ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରେ ଆରମ୍ଭ ହେଲା କ୍ୟାପଟେରିଆ; କିନ୍ନର ବିକ୍ରି କରୁଛନ୍ତି ଚାହା ଓ ସ୍ନାକସ

ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରେ ଆରମ୍ଭ ହୋଇଛି ନୂଆ କ୍ୟାପଟେରିଆ । କିନ୍ନର ବିକ୍ରି କରୁଛନ୍ତି ଚାହା କଫି ଓ ସ୍ନାକସ । ମିଶନ ଶକ୍ତି ସହାୟତାରେ ଏହି କ୍ୟାପଟେରିଆ ଆରମ୍ଭ ହୋଇଛି।

ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରେ ଆରମ୍ଭ ହେଲା କ୍ୟାପଟେରିଆ (ପ୍ରତୀକାତ୍ମକ ଛବି)

ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରେ ଆରମ୍ଭ ହେଲା କ୍ୟାପଟେରିଆ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ୱର: ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରେ ଆରମ୍ଭ ହୋଇଛି ନୂଆ କ୍ୟାପଟେରିଆ । କିନ୍ନର ବିକ୍ରି କରୁଛନ୍ତି ଚାହା କଫି ଓ ସ୍ନାକସ । ମିଶନ ଶକ୍ତି ସହାୟତାରେ ଏହି କ୍ୟାପଟେରିଆ ଆରମ୍ଭ ହୋଇଛି।

ସମାଜର ମୁଖ୍ୟ ସ୍ରୋତରେ କିନ୍ନରମାନଙ୍କୁ ସାମିଲ କରିବାକୁ ସରକାର ଚେଷ୍ଟା କରୁଛନ୍ତି। କିନ୍ନରମାନେ ଭିକ୍ଷା ବୃତ୍ତି ନୁଁହେ ବରଂ ଆତ୍ମନିର୍ଭରଶୀଳ ହେବେ।  ତୃତୀୟ ଲିଙ୍ଗୀଙ୍କୁ ଆତ୍ମନିର୍ଭରଶୀଳ ହେବା ବ୍ୟବସ୍ଥାକୁ ଆଖିଆଗରେ ରଖି ମୁଖ୍ୟମନ୍ତ୍ରୀ ମିସନ୍ ଶକ୍ତି ବ୍ୟବସ୍ଥାକୁ ଆଉ ଦୁଇ ପାଦ ଆଗକୁ ଆଗେଇଛନ୍ତି ବାଲେଶ୍ୱରରେ କିନ୍ନର ସଂଘ  । ତୃତୀୟ ଲିଙ୍ଗୀୟ ବ୍ୟକ୍ତି ବିଶେଷଙ୍କ ନିଜର ଆର୍ଥିକ ସ୍ଥିତିରେ ସୁଦୃଢ ହେବା ସହିତ ସମାଜରେ ନିଜର ସମ୍ମାନ ସହିତ ଜନସାଧାରଣଙ୍କ ପାଇଁ ସେବା ଯୋଗାଇ ପାରିବେ ଏଥ ପାଇଁ କିନ୍ନର ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ମିଶନ୍ ଶକ୍ତି କାଫେର ବ୍ୟବସ୍ଥା ଆରମ୍ଭ ହୋଇଛି ।

ଏନଜିଓ ସହାୟତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ କିନ୍ନର ମିସନ୍ ଶକ୍ତି କାଫେ ଆରମ୍ଭ ହୋଇଛି। ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ନିଜେ ଏହି କାଫେ ଶୁଭାରମ୍ଭ କରିଛନ୍ତି । ସେହି କାଫେରେ ଚା, ବିସ୍କୁଟ ସହିତ ବିଭିନ୍ନ ଖାଦ୍ୟ ପଦାର୍ଥ ମିଳିବାର ବ୍ୟବସ୍ଥା ରହିଛି । ତେବେ ଆଗାମୀ ଦିନରେ ଏହି କ୍ୟାପଟେରିଆରୁ ଏକ ରେଷ୍ଟୁରାଣ୍ଟ କରୁବାକୁ ଲକ୍ଷ୍ୟ ରଖିଛନ୍ତି କିନ୍ନର ସଂଘ ।

"ଏହି କ୍ୟାପଟେରିଆରୁ ଦ୍ୱାରା ଆମକୁ ରୋଜଗାରର ମାଧ୍ୟମ ମିଳିଛି । କିନ୍ନର ମାନେ ଅଧିକାଂଶ ସମୟ ଭିକ୍ଷାବୃତ୍ତି ଦ୍ୱାରା ଘର ଚାଳନ୍ତି । ହେଲେ ଏବେ ସରକାରୀ ସହାୟତା ଦ୍ୱାରା ଆମେ ଆତ୍ମନିର୍ଭରଶୀଳ ହୋଇପାରୁଛୁ । ଏହି କ୍ୟାପଟେରିଆରୁ ସମସ୍ତଙ୍କ ପାଇଁ ସ୍ୱଳ୍ପ ଦାମରେ ଚାହା , କଫି ପାଇପାରିବେ । ଆଗକୁ ସବୁ ଜନଗହଳି ସ୍ଥାନରେ ଏପରି ହେବାକୁ ବ୍ୟବସ୍ଥା ରଖାଯାଇଥିବା ବେଳେ ଆମକୁ ଏହା ସହାୟକ ହେବ," କହିଛନ୍ତି କିନ୍ନର ସଂଘ ସଦସ୍ୟ ରାନୀ କିନ୍ନର।

"କିନ୍ନରମାନେ ଆତ୍ମନିର୍ଭରଶୀଳ ହେବା ଅତ୍ୟନ୍ତ ଖୁସିର ବିଷୟ । ଏହା ଦ୍ୱାରା ସମାଜକୁ ଏକ ସୁସ୍ଥ ବାର୍ତ୍ତା ଯାଉଛି । ପୂର୍ବରୁ କିନ୍ନର ଟ୍ରେନ ବସରୁ ମାଗି ଚଳୁଥିଲେ । ହେଲେ ଏବେ ସେମାନେ ଜଣେ ଜଣେ ସଫଳ ବ୍ୟବସାୟୀ ହୋଇପାରିଛନ୍ତି । ଏନେଇ ଉଭୟ ସରକାରୀ ବିଭାଗ ଓ ଏନଜିଓମାନଙ୍କୁ ଧନ୍ୟବାଦ ଦେବା ଆବଶ୍ୟକ," କହିଛନ୍ତି ବୁଦ୍ଧିଜୀବୀ ରଞ୍ଜନ ବାଗ।

ଏନଜିଓ ଆରଡିଏସିର ରୁକସାନା ଖାତୁନଙ୍କ ସହଯୋଗ କ୍ରମେ ଅନନ୍ୟାଟି ଜି ସ୍ବୟଂ ସହାୟକ ଗୋଷ୍ଠୀର ରାଣୀ କିନ୍ନର, ନିହାରିକା କିନ୍ନର ବାସନ୍ତୀ କିନ୍ନର, ଶାଲିନି କିନ୍ନର ଓ ଲଭଲି କିନ୍ନର ମିଳିତ ଭାବେ ଉକ୍ତ ମିଶନ୍ କାଫେ ପରିଚାଳନା କରୁଛନ୍ତି।

"ଆଗାମୀ ଦିନରେ ସହରର ବସଷ୍ଟାଣ୍ଡ ଓ ଷ୍ଟେସନ ଭଳି ବିଭିନ୍ନ ଗହଳି ପୂର୍ଣ୍ଣ ସ୍ଥାନରେ ଏହି କିନ୍ନର ମିସନ୍ ଶକ୍ତି କାଫେ ଖୁବ୍ ଶୀଘ୍ର ଖୋଲିବାକୁ ଯାଉଛି ବୋଲି ରୁକନା ଖାତୁନ କହିଛନ୍ତି  । ସେହିପରି ଗୋଟିଏ ପଟେ ପୂର୍ବରୁ କିନ୍ନର ମାନେ ବିଭିନ୍ନ ସ୍ଥାନରେ ଅର୍ଥ ମାଗି ଚଲୁଥିବା ବେଳେ ଏବେ ଏହି ପ୍ରକାର ମିଶନ ଶକ୍ତି ଦ୍ୱାରା କିନ୍ନର ମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ସମସ୍ତେ ପ୍ରଶଂସା କରିଛନ୍ତି ବୋଲି ସେ କହିଛନ୍ତି।
Published by:Soumya Das
First published: