ଫେସବୁକରୁ ଅର୍ଚ୍ଚନାଙ୍କ ସହ ହୋଇଥିଲା ସମ୍ପର୍କ; ୨ଟି କିସ୍ତିରେ ୭ଲକ୍ଷ ଦେଇଥିଲେ ବ୍ୟବସାୟୀ

ମେଡିକାଲ କେସ ପାଇଁ ଟଙ୍କା ମାଗିବାରୁ ଦେଇଥିଲେ ଅର୍ଚ୍ଚନାଙ୍କୁ ୭ ଲକ୍ଷ ଟଙ୍କା ଦେଇଥିଲେ ବ୍ୟବସାୟୀ ଅମୀୟକାନ୍ତ ଦାସ । ଆଜି ୮ ଘଣ୍ଟା ଧରି ତାଙ୍କୁ ଜେରା କରିଛି ଇଡି ।

ଅର୍ଚ୍ଚନାଙ୍କ କୋଟି କୋଟି ଟଙ୍କାର ହିସାବ କରୁଛି ଇଡି

ଅର୍ଚ୍ଚନାଙ୍କ କୋଟି କୋଟି ଟଙ୍କାର ହିସାବ କରୁଛି ଇଡି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଅର୍ଚ୍ଚନା ନାଗଙ୍କ ନାଗ ପେଡି ଖୋଲୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆଜି ଅର୍ଚ୍ଚନାଙ୍କ ସହ ବେଆଇନ ଆର୍ଥିକ କାରବାର ନେଇ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ବ୍ୟବସାୟୀ ଅମୀୟକାନ୍ତ ଦାସଙ୍କୁ ମାରଥନ ଜେରା କରିଛି ଇଡି ।

ଜଣାଶୁଣା ବ୍ୟବସାୟୀ ଅମୀୟକାନ୍ତ ଦାଶ ମଧ୍ୟ ଆଜି ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି। ଦିନ ତମାମ ଅମୀୟଙ୍କୁ ମାରାଥନ ଜେରା କରିଥିଲା ଇଡି। ଇଡି ସୂଚନା ଅନୁସାରେ, ୨୦୨୧/୨୨ରେ ଅମୀୟଙ୍କ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ୧୦ଲକ୍ଷ ଟଙ୍କା ଆସିଥିଲା। ଯାହା ଅର୍ଚ୍ଚନାଙ୍କୁ ନେଇ ଖୋଳତାଡ଼ ବେଳେ ସାମ୍ନାକୁ ଆସିଥିଲା। ଅର୍ଚ୍ଚନାଙ୍କ ସହ ତାଙ୍କର ସମ୍ପର୍କ ଫେସବୁକରୁ ଆରମ୍ଭ ହୋଇଥିଲା। ସେ ୨ ଟି କିସ୍ତିରେ ତାଙ୍କୁ ୭ ଲକ୍ଷ ଦେଇଥିଲେ। ତେଣୁ ଏତେ ପରିମାଣରେ ଟଙ୍କା କାହିଁକି ଦେଇଥିଲେ ତାକୁ ନେଇ ଇଡ଼ିର ସନ୍ଦେହ ଆଖି ଏବେ ଅମୀୟକାନ୍ତଙ୍କ ଉପରେ । ମିଳିଥିବା ସୂଚନା ଅନୁସାରେ ଅର୍ଚ୍ଚନାଙ୍କୁ ଦେଇଥିବା ୧୦ ଲକ୍ଷ ଟଙ୍କାର ହିସାବ ଇଡିକୁ ଦେଇ ପାରି ନଥିଲେ ଅମୀୟ । ଯାହାକୁ ନେଇ ଆଗକୁ ଅମୀୟଙ୍କ ପାଇଁ ଅଡ଼ୁଆ ସାଜିବ ବୋଲି ଚର୍ଚ୍ଚା ହେଉଛି ।

ପ୍ରଥମେ ବ୍ୟବସାୟୀ ପରେ ଫିଲ୍ମ ପ୍ରଯୋଜକଙ୍କୁ ମାରାଥନ ଜେରା କରିଛି ଇଡି। ଅର୍ଚ୍ଚନାଙ୍କ ସହ ସମ୍ପର୍କ କଣ ?କେବେଠାରୁ ଅର୍ଚ୍ଚନାଙ୍କୁ ଜାଣିଛନ୍ତି ? ଅର୍ଚ୍ଚନା କାହିଁକି ତାଙ୍କୁ ୩କୋଟି ମାଗିଥିଲେ ? ଅର୍ଚ୍ଚନାଙ୍କୁ ଟଙ୍କା ଦେଇଛନ୍ତି କି ନାହିଁ ? ଯଦି ଦେଇଛନ୍ତି ତେବେ କେତେ ଟଙ୍କା ? ଅର୍ଚ୍ଚନା ବ୍ଲାକମେଲିଂ କରି ଟଙ୍କା ମାଗିବା ବେଳେ ଆଉ କେଉଁମାନେ ଥିଲେ ? ଅର୍ଚ୍ଚନା କିଭଳି ବଡ଼ ବଡ଼ିଆଙ୍କୁ ଟ୍ରାପ କରନ୍ତି ପ୍ରଶ୍ନ ପଚାରିଛି ଇଡି।

ସେପଟେ ଗିରଫ ହୋଇଥିବା ଖଗେଶ୍ୱର ପାତ୍ରଙ୍କୁ ଦିତୀୟ ପର୍ଯ୍ୟାୟ ରିମାଣ୍ଡ ନେଇ  ତଦନ୍ତ ଜାରି ରଖିଛି ଇଡି। ଖୁବ ଶୀଘ୍ର  ଇଡି ର ଅନ୍ୟତମ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳିଙ୍କୁ ମଧ୍ୟ ହାଜର ହେବେ ବୋଲି ସୂଚନା ମିଳିଛି ।
Published by:Soumya Das
First published: