News18 Odia Digital
ବାଲେଶ୍ଵର: ବାଲେଶ୍ଵର ବସଷ୍ଟାଣ୍ଡ ନେଇ ବଢୁଛି ବିବାଦ। ଯେଉଁ ବସ ଷ୍ଟାଣ୍ଡର ଭିତ୍ତି ପ୍ରସ୍ତର ୧୨ ବର୍ଷେ ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ତାକୁ ବଦଳି ଦେଲେ ଅଧିକାରୀ। ସହର ଭିତରେ ଥିବା ସଂକୀର୍ଣ୍ଣ ଷ୍ଟାଣ୍ଡ ପାଇଁ ଖର୍ଚ୍ଚ ହେଉଛି ଟଙ୍କା ହେଲେ ନୂଆ ଜାଗାରେ ବସ ଷ୍ଟାଣ୍ଡ ପରିବର୍ତ୍ତେ ହେବ ମାର୍କେଟ କମ୍ପ୍ଲେକ୍ସ ।
୨୦୧୦ ମସିହା ରେମୁଣା ନରହରିପୁରରେ ବାଲେଶ୍ଵର ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହୋଇଥିଲା ଶିଳାନ୍ୟାସ । ଏହା ଭିତରେ ବିତିଗଲାଣି ୧୨ ବର୍ଷ ହେଲେ କେବଳ ସେତେବେଳେ ଅଧିଗ୍ରହଣ ହୋଇଥିବା ୮ ଏକର ଜଗା ଛାଡ଼ି କାମ ପାଦଟିଏ ଆଗେଇ ପାରିଲାନି । ୧୨ ବର୍ଷ ମଧ୍ୟରେ ଅନେକ ଦାବି ସତ୍ତ୍ୱେ ନୂଆ ବସ ଷ୍ଟାଣ୍ଡ ଆଶା ପୂରଣ ହୋଇପାରିନଥିବା ବେଳେ ଏବେ ଏହି ବସ ଷ୍ଟାଣ୍ଡ ନେଇ ଉଠିଛି ବିବାଦ। ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ନୂଆ ବସ ଷ୍ଟାଣ୍ଡ ଘଷଣାକୁ ପରିବର୍ତ୍ତନ କରି ଏବେ ଜିଲ୍ଲା ପ୍ରଶାସନ ଏଠାରେ ବନାଉଛି ମାର୍କେଟ କମ୍ପ୍ଲେକ୍ସ। ଯେଉଁଠି ଦୋକାନ ଘର ହେବ ଆଉ ବ୍ୟବସାୟୀଙ୍କୁ ବିକ୍ରି ହେବ।
ତେବେ ୮ ଏକର ସ୍ଥାନରୁ ମାତ୍ର ୧.୫ ଏକର ସ୍ଥାନ ବସ ଷ୍ଟାଣ୍ଡ ପାଇଁ ଛାଡ଼ି ଅନ୍ୟ ୬.୫ ଏକର ଜାଗାରେ ମାର୍କେଟ କମ୍ପ୍ଲେକ୍ସ ପାଇଁ କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଯାଇଛି। ତେବେ ଏହାକୁ ନେଇ ଏବେ ଦେଖା ଦେଇଛି ବିବାଦ କାରଣ ବାଲେଶ୍ୱର ସହରରୁ ପ୍ରତ୍ୟକ ଦିନ ୨୦୦ ରୁ ଅଧିକ ଘରୋଇ ବସ ରାଜ୍ୟ ତଥା ରାଜ୍ୟ ବାହାରକୁ ଚଳାଚଳ କରୁଥିବା ବେଳେ ଏହା ପାଇଁ ଆବଶ୍ୟକୀୟ ସ୍ଥାନ ନାହିଁ। ଯେଉଁ ବସ ଷ୍ଟାଣ୍ଡ ଏବେ ଅଛି ତାହା ବିବାଦୀୟ ସ୍ଥାନ ତେବେ ଏହି ସଂକୀର୍ଣ୍ଣ ଆଉ ବିବାଦୀୟ ସ୍ଥାନରେ ୯.୭୧ କୋଟି ଖର୍ଚ୍ଚ କରି ନୂଆ ବସ ଷ୍ଟାଣ୍ଡ ନିର୍ମାଣ ହେଉଥିବା ବେଳେ ଯେଉଁ ଜଗା ପ୍ରଶାସନ ପାଖରେ ଅଛି ସେଠି କାହିଁକି ନିର୍ମାଣ ହେଉନି ବସ ଷ୍ଟାଣ୍ଡ ତାକୁ ନେଇ ଏବେ ବିଭିନ୍ନ ମହଲରୁ ପ୍ରଶ୍ନ କରାଯାଇଛି। ବଡ଼କଥା ଏବେ ଯେଉଁ ବସ ଷ୍ଟାଣ୍ଡ ରହିଛି ଆଉ ଏହାକୁ ନୂଆ କରି ତିଆରି କରାଯାଉଛି ସେଠାରେ କାମ ଶେଷ ହେଲେ ଅତି ବେଶୀରେ ୩୦ ବସ ଯାତାୟାତ କରିପାରିବ ଏଣୁ ଲୋକ ଏହାକୁ କେଉଁ ସ୍ୱାର୍ଥରେ ରେମୁଣାକୁ ସ୍ଥାନାନ୍ତର କରାଯାଉନି ତାକୁ ନେଇ ପ୍ରତିବାଦ କରିଛନ୍ତି ବୁଦ୍ଧିଜୀବୀ ଅନ୍ତର୍ଜାମୀ ପ୍ରଧାନ ।
ମିଳିଥିବା ସୂଚନା ଅନୁସାରେ ନୂଆ ବସ ଷ୍ଟାଣ୍ଡ ପାଇଁ ଅଧିକୃତ ୮ ଏକର ଜାଗା ବ୍ରିଟ କୁ ଦିଆଯାଇଥିଲା ଏନେଇ ବ୍ରିଟି ପ୍ରତ୍ୟକ ବର୍ଷ ୮ ଲକ୍ଷ ଟଙ୍କା ଟିକସ ଦେଉଛି ହେଲେ ବସ ଷ୍ଟାଣ୍ଡ ନହେବାରୁ ବ୍ରିଟ ନିଜର କ୍ଷତି ଭୋରଣ ପାଇଁ ମାର୍କେଟ କମ୍ପ୍ଲେକ୍ସ କରି ବିକ୍ରି କରୁଥିବା ଯୋଜନା କରୁଥିବା ଜଣା ପଡ଼ିଛି। ଅନ୍ୟପଟେ ଜିଲ୍ଲା ପ୍ରଶାସନ କିପରି ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ପରିବର୍ତ୍ତନ କରିଦେଲା ତାକୁ ନେଇ ପ୍ରଶ୍ନ ଛିଡ଼ା ହୋଇଥିବା ବେଳେ ବର୍ତ୍ତମାନର ଚାଲୁଥିବା ବସ ଷ୍ଟାଣ୍ଡ କାର୍ଯ୍ୟ ନେଇ ସମୀକ୍ଷା କରିଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ତେବେ ନରହରିପୁର ରେ କାହିଁକି ବସ ଷ୍ଟାଣ୍ଡ ହେଉନି ସେନେଇ ସେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବା ସହିତ ପଦକ୍ଷେପ ନେବେ ବୋଲି କହିଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।