କ୍ୟାପିଟାଲ ହସ୍ପିଟାଲରେ ହେବ କ୍ୟାନ୍ସର କେୟାର ସେଣ୍ଟର; ନିର୍ମାଣ ହେବ ୪ ମହଲା ବିଶିଷ୍ଟ କୋଠା

କ୍ୟାପିଟାଲ ହସ୍ପିଟାଲରେ ଖୋଲିବ କ୍ୟାନ୍ସର କେୟାର ସେଣ୍ଟର। କ୍ୟାନ୍ସର କେୟାର ସେଣ୍ଟର ୪ ମହଲା ବିଶିଷ୍ଟ କୋଠା ନିର୍ମାଣ ହେବାକୁ ଥିବା ବେଳେ ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୪୯ କୋଟି ୩୪ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ମିଳିଛି।

ଲୋପ ପାଉଥିବା ପଟ୍ଟଚିତ୍ରକୁ ବଞ୍ଚାଇ ରଖିଛନ୍ତି ଶଙ୍କର ସାହୁ (ପ୍ରତୀକାତ୍ମକ ଛବି)

ଲୋପ ପାଉଥିବା ପଟ୍ଟଚିତ୍ରକୁ ବଞ୍ଚାଇ ରଖିଛନ୍ତି ଶଙ୍କର ସାହୁ (ପ୍ରତୀକାତ୍ମକ ଛବି)

  • Share this:


News18 Odia Digital

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ । ପ୍ରାୟ ସବୁ ପ୍ରକାର ଚିକିତ୍ସା ମଧ୍ୟ ଏଠାରେ ଉପଲବ୍ଧ। ଜରୁରୀ ସେବା ଯୋଗାଇ ଦେବାରେ ଏହାର ବଡ଼ ଭୂମିକା ରହିଛି। ଏବେ ଆଉ ପାଦେ ଆଗକୁ ବଢ଼ିଛି ମେଡ଼ିକାଲର ସ୍ୱାସ୍ଥ୍ୟ ସେବା। ଖୁବ ଜଲଦି ଏଠାରେ କାର୍ଯ୍ୟକ୍ଷମ ହେବ କ୍ୟାନ୍ସର କେୟାର ସେଣ୍ଟର।

କ୍ୟାପିଟାଲ ହସ୍ପିଟାଲରେ ଖୋଲିବ କ୍ୟାନ୍ସର କେୟାର ସେଣ୍ଟର। ଦିନକୁ ଉପକୃତ ହେବେ ହଜାର ହଜାର ରୋଗୀ। ଏବେ କ୍ୟାପିଟାଲ ହସ୍ପିଟାଲରେ ଚାଲିଛି କ୍ୟାନସର ଉଇଙ୍ଗ। କେବଳ କେମୋଥେରାପି ଓ ପ୍ୟାଲେଟିଭ କେୟାର ଚିକିତ୍ସା ହେଉଛି। କ୍ୟାନ୍ସର କେୟାର ସେଣ୍ଟର ହେବା ପରେ ସର୍ଜରି, କେମୋ ମେଡିକାଲ ଆଙ୍କଲୋଜି, ହେଡେନ ଆଙ୍କଲୋଜି, ପ୍ରିଭେନଟିଭ, ଗାଇନୋକ ଲୋଜି ଆଙ୍କଲୋଜି ବିଭାଗ ଖୋଲିବା ସହ ଚିକିତ୍ସା ଚାଲିବ। ଏ ନେଇ ଖୁବ ଜଲଦି କାମ ଆରମ୍ଭ ହେବ। ଯାହାକି କ୍ୟାନ୍ସର ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ମନରେ ଖୁସି ଆଣିଛି। କ୍ୟାପିଟାଲ ହସ୍ପିଟାଲରେ ଏହି ସେଣ୍ଟର ଖୋଲିବା ପାଇଁ ମିଳିଛି ପ୍ରଶାସନିକ ଅନୁମୋଦନ।

ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଚିଠି ପ୍ରକାଶ ପାଇଛି। କ୍ୟାନ୍ସର କେୟାର ସେଣ୍ଟର ୪ ମହଲା ବିଶିଷ୍ଟ କୋଠା ନିର୍ମାଣ ହେବାକୁ ଥିବା ବେଳେ ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୪୯ କୋଟି ୩୪ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ମିଳିଛି। କେବଳ କ୍ୟାନ୍ସର କେୟାର ସେଣ୍ଟର ନୁହେଁ। ଏହି ସେଣ୍ଟର ପାଖକୁ ଲାଗି ରାଜ୍ୟ ଜନ ସ୍ଵାସ୍ଥ୍ୟ ଲବ୍ରୋଟୋରୀ ଲାଗି ୫ ମହଲା ବିଶିଷ୍ଟ କୋଠା ନିର୍ମାଣ ହେବାକୁ ଥିବା ବେଳେ ଏଥିପାଇଁ ବିଭାଗ ପକ୍ଷରୁ ୨୦ କୋଟି ୩୫ ଲକ୍ଷ ଟଙ୍କାର ଆର୍ଥିକ ଅନୁମୋଦନ ଲାଭ କରିଛି। ଉଭୟ ବିଭାଗ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହୋଇ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ। ଏହାଦ୍ୱାରା ଲୋକଙ୍କୁ ଅତ୍ୟାଧୁନିକ ରୋଗୀ ସେବା ଉପଲବ୍ଧ ହେବ।

ସବୁଠୁ ବଡ଼ କଥା ହେଉଚି ଏହି ଜନ ସ୍ୱାସ୍ଥ୍ୟ ନିଦାନ କେନ୍ଦ୍ର ହେବ ରାଜ୍ୟର ବଡ଼ ଲାବୋରଟୋରୀ। ଯେଉଁଠି ସବୁ ପ୍ରକାର ପରୀକ୍ଷା କରାଯିବ। ଏବେ କ୍ୟାପିଟାଲ ହସ୍ପିଟାଲକୁ ଦୈନିକ ୮୦-୧୦୦ କ୍ୟାନ୍ସର ରୋଗୀ ଆସୁଛନ୍ତି। ଏହି ମେଡିକାଲ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ରୋଗୀଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ।

Published by:Soumya Das
First published: