳ, ଡ୍ରେନେଜ ବ୍ୟବସ୍ଥା, ଜଳଯୋଗାଣ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ଶକ୍ତି , ନଦୀବନ୍ଧ ଯୋଜନା, ବହୁମୁଖୀ ବାତ୍ଯା ଆଶ୍ରୟସ୍ଥଳୀ, ସୁନାମୁଖି ନଦୀ ଉପରେ କଣ୍ଟ୍ରୋଲ ଷ୍ଟ୍ରକ୍ଚର , ଚିଲିକାରୁ ରକ୍ଷା ପାଇବା ପାଇଁ ସାତପଡାରୁ ମୋଟୋ ପର୍ଯ୍ୟନ୍ତ ସୁରକ୍ଷା ପ୍ରାଚୀର ନିର୍ମାଣ, ଫନି ବିସ୍ଥାପିତଙ୍କୁ ଆବାସ ଯୋଜନାରେ ସାମିଲ , ସ୍ମାର୍ଟ ସ୍କୁଲ ପ୍ରତିଷ୍ଠା ଆଦି ଅନେକ ପ୍ରକଳ୍ପର  ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଥିସହିତ କୋଷ୍ଟାଲ ହାଇୱ ପ୍ରକଳ୍ପରେ ବ୍ରହ୍ମଗିରିକୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି," କହିଛନ୍ତି ଯୋଜନା ବୋର୍ଜ ଉପାଧ୍ୟକ୍ଷ ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ  ସଂଜୟ ଦାସବର୍ମା।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, "ବିଜୁ ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩କୋଟି ଲୋକ ଉପକୃତ ହେବେ। ଏହାଦ୍ୱାରା ଗରିବ ଲୋକମାନେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇବା ସହ ଆର୍ଥିକ ସମସ୍ୟାରୁ ମଧ୍ୟ ମୁକ୍ତ ହୋଇପାରିବେ । ଚିକିତ୍ସା ବାବଦକୁ ଖର୍ଚ୍ଚ କରୁଥିବା ଟଙ୍କାରେ ନିଜ ପିଲାମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରିବାରେ ସକ୍ଷମ ହେବେ। ରାଜ୍ୟ ସ୍ତରୀୟ ଶୁଭାରମ୍ଭ ପରେ ଆଜି ପୁରୀ ଜିଲ୍ଲାରେ ଶୁଭାରମ୍ଭ କରାଯାଇଛି"।

"ଚାରିକୋଟି ଓଡିଆଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଦାୟିତ୍ୱ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାର ଗରିବ ଲୋକଙ୍କ ପାଇଁ ଉପାଦେୟ ହୋଇପାରିବ। ବିଶେଷ କରି ଏହା ବ୍ରହ୍ମଗିରି ବାସୀଙ୍କ ପାଇଁ ଏହା ଏକ ଖୁସିର ମୁହୂର୍ତ୍ତ। ପ୍ରତିଟି ପରିବାର ସ୍ୱାସ୍ଥ୍ୟଗତ ସମସ୍ୟାରେ ଜର୍ଜରିତ ହେଉଥିବା ବେଳେ ଆର୍ଥିକ ଅନଟନରୂ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି କାର୍ଡ ଦ୍ୱାରା ସେମାନେ ସୁପର ସ୍ପେଶାଲିଟି ହସପିଟାଲରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବା। ଏହି ଲୋକାଭିମୁଖୀ ଯୋଜନା ପୁରୀବାସୀଙ୍କ ପାଇଁ ଏକ ଆଶୀର୍ବାଦ," କହିଛନ୍ତି ବ୍ରହ୍ମଗିରିର ୪୫ ବର୍ଷିୟ ହିତାଧିକାରୀ ମମତା ତରେଇ।

"କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ମଧ୍ୟ ଲାଗୁ କରାଗଲେ ହିତାଧିକାରୀମାନେ ଖାଲି ଓଡିଶାରେ ନୁହେଁ ସାରା ଦେଶରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ," କହିଛନ୍ତି ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ।
Published by: Soumya Das
First published: October 8, 2021, 7:38 PM IST