ଆବଶ୍ୟକତାଠାରୁ ଅଧିକ ପରିମାଣର ସାର ଯୋଗାଇଛନ୍ତି କେନ୍ଦ୍ର ସରକାର; କେନ୍ଦ୍ରମନ୍ତ୍ରୀ ଭାଗବନ୍ତ ଖୁବେ

ଖରିଫ ଫସଲ ପାଇଁ ରାଜ୍ୟକୁ ଆବଶ୍ୟକ ପରିମାଣର ସାର ଯୋଗାଣ ହୋଇ ପାରୁନଥିବା ରାଜ୍ୟ ସରକାର ଚିଠି ଲେଖିବା ପରେ ଏହାର ଜବାବ ରଖିଛନ୍ତି କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଭାଗବନ୍ତ ଖୁବେ ।

ଆବଶ୍ୟକତାଠାରୁ ଅଧିକ ପରିମାଣର ସାର ଯୋଗାଇଛନ୍ତି କେନ୍ଦ୍ର ସରକାର; କେନ୍ଦ୍ରମନ୍ତ୍ରୀ ଭାଗବନ୍ତ ଖୁବେ

ଆବଶ୍ୟକତାଠାରୁ ଅଧିକ ପରିମାଣର ସାର ଯୋଗାଇଛନ୍ତି କେନ୍ଦ୍ର ସରକାର; କେନ୍ଦ୍ରମନ୍ତ୍ରୀ ଭାଗବନ୍ତ ଖୁବେ

  • Share this:
News 18 Odia Digital

ଭୁବନେଶ୍ୱର : ଚାଷ ପାଇଁ ସାର ଯୋଗାଣ ପ୍ରସଙ୍ଗକୁ ନେଇ ଜୋର ଧରିଲା ରାଜ୍ୟ ରାଜନୀତି । ୨୦୨୨ ଖରିଫ ଫସଲ ପାଇଁ ରାଜ୍ୟକୁ ଆବଶ୍ୟକ ପରିମାଣର ସାର ଯୋଗାଣ ହୋଇ ପାରୁନଥିବା ରାଜ୍ୟ ସରକାର ଚିଠି ଲେଖିବା ପରେ ଏହାର ଜବାବ ରଖିଛନ୍ତି କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଭାଗବନ୍ତ ଖୁବେ । ଭୁବନେଶ୍ବରରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଦିଲ୍ଲୀ ଫେରିବା ଅବସରରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଗଣ ମାଧ୍ୟମକୁ ସୂଚନା ଦେଇ ଶ୍ରୀ ଖୁବେ କହିଛନ୍ତି, ଓଡ଼ିଶାରେ ସାର ପ୍ରସଙ୍ଗରେ କୃଷକଙ୍କ ସମସ୍ୟାକୁ ନେଇ ରାଜନୀତି କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର କୃଷକ ମାନଙ୍କୁ ଯେତିକି ସାର ଆବଶ୍ୟକ ତାହା କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି । କୌଣସି ପ୍ରକାର ସାରର ଅଭାବ ପରିଲକ୍ଷିତ ହେଉ ନାହିଁ । ବରଂ ଆବଶ୍ୟକତାଠାରୁ ଅଧିକ ପରିମାଣର ସାର ଯୋଗାଇ ଆସୁଛନ୍ତି କେନ୍ଦ୍ର ସରକାର । ଏଥିପାଇଁ କେନ୍ଦ୍ର ସରକାର ନିରନ୍ତର ଧ୍ୟାନ ଦେଇ ଆସୁଛନ୍ତି ।

୨୦୨୨ ଖରିଫ ଋତୁ ପାଇଁ ରାଜ୍ୟ ସରକାର ଯାହା ସାରର ଆବଶ୍ୟକତା ଦାବି କରିଥିଲେ ତାହା ପୂରଣ କରିଛନ୍ତି କେନ୍ଦ୍ର ସରକାର । ତଥ୍ୟ ଅନୁସାରେ, ୨୦୨୨ ଖରିଫ ଋତୁ ପାଇଁ ରାଜ୍ୟ ସରକାର ମୋଟ ୮୦ ହଜାର ମେଟ୍ରିକ ଟନ ୟୁରିଆ ଆବଶ୍ୟକତା ଦର୍ଶାଇ ଥିଲେ । ସେ ତୁଳନାରେ କେନ୍ଦ୍ର ସରକାର ୨ଲକ୍ଷ ୪ ହଜାର ମେଟ୍ରିକ ଟନ ଯୋଗାଇଛନ୍ତି । ସେହିଭଳି ଡିଏପି ପାଇଁ ରାଜ୍ୟ ସରକାର ୩୦ ହଜାର ମେଟ୍ରିକ ଟନ ଦାବି ରଖିଥିବା ବେଳେ କେନ୍ଦ୍ର ଦେଇଛି ୫୨ ହଜାର ମେଟ୍ରିକ ଟନ । ରାଜ୍ୟ ସରକାର ଏମଓପି ବାବଦରେ ୨୫ ହଜାର ମେଟ୍ରିକ ଟନ ଦାବି ରଖିଥିବା ବେଳେ କେନ୍ଦ୍ର ସରକାର ୪୫ ହଜାର ମେଟ୍ରିକ ଟନ ସାରର ବ୍ୟବସ୍ଥା କରିଛନ୍ତି । ସେହିପରି ରାଜ୍ୟ ସରକାର ଏନପିକେଏସ ୪୦ ହଜାର ମେଟ୍ରିକ୍ ଟନ୍ ଡିମାଣ୍ଡ ରଖିଥିବା ବେଳେ ସେ ବାବଦରେ ୧ ଲକ୍ଷ ୩୭ ହଜାର ମେଟ୍ରିକ୍ ଦେଇଛନ୍ତି କେନ୍ଦ୍ର ସରକାର ।

ସେ ସ୍ପଷ୍ଟ କରିଛନ୍ତି ଯେ, ଗତ ୮ ବର୍ଷ ଧରି ସାରା ଦେଶର କୃଷି ଓ କୃଷକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଆସୁଛନ୍ତି ମୋଦି ସରକାର । ତେଣୁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଭୁଲ କୁହନ୍ତୁ ନାହିଁ ଓ ତାଙ୍କ ଅଫିସର ମାନଙ୍କୁ ମଧ୍ୟ ଭୁଲ କହିବା ପାଇଁ ବାରଣ କରନ୍ତୁ । କେନ୍ଦ୍ର ସାର ଓ ରସାୟନ ବିଭାଗର ୱେବସାଇଟ www.urvarak.nic.in ରେ ରାଜ୍ୟମାନଙ୍କୁ ଦିଆ ଯାଉଥିବା ସାରର ସବୁ ଡାଟା ପ୍ରତ୍ୟେକ ଦିନ ଅପଡେଟ ହୋଇଥାଏ । ତେଣୁ ଏହାକୁ ଭୁଲ ଭାବେ ଉପସ୍ଥାପିତ କରାନଯାଉ । ମୋଟ ଉପରେ କେନ୍ଦ୍ର ସାର ଓ ରସାୟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭାଗବନ୍ତ ଖୁବେ ରାଜ୍ୟର କୃଷକ ମାନକୁ ଅପିଲ କରିଛନ୍ତି ଯେ ସାର ଅଭାବୀ ଖବରକୁ ବିଶ୍ବାସ ନକରନ୍ତୁ । ଏଥିପାଇଁ କେନ୍ଦ୍ର ସରକାର ଯତ୍ନବାନ ଅଛନ୍ତି । ପୂର୍ବରୁ ଏହି ପ୍ରସଙ୍ଗରେ କେନ୍ଦ୍ରକୁ ଚିଠି ଲେଖି ରାଜ୍ୟରେ ବିଭିନ୍ନ ପ୍ରକାର ସାରର ଅଭାବ ଥିବା ଦର୍ଶାଇଥିଲେ ମୁଖ୍ୟମନ୍ତ୍ରୀ, ଯାହାକୁ ନେଇ ସରଗରମ ହୋଇଥିଲା ରାଜ୍ୟ ରାଜନୀତି ।
Published by:Soubhagya Mishra
First published: