ବଜେଟ ୨୦୨୨: ୧୦ ରୁ ସାଢ଼େ ୭ନଂ ଦେଲା ୟୁସିସିଆଇ; କହିଲା ଏହା ଏକ ସନ୍ତୁଳିତ ବଜେଟ

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଗତ ହୋଇଥିବା କେନ୍ଦ୍ରୀୟ ବଜେଟ୍ ସାମଗ୍ରୀକ ଭାବେ ଏକ ସନ୍ତୁଳିତ ବଜେଟ୍ । ଯଦି ଏହାକୁ ରେଟିଂ କରାଯାଏ ତେବେ ୧୦ରୁ ସାଢେ ୭ ପ୍ରତିଶତ ନମ୍ବର ଏହି ବଜେଟକୁ ମିଳିବ ବୋଲି ପ୍ରତିକ୍ରିୟା ରଖିଛି ୟୁସିସିଆଇ ।

ବଜେଟକୁ ୧୦ରୁ ସାଢେ ୭ ନମ୍ବର ଦେଲା UCCI (ପ୍ରତୀକାତ୍ମକ ଛବି)

ବଜେଟକୁ ୧୦ରୁ ସାଢେ ୭ ନମ୍ବର ଦେଲା UCCI (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଗତ ହୋଇଥିବା କେନ୍ଦ୍ରୀୟ ବଜେଟ୍ ସାମଗ୍ରୀକ ଭାବେ ଏକ ସନ୍ତୁଳିତ ବଜେଟ୍ । ଯଦି ଏହାକୁ ରେଟିଂ କରାଯାଏ ତେବେ ୧୦ରୁ ସାଢେ ୭ ପ୍ରତିଶତ ନମ୍ବର ଏହି ବଜେଟକୁ ମିଳିବ। ବଜେଟ୍ ଆଗତ ପରେ ଏହି ପ୍ରତିକ୍ରିୟା ରଖିଛି ଉତ୍କଳ ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ବା ୟୁସିସିଆଇ ।

ବଜେଟ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ୟୁସିସିଆଇ ଉପସଭାପତି ଅଶୋକ ସାରଦା କହିଛନ୍ତି, "ବଜେଟରେ ବ୍ୟୟବରାଦ ଓ ସାମଗ୍ରୀକ ଯୋଜନା ବୟାନ କରୁଛି ଅନେକ ଚ୍ୟାଲେଞ୍ଜକୁ ସାମ୍ନା କରିବା ଉଦ୍ୟମ କରି ଏଭଳି ଏକ ବଜେଟ୍ ପ୍ରସ୍ତୁତ ହୋଇଛି । ବଜେଟରେ ମଧ୍ୟବିତ୍ତ ଶ୍ରେଣୀ ପାଇଁ କିଛି ବିଶେଷ ବ୍ୟବସ୍ଥା ହୋଇନାହିଁ । କିନ୍ତୁ ଏମ୍ଏସଏମଇ କ୍ଷେତ୍ରକୁ ବଜେଟରେ ଆଶାଠାରୁ ଅଧିକ ଗୁରୁ୍ତ୍ୱ ଦିଆଯାଇଛି , ଯାହା ଶୁଭ ସୂଚନା । ପୂର୍ବ ଥର ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ୩ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ଏଥର ସେହି କ୍ଷେତ୍ର ପାଇଁ ୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଏହାଦ୍ୱାରା ଦୁର୍ଗମ ଅଞ୍ଚଳରେ ବି ଏମଏସଏମଇ କ୍ଷେତ୍ରକୁ ଆଗକୁ ବଢ଼ିବା ପାଇଁ ସୁଯୋଗ ମିଳି ପାରିବ ।

ୟୁସିସିଆଇର ସାମ୍ୱାଦିକ ସମ୍ମିଳନୀ


ସେହିପରି ବଜେଟ୍ ପରିବହନ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବା ଭଲ ଉଦ୍ୟମ  ବୋଲି କହିଛନ୍ତି ଅଶୋକ ସାରଦା । ସେ ଆହୁରି ମଧ୍ୟ କହିଛନ୍ତି,"୪ ଶହରୁ ଅଧିକ ନୂଆ ବନ୍ଦେ ଭାରତ ଟ୍ରେନର ବ୍ୟବସ୍ଥା ହୋଇଥିବା ବେଳେ ମାଲ ପରିବହନ ପାଇଁ ଫ୍ରେଟ୍ କରିଡ଼ରର ବ୍ୟବସ୍ଥା ହୋଇଛି, ଯାହା ଆଗକୁ ଅନେକ ସୂଚନା ଆଣିବ। ବଜେଟରେ କୃଷି କ୍ଷେତ୍ରକୁ ମଧ୍ୟ ଗୁରୁ୍ତ୍ୱ ଦିଆଯାଇଛି । ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ପାଇବା ଦିଗରେ ସରକାର ଯେଉଁ ଅର୍ଥ ବ୍ୟବସ୍ଥା କରିଛନ୍ତି ତାହା ସ୍ୱାଗତଯୋଗ୍ୟ । ସିଧା ଚାଷୀଙ୍କ ଆକାଉଣ୍ଟକୁ ଏହି ଅର୍ଥ ଯିବ, ଯାହା ପ୍ରଶଂସନୀୟ ଉଦ୍ୟମ ।

ବଜେଟରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଅଧିକ ପ୍ରସାରିତ ଓ ବ୍ୟବସ୍ଥିତ କରିବା ପାଇଁ ପୋଷ୍ଟ ଅଫିସ ଗୁଡ଼ିକୁ ନେଟ୍ ବ୍ୟାକିଂ ସହ ଯୋଡ଼ିବା ଭଲ ଉଦ୍ୟମ । କିନ୍ତୁ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ବିକାଶ ପାଇଁ ଯେତିକି ପରିମାଣର ଅର୍ଥ ବରାଦ ହୋଇଛି ତାହା ଖୁବ୍ ନଗଣ୍ୟ । ଏ ବାବଦରେ ଅଧିକ ଅର୍ଥ ବ୍ୟବସ୍ଥା କରିବା ଦରକାର ଥିଲା । ଜମିଜମା ସଂକ୍ରାନ୍ତୀୟ ତଥ୍ୟଗୁଡ଼ିକୁ ସାର୍ବଜନୀନ କରିବା ପାଇଁ ୱାନ୍ ନେସନ ୱାନ୍ ରେଜିଷ୍ଟ୍ରେସନ ବ୍ୟବସ୍ଥା ସମୟୋପଯୋଗୀ । ଡ଼ିଫେନ୍ସ ବ୍ୟବସ୍ଥାରେ ଉନ୍ନତି ପାଇଁ ଅଧିକ ଅର୍ଥ ବ୍ୟୟବରାଦ କରିବା ଦ୍ୱାରା ଏମଏସଏମଇ କ୍ଷେତ୍ରକୁ ଅଧିକ ସୁଯୋଗ ମିଳିବ ଏହା ଏକ ବଡ଼ ପଦକ୍ଷେପ । ଇଲେକ୍ଟିକାଲ ଭେହିକିଲ୍ କ୍ଷେତ୍ରରେ ବିଶେଷ ଅର୍ଥ ବ୍ୟବସ୍ଥା କରିବା ତଥା ବ୍ୟାଟେରି ସ୍ୱାପିଂ ଲାଗୁ କରିବା ଏକ ସମୟୋପଯୋଗୀ ଯୋଜନା ବୋଲି ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ସାରଦା।

ସେହିଭଳି ୟୁସିସିଆଇର ଅନ୍ୟତମ ଉପସଭାପତି ବିନୋଦ ଦାଶ କହିଛନ୍ତି," ଏହା ଏକ ସମୟୋପଯୋଗୀ ବଜେଟ୍ । ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ୱ ଦେଇ ଏଭଳି ଏକ ବଜେଟ ପ୍ରସ୍ତୁତ କରାଯାଇଛି । ବିଶେଷକରି କୋଭିଡ଼ ମହାମାରୀ ସମୟରେ ସାରା ଦେଶରେ ଶ୍ରେଣୀଗୃହ ପାଠପଢା ଯେଭଳି ଠପ୍ ହୋଇଯାଇଥିଲା ତାକୁ ସୁଧାରିବା ପାଇଁ ୨୦୦ ନୂଆ ଟିଭି ଚ୍ୟାନେଲ କରିବା ଉଦ୍ୟମ ପ୍ରଶଂସନୀୟ । ଏହାଦ୍ୱାରା ଉପାନ୍ତ ଅଞ୍ଚଳରେ ବି ନେଟ୍ ନ ଥାଇ ପିଲାମାନେ ପାଠ ପଢ଼ିପାରିବେ । ସମୟକୁ ଗୁରୁତ୍ୱ ଦେଇ ଡ଼ିଜିଟାଲ ୟୁନିଭରସିଟି ପାଇଁ ବଜେଟରେ ବ୍ୟୟବରାଦ କରାଯିବା ପ୍ରଶଂସନୀୟ । ଏହାସହିତ ବଜେଟ୍ରେ ୫ଟି ସେଣ୍ଟର ଅଫ ଏକ୍ସିଲେନ୍ସି ବ୍ୟବସ୍ଥା କରିବା ଭଲ ପଦକ୍ଷେପ"।
Published by:Soumya Das
First published: