ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭାରତ ବନ୍ଦ: ରାଜ୍ୟରେ ଏତେଟା ପଡ଼ିଲାନି ବନ୍ଦ ପ୍ରଭାବ; ୭ଟି ରାଜନୈତିକ ଦଳ କଲେ ସମର୍ଥନ

ଭାରତ ବନ୍ଦ: ରାଜ୍ୟରେ ଏତେଟା ପଡ଼ିଲାନି ବନ୍ଦ ପ୍ରଭାବ; ୭ଟି ରାଜନୈତିକ ଦଳ କଲେ ସମର୍ଥନ

ସଂଯୁକ୍ତ କିଶାନ ମୋର୍ଚ୍ଚାକର୍ମୀମାନେ ମାଷ୍ଟର କ୍ୟାଣ୍ଟିନ ଛକ, ରେଳ ଷ୍ଟେସନ, ଭୁବନେଶ୍ୱର ଖୋର୍ଦ୍ଧା ଜାତୀୟ ରାଜପଥ ଆଗରେ ବସି ରହିଥିଲେ। ଜାତୀୟ ରାଜପଥ ଅବରୋଧ ଯୋଗୁଁ ଟ୍ରକଗୁଡ଼ିକର ଲମ୍ବା ଲାଇନ ଦେଖିବାକୁ ମିଳିଥିଲା।

ଭାରତ ବନ୍ଦ: ରାଜ୍ୟରେ ଏତେଟା ପଡ଼ିଲାନି ବନ୍ଦ ପ୍ରଭାବ; ୭ଟି ରାଜନୈତିକ ଦଳ କଲେ ସମର୍ଥନ
ରାଜ୍ୟରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିନାହିଁ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 27, 2021, 8:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଶୁକ୍ରବାର ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବରରେ ବନ୍ଦର  ପ୍ରଭାବ ଅନୁଭୂତ ହୋଇଥିଲା। ଲୋକମାନଙ୍କ ଯାତାୟତ ବନ୍ଦ ଥିବାରୁ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଥିଲା।

ସଂଯୁକ୍ତ କିଶାନ ମୋର୍ଚ୍ଚାକର୍ମୀମାନେ ମାଷ୍ଟର କ୍ୟାଣ୍ଟିନ ଛକ, ରେଳ ଷ୍ଟେସନ, ଭୁବନେଶ୍ୱର ଖୋର୍ଦ୍ଧା ଜାତୀୟ ରାଜପଥ ଆଗରେ ବସି ରହିଥିଲେ। ଜାତୀୟ ରାଜପଥ ଅବରୋଧ ଯୋଗୁଁ ଟ୍ରକଗୁଡ଼ିକର ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ଆନ୍ଦୋଳନକାରୀମାନେ ମାଷ୍ଟର କ୍ୟାଣ୍ଟିନ ଛକର ଚତୁର୍ପାଶ୍ବକୁ ଘେରି ରହିଥିଲେ। ଆନ୍ଦୋଳନକୁ ସମର୍ଥନ କରୁଥିବା ରାଜନୈତିକ ଦଳର କର୍ମୀମାନେ ମାନେ ବନ୍ଦକୁ ସମର୍ଥନ ଜଣାଇଥିଲେ ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସହ ପ୍ରଭାରୀ ରୁଦ୍ର ରାଜୁ ଆନ୍ଦୋଳନ ସ୍ଥଳକୁ ପହଞ୍ଚି ସମର୍ଥନ ଜଣାଇଥିଲେ। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ବି ଆନ୍ଦୋଳନରେ ଭାଗନେଇଥିଲେ। ଆନ୍ଦୋଳନକାରୀ ଯେତେବେଳେ ବିଧାନସଭା ମୁଁହା ହୋଇଥିଲେ ସେତେବେଳେ ପୋଲିସ ଶତାଧିକ ଆନ୍ଦୋଳନକାରୀକୁ ଗିରଫ କରିନେଇଥିଲା। କୃଷି ଆଇନକୁ ବିରୋଧ କରି ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ଆହୂତ ପ୍ରତିବାଦରେ ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ।

ମାଷ୍ଟର କ୍ୟାଣ୍ଟି ଛକରୁ ବାହାରିଥିବା ଏ ପ୍ରତିବାଦ ବିଧାନସଭା ଆଡ଼କୁ ଅଗ୍ରସର ହେବା ସମୟରେ ପିଏମଜିରେ ପୋଲିସ ଅଟକାଇଥିଲେ । କିଛି ସମୟ ଧରି ଠେଲାପେଲା ଚାଲିଥିଲା। କିଛି ଛାତ୍ର ସଂଗଠନ ମଧ୍ୟ ପୋଲିସକୁ ପାଣି ପିଆଇଥିଲେ। ରାସ୍ତାରେ ବସିବା ସହ ଉଠି ନଥିଲେ । ଫଳରେ ଜଣ ଜଣ କରି ଗାଡ଼ି ଭିତରକୁ ଉଠାଇ ନେଇଥିଲେ ପୋଲିସ। ଆନ୍ଦୋଳନକାରୀ ମହିଳା ମଧ୍ୟ ମହିଳା ପୋଲିସ କୁ ନାକେଦମ୍ କରିଥିଲେ। ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଥିଲା । ସମସ୍ତଙ୍କ ସହଯୋଗ ମିଳିଥିବା କହିଛନ୍ତି ସଂଯୁକ୍ତ କିଶାନ ମୋର୍ଚା ରାଜ୍ୟ ଆବାହକ ସୁରେଶ ପାଣିଗ୍ରାହୀ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି,"କେନ୍ଦ୍ର ସରକାର ଆଣିଥିବା କୄଷି ଆଇନ ହେଉଛି ଅଗଣତାନ୍ତ୍ରିକ। ପ୍ରତ୍ୟାହାର ନ ହେବା ଯାଏଁଆନ୍ଦୋଳନ ଜାରି ରହିବ"।

ସ୍ଥାନେ ସ୍ଥାନେ ରାସ୍ତା ଅବରୋଧ କରିଛନ୍ତି କର୍ମୀ (ପ୍ରତୀକାତ୍ମକ ଛବି)


ବନ୍ଦ ଯୋଗୁଁ ଷ୍ଟେସନକୁ ଯାତ୍ରୀମାନେ ଚାଲି ଚାଲି ଆସୁଥିବା ଦେଖିବାକୁ ମିଳିଥିଲା। ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀ ଅଟକିରହିଥିଲେ । ପୂର୍ବରୁ ଓଏସ ଆରଟିସି ବସ ସେବାକୁ ବାତିଲ କରାଯାଇଥିବା ବେଳେ ମୋ ବସ ଚାଲୁଥିଲା। କିଛି ସ୍ଥାନରେ ମୋ ବସକୁ ଅଟକାଇଥିଲେ ଆନ୍ଦୋଳନକାରୀ।

ବନ୍ଦ ନେଈ ପ୍ରତିକ୍ରିୟା ରଖିଛି ବିଜେପି। ବିଜେପି ରାଜ୍ୟ କିଶାନ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି,"ଆନ୍ଦୋଳନ କାହିଁକି। କୃଷି ଆଇନ ଉପରେ ସୁପ୍ରିମକୋର୍ଟ ସ୍ଥଗିତ ରଖିସାରିଲାଣି। କେନ୍ଦ୍ର ସରକାର ବାରମ୍ବାର ଆଲୋଚନା ପାଇଁ ଆହ୍ବାନ ରଖିସାରିଥିବା ବେଳେ କାହିଁକି ଆନ୍ଦୋଳନ ହେଉଛି।  ଅନେକ ଥର ଆଲୋଚନା ହୋଇସାରିଛି ଏବେବି ଆଲୋଚନା ପାଇଁ ଦ୍ବାର ଖୋଲାରହିଛି। ଯେଉଁ ସାତଟି ରାଜନୈତିକ ଦଳ ଆନ୍ଦୋଳନ ନାଁରେ ଏକାଠି ହୋଇଛନ୍ତି ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ଏନଡିଏ ସରକାରର ବିକାଶ ଧାର ପ୍ରତି ଅସହିଷ୍ଣୁ ହୋଇଯାଇଛନ୍ତି"।

ଆନ୍ଦୋଳନରେ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।


"କୃଷି ଆଇନ ନାଁରେ ଚାଷୀଙ୍କୁ ବିଭ୍ରାନ୍ତି କରି ନରେନ୍ଦ୍ର ମୋଦିଙ୍କ ବିରୋଧରେ ଜନମତ ସୄଷ୍ଟି ପାଇଁ ଉଦ୍ୟମ କରୁଛନ୍ତି। ସେଥିରେ ସଫଳ ହେବେନି। ବିରୋଧୀ ସାତଟି ଦଳ ଦେଶରେ ସମାପ୍ତ ହୋଇସାରିଲେଣି। ନିଜ ଅସ୍ତିତ୍ଵ ରକ୍ଷାକରିବା ପାଇଁ ଢାଲ କରୁଛନ୍ତି।୧୦ ମାସ ଆନ୍ଦୋଳନ ସତ୍ତ୍ୱେ ଜନମତ ସୄଷ୍ଟି ହେଉନାହିଁ। କେହି ବି ବନ୍ଦ ଡାକରା ଦେଇପାରେ। ବନ୍ଦକୁ ଜନସମର୍ଥନ ବୋଲି କୁହାଯାଇପାରିବ ନାହିଁ,"କହିଛନ୍ତି ବିଜେପି ରାଜ୍ୟ କିଶାନ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ।

କେନ୍ଦ୍ର ସରକାର ଆଣିଥିବା ତିନୋଟି କୄଷି ଆଇନକୁ ରଦ୍ଦ କରିବା, ସମସ୍ତ କୄଷି ଜାତ ଦ୍ରବ୍ୟର ଏମ ଏସ ପି ପ୍ରଦାନ କରିବା, ଦରଦାମ ବୃଦ୍ଧି ନିୟନ୍ତ୍ରଣ ଭଳି ୨୧ ଦଫା ଦାବିରେ ଭାରତ ବନ୍ଦ ଡାକରା ଦେଇଥିଲା ସଂଯୁକ୍ତ କିଶାନ ମୋର୍ଚ୍ଚା। କଂଗ୍ରେସ ସମେତ ସାତଟି ରାଜନୈତିକ ଦଳ ଏଥିରେ ସମର୍ଥନ ଦେଇଥିଲେ।
Published by: Soumya Das
First published: September 27, 2021, 8:06 PM IST