ସାମ୍ଭାବ୍ୟ ବାତ୍ୟା ପାଇଁ ବି.ଏମ.ସିର ବୈଠକ; ମୁକାବିଲା ପାଇଁ ପ୍ରସ୍ତୁତ ହେଲା ବ୍ଲୁପ୍ରିଣ୍ଟ

ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସଜାଗ ବି.ଏମ.ସି। ବାତ୍ୟା ସମୟରେ ଲୋକଙ୍କ ସୁରକ୍ଷା ଠାରୁ ଆରମ୍ଭ କରି ଡ୍ରେନେଜ, ସ୍ୱରେଜ, ଜଳବନ୍ଦୀ, ବିଦ୍ୟୁତ ଯୋଗାଣ, ରାସ୍ତା ସଫେଇ ଭଳି ବିଭିନ୍ନ ଦିଗକୁ ଗୁରୁତ୍ୱ ଦେଇଛି ବିଏମସି।

ସାମ୍ଭାବ୍ୟ ବାତ୍ୟା ପାଇଁ ବି.ଏମ.ସିର ପ୍ରସ୍ତୁତି କରିଛି (ପ୍ରତୀକାତ୍ମକ ଛବି)

ସାମ୍ଭାବ୍ୟ ବାତ୍ୟା ପାଇଁ ବି.ଏମ.ସିର ପ୍ରସ୍ତୁତି କରିଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସଜାଗ ବି.ଏମ.ସି। ବାତ୍ୟା ସମୟରେ ଲୋକଙ୍କ ସୁରକ୍ଷା ଠାରୁ ଆରମ୍ଭ କରି ଡ୍ରେନେଜ, ସ୍ୱରେଜ, ଜଳବନ୍ଦୀ, ବିଦ୍ୟୁତ ଯୋଗାଣ, ରାସ୍ତା ସଫେଇ ଭଳି ବିଭିନ୍ନ ଦିଗକୁ ଗୁରୁତ୍ୱ ଦେଇଛି ବିଏମସି। ପ୍ରାଥମିକ ପର୍ଯ୍ୟାୟ ବୈଠକରେ ବିଭିନ୍ନ ବିଭାଗ ସହ ବିଏମ୍ସି ଅଧକାରୀଙ୍କ ଆଲୋଚନା ହୋଇଛି।

ସାମ୍ଭାବ୍ୟ ବାତ୍ୟା ନେଇ ସବୁଠି ଚିନ୍ତା। ତାହାରି ଭିତରେ ବି.ଏମ.ସି ଆରମ୍ଭ କରିଛି ମୁକାବିଲା ପ୍ରସ୍ତୁତି। ୨୦୧୯ର ପ୍ରଳୟଙ୍କରୀ ବାତ୍ୟା ଫନିରେ ରାଜଧାନୀ ଭୁବନେଶ୍ବର ଅଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏବେଠୁ ସଜାଗ ହେଲାଣି ବି.ଏମ.ସି। ଏସ.ଆର.ସିଙ୍କ ନିର୍ଦ୍ଦେଶ କ୍ରମେ ଆଜି ପ୍ରାଥମିକ ବୈଠକ ବସିଥିଲା ବି.ଏମ.ସି କାର୍ଯ୍ୟାଳୟରେ। ମୁଖ୍ୟତଃ ତଳି ଅଞ୍ଚଳ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରିବା, ୭୨ଟି ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖିବା, ବର୍ଷା ସମୟରେ ଜଳବନ୍ଦୀ, ଡ୍ରେନେଜ ସମସ୍ୟା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଚିହ୍ନଟ ହୋଇଥିବା ୩୧ଟି ସମ୍ବେଦନଶୀଳ ଡ୍ରେନ ଚିହ୍ନଟ ହୋଇ କାମ ଆରମ୍ଭ ହୋଇଥିବା ବିଏମସି କର୍ତ୍ତୃପକ୍ଷ କହିଛନ୍ତି। ଯଦି ବାତ୍ୟା ଆସେ ତେବେ ଏହାର ମୁକାବିଲା କରିବା ଲୋକଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ବି.ଏମ.ସି ପ୍ରସ୍ତୁତି ଆରମ୍ଭ କରିଛି ଓ ଆଗକୁ ଯାହା ଆବଶ୍ୟକ ହେବ ତାହା କରାଯିବ ବୋଲି ମେୟର ଓ ଅତିରିକ୍ତ କମିଶନର କହିଛନ୍ତି।

"ଫନି ବେଳେ ଯେଉଁ ସବୁ ଜିନିଷରେ ଆମେ ଶିକ୍ଷା ଲାଭ କରିଛୁ ସେ ସବୁ ଆଗକୁ କି ଏବେ ଯେଉଁଭଳି ଭୁଲ ନ ହୁଏ ସେଥିପ୍ରତି ଅଧିକ ଗୁରୁତ୍ୱ ଦେଇଛୁ। ଏସ.ଆର.ସି ଙ୍କ ଚିଠି ପରେ ଆଜି ପ୍ରାଥମିକ ବୈଠକ ହୋଇଛି। ଲୋକଙ୍କ ସ୍ଥାନାନ୍ତରଣ ହେଉ କି ସେଲଟର ହୋମ, ଖାଦ୍ୟ, ପାନୀୟ, ଜଳ ଯୋଗାଣ, ଜଳବନ୍ଦୀ ନିଷ୍କାସନ, ଡ୍ରେନେଜ ଭଳି ସମସ୍ୟାକୁ କିଭଳି ସାମ୍ନା କରାଯିବ ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛୁ,"କହିଛନ୍ତି ବିଏମସି ମେୟର ସୁଲୋଚନା ଦାଶ।

ବୈଠକରେ ମୁଖ୍ୟତଃ ଅଗ୍ନିଶମ ବିଭାଗ, ବିଦ୍ୟୁତ, ଜଳ ଯୋଗାଣ, ପୋଲିସ ପ୍ରଶାସନ ଉପସ୍ଥିତ ରହି ନିଜ ନିଜ ର ମତ ରଖିଥିଲେ। ମୁଖ୍ୟତଃ ବାତ୍ୟା ପରର ସ୍ଥିତି ମୁକାବିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏବେଠାରୁ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବା ନେଇ ନିର୍ଦେଶ ଦିଆଯାଇଛି ସମସ୍ତ ବିଭାଗକୁ। ବାତ୍ୟା ଯଦି ଆସେ ତେବେ ଗଛ କାଟି ରାସ୍ତା ସଫା କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିଭଳି ଖରା ଦିନ ଥିବାରୁ ବିଦ୍ୟୁତ ଯୋଗାଣ ଉପରେ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ଅଗ୍ନିଶମ ବାହିନୀକୁ ସହରରୁ ଜଳ ନିଷ୍କାସନ ନେଇ ଆଲର୍ଟ ରହିବାକୁ ନିର୍ଦେଶ ଦିଆଯାଇଥିବାବେଳେ ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ ପ୍ରସ୍ତୁତ ଅଛନ୍ତି," କହିଛନ୍ତି ଅଗ୍ନିଶମ ଅଧିକାରୀ।

"ବାତ୍ୟା ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ। ଅଗ୍ନିଶମ ବାହିନୀ ଟିମ ସହ ଓଡ୍ରାଫ ଟିମ ମଧ୍ୟ ରହିଛନ୍ତି। ବର୍ତ୍ତମାନ ଆମକୁ ସମ୍ବେଦନଶୀଳ ୧୬ଟି ଜାଗା ₹ରେ ରହିବା ପାଇଁ କୁହାଯାଇଛି। ବାକି ଆବଶ୍ୟକ ହେଲେ ପୁଣି ବୈଠକ କରି ସ୍ଥିର କରିବୁ,"ସହକାରୀ ଅଗ୍ନିଶମ ଅଧିକାରୀ ସୁଶାନ୍ତ କୁମାର ବିଶ୍ବାଳ।
Published by:Soumya Das
First published: