୪ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ; ହତ୍ୟା ଅଭିଯୋଗ କଲେ ପରିବାର

ଚନ୍ଦ୍ରଶେଖରପୁର ପଣ୍ଡା ପାର୍କରୁ ଜଣେ ନାବାଳକର ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଠାବ କରାଯାଇଛି। ମୃତ ନାବାଳକ ହେଲେ ଦୈତରାଜ ନାୟକ। ଗତ ୧୪ ତାରିଖରେ ପରିବାର ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଏକ ମାମଲା ରୁଜୁ କରିଥିଲେ।

୪ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ (ପ୍ରତୀକାତ୍ମକ ଛବି)

୪ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀ ଚନ୍ଦ୍ରଶେଖରପୁର ପଣ୍ଡା ପାର୍କରୁ ଜଣେ ନାବାଳକର ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଠାବ କରାଯାଇଛି।  ମୃତ ନାବାଳକ ହେଲେ ଦୈତରାଜ ନାୟକ। ସେହି ପାଖ ବସ୍ତିରେ ତାଙ୍କର ଘର ହୋଇଥିବା ସୂଚନା । ତେବେ ଦ୍ୱୈତରାଜ ନିଖୋଜ ଥିବାନେଇ ଗତ ୧୪ ତାରିଖରେ ପରିବାର ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଏକ ମାମଲା ରୁଜୁ କରିଥିଲେ।

ଦୈତରାଜଙ୍କୁ ହତ୍ୟା କରି ଅଖା ବ୍ୟାଗରେ ପଣ୍ଡା ପାର୍କକୁ ଲାଗିଥିବା ଜଙ୍ଗଲକୁ ଫିଙ୍ଗି ଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି ତାଙ୍କ ବାପା ଯୁଧିଷ୍ଠିର ନାୟକ। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ମୃତ ଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ। ଦୈତରାଜଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ଗତ ସୋମବାର ରାତି ସାଢ଼େ ୧୦ ଟା ରାତିରେ ଦୈତରାଜ ସାଙ୍ଗ ଗେଡୁ ଘରେ ଆଣି ମୋବାଇଲ ଦେଇ ଯାଇଥିଲା। ସେ ଦିନ ରାତିରେ ଘରେ ଆଉ ଖୋଜା ଖୋଜି କରି ନଥିଲେ। ପର ଦିନ ସକାଳ ୧୦ଟା ବେଳକୁ ଦୈତରାଜଙ୍କ ଘରକୁ ନ ଆସିବାରୁ ଗେଡୁ ଘରେ ପଚାରିବାରୁ ତାଙ୍କ ଘର ଲୋକ ସାଙ୍ଗ ହୋଇ ପୁରୀ ଯାଇଥିବା କହିଥିଲେ। ଅପରାହ୍ଣରେ ଦୈତରାଜ ନ ଆସିବାରୁ ଗେଡୁ ଘରେ ପୁଣି ଯୁଧିଷ୍ଠିର ପଚାରିବାରୁ ସେ ଘରେ ସୋଇଥିବା କଥା ତାଙ୍କ ପରିବାର ଲୋକ କହିଥିଲେ। ସନ୍ଧ୍ୟା ସୁଦ୍ଧା ପୁଅନ ଆସିବାରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ  ।

ପରିବାର ଲୋକଙ୍କ ଅଭିଯୋଗ କ୍ରମେ, ପୋଲିସ ଏତଲା ରଖି ତଦନ୍ତ ଆରମ୍ଭ କରିଥିଲା। ଆଜି ପଣ୍ଡା ପାର୍କ ନିକଟ ଜଙ୍ଗଲରୁ ଦୈତରାଜଙ୍କ ମୃତ ଦେହ ମିଳିଥିଲା। ଦୈତରାଜର ମୃତ୍ୟୁ ପଛରେ ସାଙ୍ଗ ଗେଡୁର ହାତ ବୋଲି ବାପା ଯୁଧିଷ୍ଠିର ଅଭିଯୋଗ କରିଛନ୍ତି। ଏପରିକି ଗେଡୁ ପରିବାର ବ୍ରାଉନସୁଗର କାରବାର କରୁଥିବା ଅଭିଯୋଗ କରିଛନ୍ତି କରିଛନ୍ତି।  ସେପେଟ ଯୁଧିଷ୍ଠିରଙ୍କ ୪ଟି ଝିଅ ଓ ୩ଟି ପୁଅ ମଧ୍ୟରୁ ଦୈତରାଜ ଥିଲେ ଘରର  ସବା ସାନ । ଏଥର ଦଶମ ପରୀକ୍ଷା ଦେଇ ପାସ ହୋଇ ଥିଲେ।

ସେପେଟେ ପୋଲିସ ଏ ଘଟଣାକୁ ଗୁରୁତର ସହ ନେଇ ନଥିବା ଅଭିଯୋଗ କରିଛନ୍ତି।। ଏ ମାମଲାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଷ୍ଟ ମୋର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁ ପଛର ଅସଲ କାରଣ ଜଣା ପଡିବ ବୋଲି ପୋଲିସ କହିଛି।
Published by:Soumya Das
First published: