ନିଶା ପାଇଁ ରକ୍ତ ରଞ୍ଜିତ ହେଲା ରାଜଧାନୀ; ହତ୍ୟାକାଣ୍ଡ ପଛରେ ଲେଡି ଡନ !
- News18 Odia
- Last Updated :
News 18 Odia Digital
ଭୁବନେଶ୍ୱର; ପାର୍ବଣ ପୂର୍ବରୁ ରକ୍ତରଞ୍ଜିତ ହେଲା ରାଜ୍ୟ ରାଜଧାନୀ । ନୟାପଲି ଥାନା ୟୁନିଟ-୮ ନାରାୟଣ ବସ୍ତିରେ ଜଣେ ଯୁବକକୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତ ଯୁବକ ହେଲେ ପି ସୁବ୍ରତ ରାଓ । ବିଚ ରାସ୍ତାରେ ସୁବ୍ରତକୁ ଦୁର୍ବୃତ୍ତ ମାନେ ଆକ୍ରମଣ କରିଥଲେ । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ମିଳିଥିବା ସୂଚନା ଅନୁସାରେ, ସୁବ୍ରତ ନାମରେ ପୋଲିସ ପାଖରେ ପୂର୍ବରୁ ଏକାଧିକ ଅଭିଯୋଗ ରହିଛି । ବସ୍ତିରେ ଏକ ଦମ୍ପତି ସୁବ୍ରତର ନାମ ନେଇ ବ୍ରାଉନସୁଗର କାରାବର କରୁଥିଲେ । ଏକଥା ଜାଣିବା ପରେ ସୁବ୍ରତ ସମ୍ପୃକ୍ତ ଦମ୍ପତିକୁ ଗାଳି ଗୁଲଜ କରିଥିଲେ । ଯେଉଁ କାରଣ ପାଇଁ ବିବାଦ ଆରମ୍ଭ ହୋଇଥିଲା । ଶୁକ୍ରବାର ସନ୍ଧ୍ୟାରେ ଏହି କଥାକୁ ନେଇ ସୁବ୍ରତ ଓ ତାର ସହଯୋଗିଙ୍କୁ କିଛି ଦୁର୍ବୃତ୍ତ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ । ଯାହା ଫଳରେ ସୁବ୍ରତଙ୍କ ପଛ ଭାଗରେ ଗୁରୁତର କ୍ଷତ ହୋଇଥିଲା । ଅଧିକ ରକ୍ତସ୍ରାବ ଯୋଗୁଁ ସୁବ୍ରତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେହିଭଳି ସୁବ୍ରତର ସହଯୋଗୀ ମିଥଲ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ସେପଟେ ଖବର ପାଇ ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ମୃତ ସୁବ୍ରତଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି ପୋଲିସ । ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଶନିବାର ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଆରମ୍ଭ କରିବ । ତେବେ କେଉଁ କାରଣ ପାଇଁ ଏଭଳି ଘଟଣା ତାହା ପୋଲିସ ସ୍ପଷ୍ଟ କରିନଥିବାବେଳେ ହତ୍ୟାକାଣ୍ଡ ପଛରେ ଜଣେ ଲେଡି ଡନ୍ ରହିଥିବା ନେଇ ଚର୍ଚ୍ଚା ହେଉଛି । ପାର୍ବଣ ପୂର୍ବରୁ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ପୋଲିସକୁ ଚିନ୍ତାରେ ପକାଇ ଦେଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।