ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ପୁଣି ଅଣ୍ଟା ଭିଡ଼ିଛି ବି.ଏମ.ସି; ଟପ ୫୦ରେ ଆସିବାକୁ ରଖିଛି ଲକ୍ଷ୍ୟ

ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ପୁଣି ଅଣ୍ଟା ଭିଡ଼ିଛି ବି.ଏମ.ସି; ଟପ ୫୦ରେ ଆସିବାକୁ ରଖିଛି ଲକ୍ଷ୍ୟ

ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ପୁଣି ଅଣ୍ଟା ଭିଡ଼ିଛି ବି.ଏମ.ସି। ସ୍ୱଚ୍ଛ ସର୍ବେକ୍ଷଣ ସପ୍ତମ ସଂସ୍କରଣରେ ଶ୍ରେଷ୍ଠ ୫୦ ଭିତରେ ନିଜ ନାଁକୁ ସାମିଲ କରିବାକୁ ଆରମ୍ଭ କରିଛି ପ୍ରୟାସ।

ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ପୁଣି ଅଣ୍ଟା ଭିଡ଼ିଛି ବି.ଏମ.ସି; ଟପ ୫୦ରେ ଆସିବାକୁ ରଖିଛି ଲକ୍ଷ୍ୟ
ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ପୁଣି ଅଣ୍ଟା ଭିଡ଼ିଛି ବି.ଏମ.ସି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 9, 2021, 6:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ପୁଣି ଅଣ୍ଟା ଭିଡ଼ିଛି ବି.ଏମ.ସି। ସ୍ୱଚ୍ଛ ସର୍ବେକ୍ଷଣ ସପ୍ତମ ସଂସ୍କରଣରେ ଶ୍ରେଷ୍ଠ ୫୦ ଭିତରେ ନିଜ ନାଁକୁ ସାମିଲ କରିବାକୁ ଆରମ୍ଭ କରିଛି ପ୍ରୟାସ। ପୂର୍ବ ବର୍ଷ ଗୁଡିକରେ ଯେଉଁଥିରେ ଅଭାବ ରହିଥିଲା ମାର୍କିଂରେ ତଳେ ରହିଥିଲା ସେହି ସବୁ ସଜାଡ଼ିବାରେ ଏବେ ବ୍ୟସ୍ତ ହୋଇପଡ଼ିଛି ବିଏମସି। ଚଳିତବର୍ଷ ଲୋକଙ୍କ ଭୋଟ ଆଧାରରେ ହେବ ଚୟନ। ଏଣୁ ଏବେବି ଲୋକଙ୍କୁ ସଚେତନ କରିବା ବାକି ଅଛି।

ଖୁବ ଶୀଘ୍ର ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣର ସପ୍ତମ ସଂସ୍କରଣ। ୨୦୧୭ରେ ଭୁବନେଶ୍ୱର ୯୪ ସ୍ଥାନରେ ରହିଥିବାବେଳେ ୨୦୧୮ରେ ୨୪୩, ୨୦୧୯ରେ ୨୮୮, ୨୦୨୦ରେ ୨୩୩ ଓ ୨୦୨୧ରେ ୧୪୮ ତମ ସ୍ଥାନରେ ରହିଥିଲା। ହେଲେ ଏଥର ଶ୍ରେଷ୍ଠ୫୦ ଭିତରେ ରହିବାକୁ ଲକ୍ଷ୍ୟ ରଖିଛି ବି.ଏମ.ସି। ଅଳିଆ ଗାଡ଼ିରେ ଜିଓ ଟାଗିଙ୍ଗ ସହ କେଉଁଦିନ କେତେ ଅଳିଆ ଉଠାଯାଉଛି ତାର ମଧ୍ୟ ହିସାବ ରହୁଛି। ନିକଟ ଅତୀତରେ ଘର ଘର ବୁଲି ଅଳିଆ ସଂଗ୍ରହ କରିବା ସହ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ସଂଖ୍ୟା ମଧ୍ୟ ବଢିଛି। ଏଣୁ ଲୋକଙ୍କ ଭୋଟ ହାତେଇବାରେ ଅସୁବିଧା ହେବ ନାହିଁ ବୋଲି ଆଶାବାଦୀ ବି.ଏମ.ସି। ଯଦିଓ ଭୋଟିଂ ଆରମ୍ଭ ହୋଇନାହିଁ କିନ୍ତୁ ବି.ଏମ.ସି କସରତ ଆରମ୍ଭ କରିଛି।

"ସ୍ୱଛ ସର୍ବେକ୍ଷଣର ସପ୍ତମ ସଂସ୍କରଣ ଖୁବ ଶୀଘ୍ର ହେବ। ଏଥର ଆମେ ଭଲ ନମ୍ବରରେ ରହିବୁ । ଆମର ଅଳିଆ କଲେକ୍ସନ, ଟ୍ରିଟମେଣ୍ଟ ପ୍ଲାଣ୍ଟ, ଏମ.ସି.ସି ଅନେକ ସହାୟକ ହେବ। ଲୋକେ ବି ବୁଝିସାରିଲେଣି କେମିତି ଭୁବନେଶ୍ୱର କୁ ସରସ ସୁନ୍ଦର କରିହେବ," କହିଛନ୍ତି ବିଏମସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠି।

ପୂର୍ବରୁ ଆବର୍ଜନା ସଂଗ୍ରହରେ ବି.ଏମ.ସି ପଛରେ ରହିଥିଲା। ଓଦା ଓ ଶୁଖିଲା ବର୍ଯ୍ୟ ସହ ବିଷାକ୍ତ ବର୍ଯ୍ୟ ପୃଥକ ଭାବେ ସଂଗ୍ରହ ହେଉନଥିଲା। ଏବେ ସେ ସବୁ ଦିଗ ପ୍ରତି ଧ୍ୟାନ ଦେଉଛି ବି.ଏମ.ସି। ଏହା ସହ ଲୋକଙ୍କ ମତାମତ, ରାସ୍ତା ଘାଟ ସଫେଇ, ବ୍ରାଣ୍ଡିଙ୍ଗ ଓ ୱାଲ ପେଣ୍ଟିଂ ଉପରେ ଗୁରୁତ୍ୱ ଦିଆଯିବ ବୋଲି ବି.ଏମ.ସି କର୍ତ୍ତୃପକ୍ଷ କହିଛନ୍ତି।

ସର୍ବ ଭାରତୀୟ ସ୍ତରରେ ସ୍ୱଚ୍ଛ ସର୍ବେକ୍ଷଣ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ସହର ଆୱାର୍ଡ କାର୍ଯ୍ୟକ୍ରମ ପାଇଁ ଏବେ ପ୍ରସ୍ତୁତି ଚାଲିଛି ଯାହା ଆମକୁ ସ୍ୱଚ୍ଛ ସର୍ବେକ୍ଷଣରେ ସାହାଯ୍ୟ କରିବ। ହେଲେ ଏବେ ବି ରାସ୍ତାଘାଟରେ କୁଡ଼ କୁଡ଼ ଅଳିଆ ଜମାହେବା ଲୋକଙ୍କୁ ଅସନ୍ତୋଷ କରୁଛି। ଫଳରେ ଲୋକ ସଚେତନର ଆବଶ୍ୟକ ବି ରହିଛି ।

"ଆମର ସ୍ୱଛ ସର୍ବେକ୍ଷଣ ପାଇଁ କିଛି କମ୍ପୋନେଟ ରହିଛି। ଯାହା ଉପରେ ଆମେ କାମ ଆରମ୍ଭ କରିଛୁ। ରୋଡ଼ କ୍ଲିନିନେସ, ଡୋର ଟୁ ଡୋର କଲେକ୍ସନ, ସେଗ୍ରିଗେସନ, ବ୍ରାଣ୍ଡିଂ ଭଳି କିଛି ଜିନିଷ ଆରମ୍ଭ କରିଛୁ। ଯାହା ଟପ ୫୦ରେ ଆସିବା ପାଇଁ ଆମକୁ ସାହାଯ୍ୟ କରିବ,"କହିଛନ୍ତି ବିଏମସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ।

"ଏବେବି କୁଢ କୁଢ଼ ଅଳିଆ ରାସ୍ତା ଘାଟରେ ପଡୁଛି, ଲୋକ ସଚେତନ ନାହାନ୍ତି। ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ଅଛି। ସକାଳେ ବୁଲୁଥିବା ସଫେଇ ଗାଡି ଓ ସ୍ୱଚ୍ଛ ସାଥି ମାନେ ଲୋକକୁ ସଫେଇ ବାବଦରେ ସଠିକ ତଥ୍ୟ ଦେଇ ବୁଝାଇବା ଦରକାର। ଫଳରେ ଲୋକେ ଅଧିକରୁ ଅଧିକ ଭୋଟ ଦେଇ ଭୁବନେଶ୍ୱରକୁ ସୁନ୍ଦର କରିବା ସହ ବିଜୟୀ କରିବେ," କହିଛନ୍ତି ପୂର୍ବତନ କର୍ପୋରେଟର ଶେଖ ନିଜାମୁଦ୍ଦିନ।

ଏବେ ସହରରେ ୬୪ରୁ ମାତ୍ର ୨୩ ଟି ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ କାର୍ଯ୍ୟକ୍ଷମ ଥିବାବେଳେ ମାତ୍ର ୪ଟି ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ରହିଛି। ରାସ୍ତା କଡରେ, ଡ୍ରେନରେ କୁଡ଼ କୁଡ଼ ଅଳିଆ ଲୋକଙ୍କ ଅସନ୍ତୋଷ କାରଣ ପାଲଟିଛି। ଏଭଳି ସ୍ଥିତିରେ ଏବର୍ଷ କେତେ ରାଙ୍କ ରହିବ ତାକୁ ନେଇ ସନ୍ଦେହ ଉପୁଜୁଛି।
Published by: Soumya Das
First published: November 9, 2021, 6:47 PM IST