ବିବାହ ପ୍ରତିଶ୍ରୁତି ଦେଇ ନର୍ସଙ୍କୁ ଧୋକା; ୨ଲକ୍ଷ ଟଙ୍କା ଧରି ଛୁ ମାରିଲା ପ୍ରେମିକ

ସ୍ତ୍ରୀକୁ ଧରମ ଭଉଣୀ ଓ ପୁଅକୁ ଭଣଜା କହି ଯୁବତୀଙ୍କ ସହ ସମ୍ପର୍କ ରଖିଆସୁଥିଲା ରିକି । ଦୁଇ ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଥିବା ରିକି ନାଁରେ ଥାନାରେ ଅଭିଯୋଗ କରିଛନ୍ତି ନର୍ସ ଜଣଙ୍କ ।

୨ଲକ୍ଷ ଟଙ୍କା ଧରି ଛୁ ମାରିଲା ପ୍ରେମିକ (ପ୍ରତୀକାତ୍ମକ ଛବି)

୨ଲକ୍ଷ ଟଙ୍କା ଧରି ଛୁ ମାରିଲା ପ୍ରେମିକ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ନିଜକୁ ଅବିବାହିତ କହି ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲା ପ୍ରେମିକ। ବାରମ୍ବାର ଶାରିରୀକ ସମ୍ପର୍କ ରଖିବା ସହିତ ଟଙ୍କା ଲୁଟି ଚାଲିଥିଲା। ତେବେ ପ୍ରେମିକ ଜଣକ ପୂର୍ବରୁ ବିବାହ କରିଥିବା ଜାଣିବା ପରେ ଚନ୍ଦକା ଥାନାର ଦ୍ବାରସ୍ଥ ହୋଇଛନ୍ତି ପ୍ରେମିକା।ଲଭ ସେକ୍ସ ଧୋକା ନେଇ ଚନ୍ଦକା ଥାନାରେ ଦ୍ଵାରସ୍ଥ ହେଲେ ଯୁବତୀ। ଠକେଇ ଶିକାର ହେଲେ ରାଜଧାନୀର ଏକ ଘରୋଇ ହସ୍ପିଟାଲର ଜଣେ ନର୍ସ ଛାତ୍ରୀ।

ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅର୍ନ୍ତଗତ ବାହାନଗା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱର ଜୟଦେବ ବାଟିକା ନିକଟରେ ଥିବା ଏକ ଘରୋଇ ଡାକ୍ତରଖାନାରେ ନର୍ସ ଭାବେ କାର୍ଯ୍ୟ କରନ୍ତି। ସେଠାରେ କାମ କରୁଥିବା ଆଉ ଜଣେ ନର୍ସଙ୍କ ମାଧ୍ୟମରେ ଯୁବତୀ ଜଣକ ଚନ୍ଦକା ଥାନା ଅନ୍ତର୍ଗତ ପାଣିଓରା ଗ୍ରାମର ରିକି ମହାପାତ୍ରଙ୍କ ସଂସ୍ପର୍ଶରେ ଆସିଥିଲେ । ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ରିକି ନିଜକୁ ଅବିବାହିତ କହି ଯୁବତୀଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲା । ଏଥି ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ଏମିତିକି ଭିନ୍ନ ଭିନ୍ନ ଆଳ ଦେଖାଇ ଯୁବତୀଙ୍କ ଠାରୁ ବିଭିନ୍ନ ସମୟରେ ଟଙ୍କା ମଧ୍ୟ ନେଉଥିଲା ।

"ରିକି ପୂର୍ବରୁ ବିବାହ କରିଥିବା ଦୁଇ ମାସ ପୂର୍ବେ ମୁଁ ଜାଣିବାକୁ ପାଇଲି।  ଏ ବିଷୟରେ ତାଙ୍କୁ ପଚାରିବାରୁ ସେ ଆଉ ଧରାଛୁଆଁ ଦେଇ ନ ଥିଲେ। ପ୍ରକୃତରେ ରିକି  ବିବାହିତ କି ନାହିଁ ସେ ବିଷୟରେ ଜାଣିବା ପାଇଁ ମୁଁ ଗତ ୧୬ ତାରିଖ ଦିନ ତାଙ୍କ ପାଣିଓରା ସ୍ଥିତ ଘରକୁ ଯାଇଥିଲି । ଘରେ ଜଣେ ମହିଳା ଓ ପୁଅ ଥିଲେ । ମହିଳା ଜଣଙ୍କ ଧରମ ଭଉଣୀ ଓ ଛୋଟ ଛୁଆ ତାଙ୍କର ଭଣଜା ହେବ ବୋଲି ସେ କହିଥିଲା। ପରେ ମୋତେ ସନ୍ଦେହ ହବାରୁ ପାଖ ପଡ଼ିଶାଙ୍କୁ ପଚାରିବାରୁ ରିକି ବିବାହିତ ବୋଲି ଜାଣିଥିଲି," କହିଛନ୍ତି ଯୁବତୀ।

ତଦନ୍ତ ବେଳେ ଜଣା ପଡ଼ିଛି ଠକିବା ପାଇଁ ସ୍ୱାମୀ ସ୍ତ୍ରୀ ସାଜି ଥିଲେ ଭାଇ ଭଉଣୀ । ଲମ୍ପଟିଆ ପ୍ରେମିକ ସ୍ତ୍ରୀକୁ ଧରମ ଭଉଣୀ କହୁଥିବା ବେଳେ ନିଜ ପୁଅକୁ ଭଣଜା କହି ପ୍ରେମିକାକୁ ଚିହ୍ନା ପରିଚିତ କରିଥିଲା । ଟଙ୍କା ହଡ଼ପ ପାଇଁ ସ୍ୱାମୀ ସ୍ତ୍ରୀ ମିଶି ଚକ୍ରାନ୍ତ କରିଥିବା ନେଇ ଚନ୍ଦକା ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
Published by:Soumya Das
First published: