ବିଦେଶରେ ପୂଜା ପାଇବ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଚକ

ଦୀର୍ଘ ପାଞ୍ଚ ବର୍ଷ ପରେ ପୁଣି ଥରେ ରଥ ଚକ ବିକ୍ରୟ ପକ୍ରିୟା ଆରମ୍ଭ ହୋଇଛି । ରଥଚକ ବିକ୍ରି ପରିଚାଳନା କମିଟିର ନିଷ୍ପତି ଅନୁସାରେ ହୋଇଥିବା SOP ଆଧାରରେ ଦିଆଯାଉଛି ରଥଚକା ।

ବିଦେଶରେ ପୂଜା ପାଇବ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଚକ

ବିଦେଶରେ ପୂଜା ପାଇବ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଚକ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ (lord jagannath) ରଥ ଚକ ଏବେ ପୂଜା ପାଇବ ବିଦେଶରେ । ଏଥିପାଇଁ ମନ୍ଦିର ପ୍ରଶାସନକୁ ରଥ ଚକ (chariot wheels) କିଣିବା ପାଇଁ ଆବେଦନ କରିଛନ୍ତି ବିଦେଶରେ ଜଗନ୍ନାଥ ସଂସ୍କୃତି (jagannath culture) ପ୍ରଚାର ପ୍ରସାର କରୁଥିବା ଦୁଇଟି ଅନୁଷ୍ଠାନ । ସେପଟେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଖତ ଖାଉଥିବା ମହାପ୍ରଭୁଙ୍କ ତିନି ରଥର ଏକାଧିକ ଚକକୁ ମରାମତି କରାଯାଇ ବିକ୍ରି କରିବା ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ SOP ଆଧାର ଯେଉଁ ମାନଙ୍କୁ ଦିଆଯିବ ତାର ଏକ ତାଲିକା ସ୍ବତନ୍ତ୍ର କମିଟି ଦ୍ୱାରା ଚୟନ କରାଯାଇଛି । ତାରି ମଧ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହ ସରକାରୀ କାର୍ଯ୍ୟାଳୟକୁ ଦାନସୂତ୍ରରେ ପ୍ରଦାନ କରାଯିବ । ଏଥିପାଇଁ ୪ଟି ବର୍ଗକୁ ପର୍ଯ୍ୟାୟଭୁକ୍ତ କରିବା ସହ ରଥଚକକୁ ଦେବାପାଇଁ ଧାର୍ମିକ ଅନୁଷ୍ଠାନକୁ ପ୍ରାଥମିକତା ଦିଆଯାଇଛି ।

ଭକ୍ତ ମାନେ ପାଇଛନ୍ତି ମହାପ୍ରଭୁଙ୍କର ରଥ ଚକ । ଦୀର୍ଘ ପାଞ୍ଚ ବର୍ଷ ପରେ ପୁଣି ଥରେ ରଥ ଚକ ବିକ୍ରୟ ପକ୍ରିୟା ଆରମ୍ଭ ହୋଇଛି । ରଥଚକ ବିକ୍ରି ପରିଚାଳନା କମିଟିର ନିଷ୍ପତି ଅନୁସାରେ ହୋଇଥିବା SOP ଆଧାରରେ ଦିଆଯାଉଛି ରଥଚକା । ରଥଚକ କିଣିବା ପାଇଁ ପ୍ରାୟ ୬୦ରୁ ଅଧିକ ଆବେଦନ ଆସିଥିବା ବେଳେ ବିଦେଶରୁ ରହିଛି ଦୁଇଟି ଆବେଦନ । ଆଉ ଶୁକ୍ରବାର କମିଟିର ନିଷ୍ପତ୍ତି ଅନୁସାରେ ଦାନ ସୂତ୍ରରେ ବିଭିନ୍ନ ଧର୍ମ ଅନୁଷ୍ଠାନ, ମନ୍ଦିର, ମଠ ଯେଉଁମାନେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରୁଛନ୍ତି ସେମାନଙ୍କୁ ନିଶୁଳ୍କରେ ଦେବାପାଇଁ ନିଷ୍ପତି ହୋଇଛି । ସେପଟେ ଦାରୁ ସ୍ଥଳ ଓ ଲୀଳା କ୍ଷେତ୍ରକୁ ମଧ୍ୟ ଦାନ ସୂତ୍ରରେ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି । ରଥଚକ ଦେବାପାଇଁ ୪ଟି ବର୍ଗ କରାଯାଇଛି । ଦ୍ବିତୀୟ ବର୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିନରେ ଥିବା ସରକାରୀ କାର୍ଯ୍ୟାଳୟ ରହିଛି । ତୃତୀୟ ବର୍ଗରେ କର୍ପୋରେଟର ହାଉସ ଓ ଚତୁର୍ଥ ବର୍ଗରେ ସାଧାରଣ ବ୍ୟକ୍ତି ବିଶେଷଙ୍କୁ ଦିଆଯିବାର ବ୍ୟବସ୍ଥା ରହିଛି । ରଥ ଚକ, ପ୍ରଭା, ଗୁଜ ଆଦିର ହୋଇଛି ଦର ଧାର୍ଯ୍ୟ । ରଥର ପ୍ରତ୍ୟେକ ଚକର ଦାମ ୫୦ହଜାର ଟଙ୍କା, ପ୍ରଭା ୨୫ହଜାର ଟଙ୍କା ଓ ଗୁଜ ୧୦ହଜାର ଟଙ୍କା ଧାର୍ଯ୍ୟ ହୋଇଛି । ତାଲିକା ଅନୁସାରେ ଚୟନ କରାଯାଇ ରଥ ଚକ ଓ ଅନ୍ୟାନ୍ୟ ଅଂଶ ଦାନସୂତ୍ରରେ ଦିଆଯାଉଛି ବୋଲି କହିଛନ୍ତି ଶ୍ରୀ ମନ୍ଦିର ନୀତି ପ୍ରଶାସକ।

ସେପଟେ ରଥଚକ ନେବା ପାଇଁ ବିଦେଶର ଦୁଇଟି ଅନୁଷ୍ଠାନ ଶ୍ରୀ ମନ୍ଦିର ପ୍ରଶାସନ ନିକଟରେ ଆବେଦନ କରିଛନ୍ତି । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିବା ପାଇଁ ଏହି ଚକ ପ୍ରଦାନ କରିବାକୁ ହୋଇଛି ନିଷ୍ପତ୍ତି । ତେବେ ରଥ ଚକ ଓ ଏହାର ଅଂଶର ସଂରକ୍ଷଣ ପାଇଁ ନିର୍ଦ୍ଧିଷ୍ଟ ନିୟମାବଳୀ ରହିଛି । କେମିତି ରଥ ଚକକୁ ଧାର୍ମିକ ଭାବନା ଓ ସୁରକ୍ଷିତ ଭାବେ ରଖିବେ ସେ ଉପରେ ବିସ୍ତୃତ ସର୍ତ୍ତାବଳୀ ରଖାଯାଇଛି । ଦାନରେ ଦିଆଯାଇଥିବା ଚକ ଅବା ଅନ୍ୟ ଅଂଶରେ ଶ୍ରୀମନ୍ଦିର ପ୍ରଶାସନ ନାମ ସହ ଯୋଗାଯୋଗ ନମ୍ବର ଓ ଇମେଲ୍‌ ଆଇଡି ଆଦି ଉଲ୍ଲେଖ ରହିବ । ଯଦି କେହି ରଥ ଚକକୁ ସଂରକ୍ଷିତ ରଖିବାରେ ଅବହେଳା କରନ୍ତି ଅବା ଅପମାନ ଦେବା ଭଳି କିଛି କାର୍ଯ୍ୟ କରନ୍ତି ତେବେ ଉଲ୍ଲେଖ ଥିବା ନମ୍ବରରେ ଯେ କେହି ଅଭିଯୋଗ କରିପାରିବେ ।

ଏହି ଖବର ପଢ଼ନ୍ତୁ- http://ଅଷ୍ଟ୍ରେଲିଆ ଦଳକୁ ବଡ଼ ଝଟକା: ମ୍ୟାଚ୍ ନଖେଳି ଘରକୁ ଫେରିଲେ ଏହି ଡ୍ୟାସିଂ ବ୍ୟାଟ୍ସମ୍ୟାନ୍

୨୦୧୭ ପରେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୧୪୦ଟି ରଥଚକ ବିକ୍ରି ନ ହୋଇ ନଷ୍ଟ ହେଉଥିଲା । ଆଉ ଏବେ ପୁଣିଥରେ ବିକ୍ରି ପକ୍ରିୟା ଆରମ୍ଭ ହୋଇଛି ।
Published by:Soubhagya Mishra
First published: