News18 Odia Digital
ଭୁବନେଶ୍ୱର: ୨୪ ପାଇଁ ୨୨ରୁ ପ୍ରସ୍ତୁତି । ମିଶନ ୨୦୨୪ ପାଇଁ ଏବେଠୁ ଅଙ୍କକଷା। ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ରଣନୀତି ତିଆରି କରୁଛନ୍ତି। ଏଥି ପାଇଁ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୨୦୨୨ରୁ ଆରମ୍ଭ ହୋଇଛି ବ୍ଲୁ ପ୍ରିଣ୍ଟ । ଏହି କ୍ରମରେ ଆସନ୍ତା ୨୧ ତାରିଖରେ ବିଜେଡି ବିଧାୟକ ଓ ମନ୍ତ୍ରୀ ପରିଷଦକୁ ନେଇ ବୈଠକ କରୁଛି ।
ବିଜେପି ପକ୍ଷରୁ ଆସନ୍ତା ୨୧ ତାରିଖରୁ ପୁରୀରେ ହେବ ପ୍ରଶିକ୍ଷଣ ବୈଠକ। ଏଥିରେ କେନ୍ଦ୍ରୀୟ ଯୋଜନା ଳୋକଙ୍କ ପାଖରେ କିଭଳି ପହଞ୍ଚିବ ତା ସହ ଅମିତ ଶାହ ଦେଇଥିବା ଟାସ୍କ ପୂରଣ କେତେ ହୋଇଛି ସେନେଇ ହେବ ଆଲୋଚନା । ଦରଦାମ ବୃଦ୍ଧି ନେଇ କଂଗ୍ରେସ ଆନ୍ଦୋଳନ ଜାରି ରହିଥିବା ବେଳେ ବିଧାୟକ ତାରା ବାହିନୀପତି କହିଛନ୍ତି କଂଗ୍ରେସ ନେତାଙ୍କୁ ନୁହେଁ ଲୋକଙ୍କୁ ତାଲିମ ଦେବ।
ସେପଟେ ଅଗଷ୍ଟରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ବସୁଥିବା ଏହି ବୈଠକରେ ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବା ସହ ଫ୍ଲାଗସିପ ଯୋଜନାର ସଫଳ କାର୍ଯ୍ୟକାରୀ ନେଇ ହେବ ଆଲୋଚନା । ଏହି ବୈଠକରେ ମନ୍ତ୍ରୀ ଓ ଶାସକ ଦଳର ବିଧାୟକ କେବଳ ଉପସ୍ଥିତ ରହୁଥିବା ବେଲେ ମୁଖ୍ୟମନ୍ତ୍ରୀ ଭିସି ଜରିଆରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଭିକେ ପାଣ୍ଡିଆନ କାର୍ୟ୍ୟକ୍ରମ ପରିଚାଳନା କରିବେ। ଏଥିପାଇଂ କଳିଙ୍ଗ ଷ୍ଟାଡିୟମକୁ ସ୍ଥାନ ଭାବେ ଚୟନ କରାଯାଇଛି । ୧୧ ଟାରୁ ଆରମ୍ଭ ହୋଇ ୩ଘଣ୍ଟା ପାଖାପାଖି ଚାଲିବ କାର୍ଯ୍ୟକ୍ରମ ।
ଅମିତ ଶାହଙ୍କ ଗସ୍ତ ପରେ ଅଣ୍ଟା ଭିଡିଛି ବିଜେପି। ନୂଆ ପ୍ରଭାରୀ ସୁନୀଲ ବଂଶଲଙ୍କୁ ନେଇ ଦଳ ବେଶ ଆଶାବାଦୀ ।ମିଶନ ୨୪ ପାଇଁ ବିଜେପି ବି ଅଙ୍କ କଷିବା ଆରମ୍ଭ କରିଛି । ଆସନ୍ତା ୨୧,୨୨,୨୩ ତିନି ଦିନ ଧରି ପୁରୀରେ ବିଜେପି କରୁଛି ପ୍ରଶିକ୍ଷଣ ଶିବିର। ନୂଆ ପ୍ରଭାରୀ ସୁନୀଲ ବଂଶଲ, କେନ୍ଦ୍ର ମନ୍ତ୍ରୀ, ଜିଲ୍ଲା ପ୍ରଭାରୀ,ଜିଲ୍ଲା ସଭାପତି, ପଦାଧିକାରୀ, କେନ୍ଦ୍ରୀୟ ନେତୃତ୍ୱ ଯୋଗଦେବେ । ୨୦୨୪ ଲାଗି ପ୍ରସ୍ତୁତ ହେବ ରୋଡ ମ୍ୟାପ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭାରତର ଅନ୍ୟ ରାଜ୍ୟର ରାଜନୈତିକ ସ୍ଥିତି ନେଇ ଅବଗଣନା ଆରମ୍ଭ ହୋଇଥିବା ବେଳେ ଓଡିଶାର ରାଜନୀତି ଏକରକମ ସ୍ଥିର ହୋଇଯାଇଛି । ଶାସକ ବିଜେଡିର ବିରୋଧୀ ସନ୍ତୁଷ୍ଟି ନୀତି ଓ କଂଗ୍ରେସ ଓ ବିଜେପିର ଆତ୍ମସମର୍ପଣ ଭାବ ଦେଖିବା ପରେ ଲୋକଙ୍କ ମନରେ ୨୦୨୪ ନିର୍ବାଚନକୁ ନେଇ ପ୍ରଶ୍ନ ଉଠିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।