ବିବାହ ବେଦୀରୁ କନିଆ ଚମ୍ପଟ; ଚାହିଁ ବସିଛନ୍ତି ବର !

ସାତ ଜନ୍ମ ତ ଦୂରରେ କଥା ସାତ ଘଣ୍ଟା ବି ରହିଲେନି ସାଥିରେ । ଏବେ ବଡ଼ ପ୍ରଶ୍ନ କଣ ଫେରାର ସ୍ତ୍ରୀ ଆସିଲେ ଆପଣାଇବେ ପ୍ରେମ କୁମାର ?

ବେଦୀରୁ କନିଆ ଚମ୍ପଟ; ଚାହିଁ ବସିଛନ୍ତି ବର !

ବେଦୀରୁ କନିଆ ଚମ୍ପଟ; ଚାହିଁ ବସିଛନ୍ତି ବର !

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବଲାଙ୍ଗୀର: ବରର ଗାଡ଼ି ଛାଡ଼ି ପ୍ରେମିକର ଗାଡ଼ିରେ ବସି ଫେରାର ହୋଇଗଲା ନବବିବାହିତା। ଏହା କେଉଁ ସିନେମାର ଦୃଶ୍ୟ ନୁହେଁ କି କାହାଣୀ ନୁହେଁ। ଏହା ଏକ ସତ୍ୟ ଘଟଣା । ବାହା ହେବା ପରେ ଚାଲିଗଲା ନବବିବାହିତା। ଏବେ ସ୍ତ୍ରୀ ଛେଉଣ୍ଡ ସ୍ୱାମୀ ମୁଣ୍ଡରେ ହାତ ଦେଇଛନ୍ତି। ବନ୍ଦାଣ ପରେ ସବୁ ଗହଣା ଅଳଙ୍କାର ନେଇ ଫେରାର ହୋଇଯାଇଛନ୍ତି କନ୍ଯା ।

ଏହି ଘଟଣାଟି ଘଟିଛି ବଲାଙ୍ଗିର ଟାଉନ ସ୍ଥିତ ବ୍ରାହ୍ମଣପଡ଼ାରେ। ମୁକୁନ୍ଦପୁର ଗାଁର ନାରାୟଣ ମାଝୀଙ୍କର ପୁଅ ପ୍ରେମ କୁମାରଙ୍କ ସହ ବ୍ରାହ୍ମଣପଡ଼ା ଗାଁର ସୁରେନ୍ଦ୍ର ମହାକୁଡ଼ଙ୍କ ଝିଅ ଲିଜା ସହ ବାହାଘର ସ୍ଥିର ହୋଇଥିଲା। ଗତ ଗୁରୁବାର ବାହାଘର ମଧ୍ୟ ହୋଇଥିଲା। କିନ୍ତୁ ଘରରୁ ନୂଆ ବୋହୂ ଆସିବା ଆଗରୁ ଘଟିଗଲା ଏଭିଳି ଘଟଣା ।

ବିବାହ ପରେ ପ୍ରେମିକ ସହ ଛୁ ମାରିଲେ କନ୍ଯା; ଶିଶୁପାଳ ହୋଇ ଫେରିଲା ବର

ସେପଟେ ଏହି ଘଟଣାକୁ ନେଇ ଅଧିକ ମର୍ମାହତ ହୋଇଛନ୍ତି ସ୍ୱାମୀ। ବିବାହ ପୂର୍ବରୁ ସେ କନ୍ୟା ଜଣଙ୍କ ସହ କଥାବାର୍ତ୍ତା କରିଥିଲେ। ସେତେବେଳେ ସବୁ ଠିକଠାକ ଥିଲା। କିନ୍ତୁ ଏବେ ଏପରି ଘଟିଯିବ ବୋଲି ସ୍ୱାମୀ ପ୍ରେମ କୁମାର ମଧ୍ୟ କଳ୍ପନା କରିପାରୁନାହାଁନ୍ତି। କିନ୍ତୁ ତାଙ୍କ ସ୍ତ୍ରୀ ଫେରି ଆସି କାହା ପାଖରେ ରହିବ, ସେ ନେଇ ସ୍ପଷ୍ଟ କରୁ ବୋଲି କହିଛନ୍ତି ପ୍ରେମ।

ନୂଆ ବୋହୂର ଏଭଳି କାଣ୍ଡକୁ ନେଇ ପ୍ରେମଙ୍କ ପରିବାର ଲୋକ ମଧ୍ଯ ମୁହଁ ଖୋଲିଛନ୍ତି। ପରିବାରର ଜଣେ ସଦସ୍ୟ କହିଛନ୍ତି ଯେ ଗାଁରେ ଆଉ ଜଣଙ୍କର ବାହାଘର ହୋଇଛି। ତାଙ୍କ ଘର ଖୁସିରେ ଫାଟି ପଡ଼ୁଥିବା ବେଳେ ଆମ ଘରେ ଦୁଃଖ ଛାଇ ଯାଇଛି। ଏତେ ଟଙ୍କାର ଆୟୋଜନ ହୋଇଥିଲା। କେଉଁଠୁ ସେ ପଇସା ଫେରି ପାଇବୁ। ଯାହା ଜିନିଷ କିଣା ହୋଇଥିଲା ତାହା ନଷ୍ଟ ହୋଇଯାଇଛି। ସବୁଠୁ ବିଡ଼ମ୍ବନାର ବିଷୟ ହେଉଛି, ବର ଘର ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଥିଲେ ବି କୌଣସି ସୁଫଳ ମିଳିପାରିନାହିଁ।

ସବୁ ସତ୍ତ୍ୱେ ବି ସ୍ୱାମୀ ପ୍ରେମ କୁମାର ଏବେ ବି ଆଶା ବାନ୍ଧି ବସିଛନ୍ତି । ବଲିଉଡ଼ ପ୍ରେମ କାହାଣୀ ଭଳି ପ୍ରେମଙ୍କ ଜୀବନରେ ଏଭଳି କିଛି ଘଟିବ କି ନାହିଁ ତାହା ଦେଖିବାକୁ ବାକି ରହିଲା ।
Published by:Soumya Das
First published: