News18 Odia Digital
ଓଡ଼ିଶା : ରାଜ୍ୟ ସରକାରଙ୍କୁ ବିଜେପିର କଡ଼ା ଚେତାବନୀ । ବର୍ଷା ଦିନ ଆଗରୁ ଆବାସ ଘର ବାଣ୍ଟ । ବର୍ଷା ଦିନ ପୂର୍ବରୁ ଯଦି ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଯଦି ଘର ନ ପହଁଚିବ ତେବେ ଓଡ଼ିଶାର ରାଜରାସ୍ତାରେ ନିଆଁ ଜଳିବ । ରାଜ୍ୟକୁ ଆସିଥିବା ୯ ଲକ୍ଷ ୬୦ ହଜାର ଆବାସ ବଣ୍ଟା ନ ହୋଇ ପଡି ରହିବା ଘଟଣାକୁ ନେଇ ବିଜେପି ଉଦ୍ବେଗ ପ୍ରକାଶ କରିଛି । ସେପଟେ ବିଜେଡ଼ି ବିଧାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଡାହାଣୀ ହୋଇ ଲାଗିବା ଗୁଣିଆ ହୋଇ ଝାଡ଼ିବା ଭଳି କାମ କେନ୍ଦ୍ର ସରକାର କରୁଛନ୍ତି ।
ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ‘ପୂର୍ବରୁ ସର୍ଭେ କରି ଆବାସ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କଲେ ନାହିଁ ରାଜ୍ୟ ସରକାର । ଏବେ ୯ ଲକ୍ଷ ୬୦ ହଜାର ଘର ଆସିଛି । କିନ୍ତୁ ସର୍ଭେ ନାଁରେ ଭେଳିକି କରୁଛନ୍ତି । ଘର ବାଣ୍ଟିବା ପାଇଁ ପ୍ରସ୍ତୁତ ନାହାନ୍ତି । ଘର ବାଣ୍ଟିବା ନେଇ ସମୟ ଗଡ଼ାଇ ଚାଲିଛନ୍ତି । ଯଦି ସରକାରଙ୍କ ସତରେ ଇଚ୍ଛା ଶକ୍ତି ଅଛି ତେବେ ୧୫ ଦିନ ଭିତରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ଆସିଥିବା ଘର ବାଣ୍ଟନ୍ତୁ ବୋଲି ଦଳ କହିଛି ।’
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେପିର ପ୍ରେସମିଟ ଉପରେ ବିଜେଡି ପ୍ରତିକ୍ରିୟା ରଖିଛି । ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ‘ଡାହାଣୀ ହୋଇ ଲାଗିବା ଗୁଣିଆ ହୋଇ ଝାଡ଼ିବା ଭଳି କାମ କେନ୍ଦ୍ର ସରକାର କରୁଛନ୍ତି । ବହୁତ ଦିନ ହେବ ସାଇଟ ଖୋଲିଲେନି । ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ଚିଠି ଲେଖିବା ପରେ 9 ଲକ୍ଷ 59 ହଜାର ଘର ଦେଲେ । କିନ୍ତୁ ତା ପରେ ଗାଇଡଲାଇନ ପରିବର୍ତ୍ତନ କଲେ । ଯାହା ଦ୍ୱାରା ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇବା ସମ୍ଭବ ହେଉ ନାହିଁ ।’
ପଢନ୍ତୁ ଏହି ଖବର :
କାବୁ ହେଲା ବାଘ; ନୂଆପଡ଼ା ଜିଲ୍ଲାରେ ଆତଙ୍କ ଖେଳାଉଥିଲା କଲରାପତରିଆତେଣୁ ଯୋଗ୍ୟ ହିତାଧିକାରୀ ବାଛିବା କଷ୍ଟକର ହେଉଛି । କେବଳ ପ୍ରଚାର ସର୍ବସ୍ୱ ହେଇ ପରୋକ୍ଷରେ ଚାହୁଁଛନ୍ତି କେମିତି ଘର ନ ମିଳୁ । ଗରିବ ଲୋକ ଘର ନ ପାଆନ୍ତୁ ସେଥିପାଇଁ କେନ୍ଦ୍ର ସରକାର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର କରିଛନ୍ତି । ଦୁର୍ନୀତି ନେଇ ଯେଉଁ ଅଭିଯୋଗ ଆଣୁଛନ୍ତି, କେନ୍ଦ୍ରୀୟ ଟିମ ଆସିଥିଲା ଆକ୍ସନ ନିଅନ୍ତୁ । କିନ୍ତୁ ଦୁର୍ନୀତି ନାଁରେ ସମୟ ନ ଗଡ଼ାନ୍ତୁ । ଯେଉଁଠି ଦୁର୍ନୀତି ସେଠି ଆକ୍ସନ ହେଉ । କେବଳ ଦୁର୍ନୀତି କଥା କହି ଓଡି଼ଶାକୁ ବଦନାମ କରୁଛନ୍ତି ।
ସେପଟେ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ‘ଆବସା ଘର ବଣ୍ଟନରେ ରାଜ୍ୟ ସରକାର ଟାଳୁଟଳ ନୀତି ଅବଲମ୍ବନ କରୁଛନ୍ତି । ପ୍ରକୃତ ହୀତାଧିକାରୀ ଘର ପାଉ ନାହାଁନ୍ତି । ଦଳୀୟ ଭିତ୍ତିରେ ବିଜେଡ଼ି ସରକାର ଘର ବାଣ୍ଟୁଛନ୍ତି । ଯଦି କେନ୍ଦ୍ର ଦେଉଛି ତା’ହେଲେ ରାଜ୍ୟ ସରକାର ପ୍ରକୃତ ହିତାଧିକାରୀଙ୍କୁ କାହିଁକି ଘର ଦେଉ ନାହାଁନ୍ତି ? । ରାଜ୍ୟ ସରକାର ସର୍ଭେ ଆଳରେ ଭେଳିକି କରୁଛନ୍ତି । ବର୍ଷା ଦିନ ଆଗରୁ ପ୍ରକୃତ ହିତାଧିକାରୀଙ୍କୁ ଘର ଜଲଦି ବାଣ୍ଟ’ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।