ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଥାନା ଭିତରେ ବିସ୍ପୋରଣ: ତଦନ୍ତ ଜାରି; ମାଲଖାନାର ଇନଚାର୍ଜ ଏସଆଇ ନିଲମ୍ବିତ

ଥାନା ଭିତରେ ବିସ୍ପୋରଣ: ତଦନ୍ତ ଜାରି; ମାଲଖାନାର ଇନଚାର୍ଜ ଏସଆଇ ନିଲମ୍ବିତ

ବଳଙ୍ଗା ଥାନାରେ ବିସ୍ପୋରଣ ଯୋଗୁଁ ଥାନାର ଛାତ ଓ କାନ୍ଥ ଉଡ଼ିଯାଇଛି । ଏଥିପାଇଁ ଏସଆଇ ତଅପୋଇ ନାୟକକୁ କାର୍ଯ୍ୟରେ ଅବହେଳା ନେଇ ନିଲମ୍ବନ କରାଯାଇଛି।

ଥାନା ଭିତରେ ବିସ୍ପୋରଣ: ତଦନ୍ତ ଜାରି; ମାଲଖାନାର ଇନଚାର୍ଜ ଏସଆଇ ନିଲମ୍ବିତ
ଥାନା ଭିତରେ ବିସ୍ପୋରଣ ଯୋଗୁଁ ସ୍ଥାନୀୟରେ ଏକ ପ୍ରକାର ଭୟ ଖେଳିଯାଇଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 29, 2021, 7:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ବଳଙ୍ଗା ଥାନା ଭିତରେ ବିସ୍ଫୋରଣ ଫଳରେ ଥାନା ଛାତ ଓ କାନ୍ଥ ଭୁସୁଡି ପଡ଼ିଛି। ୨୦୧୮ ମସିହାରୁ ଥାନାରେ ରହିଥିବା ବିସ୍ପୋରକ ଯୋଗୁଁ ଏପରି ଘଟିଛି ବୋଲି ସ୍ପଷ୍ଟ ହୋଇଛି।

ମଙ୍ଗଳବାର ବିଳମ୍ବିତ ରାତ୍ର ୧୨ ଟାରୁ ୧ଟା ଭିତରେ ବଲଙ୍ଗା ଥାନାର ମାଲଖାନା ଭିତରେ ପ୍ରଚଣ୍ଡ ବିସ୍ଫୋରଣ ହହୋଇଥିଲା। ବିସ୍ପୋରଣର ପ୍ରଭାବ ଏତେ ଜୋରରେ ଥିଲା ଯେ ଆଖପାଖ ଅଞ୍ଚଳ ଥରି ଉଠିଥିଲା। ପ୍ରଚଣ୍ଡ ଶବ୍ଦ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ତେବେ କିଭଳି ଭାବେ ୨୦୧୮ରୁ ଥାନା ଭିତରେ ଥିବା ମାଲଖାନାରେ ବିସ୍ଫୋରକ ରଖାଯାଇଥିଲା ତାହାର ତଦନ୍ତ କରିବା ସହ ଅତିରିକ୍ତ ଏସପି ପୂର୍ଣ୍ଣ ପ୍ରଧାନଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ସକାଳୁ ବମ ଡିସ୍ପୋଜାଲ ସ୍କ୍ୱାର୍ଡ଼ , ଡଗ ସ୍କ୍ୱାର୍ଡ଼ , ସାଇଣ୍ଟିଫିକ ଟିମ , ଫୋରେନସିକ ଟିମ ଆଦି ବିସ୍ଫୋରଣର ତଦନ୍ତ କରିଥିବା ବେଳେ ଆରଡି ବିଭାଗ ପକ୍ଷରୁ ଥାନାର କ୍ଷୟକ୍ଷତିର ଆକଳନ ସହ କିଭଳି ସମସ୍ତ ଜିନିଷପତ୍ର କିଭଳି ସୁରକ୍ଷିତ ଭାବେ ବାହାରିବ ସେ ନେଇ ପଦକ୍ଷେପ ନିଆଯାଉଛି  ।

ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖ ଅଞ୍ଚଳରେ ଭୂମିକମ୍ପ ଭଳି ଅନୁଭୂତ ହୋଇଥିଲା। ଧୂଆଁମୟ ପରିବେଶରେ ଭୟଭୀତ ହୋଇ ପଡିଥିଲେ ସ୍ଥାନୀୟ ବାସିନ୍ଦା। ଥରେ ନୁହେଁ ଚାରି ଥର ବିସ୍ଫୋରଣ ହୋଇଥିଲା। ଥାନାର ପୂର୍ଵ ଓ ପଛପଟ କାନ୍ଥ ସଂପୂର୍ଣ୍ଣ ଭାଙ୍ଗି ପଡିଥିବା ବେଳେ ଛାତ ଭୁଷୁଡି ପଡିଛି।

ବିସ୍ପୋରଣ ଯୋଗୁଁ ଥାନାର କାନ୍ଥ ଭାଙ୍ଗିଯାଇଛି


"ଥାନାରେ ଥିବା ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜ ଓ ଅସବାପାତ୍ର ନଷ୍ଟ ହୋଇଯାଇଛି। କିନ୍ତୁ ଡ୍ୟୁଟିରେ ଥିବା ଅଧିକାରୀମାନେ ଅଳ୍ପକେ ବଞ୍ଚି ଯାଇଛନ୍ତି। ତୁରନ୍ତ ଥାନା ଭିତରକୁ ଦୌଡିକି ଯାଇ ଦେଖିଲା ବେଳକୁ ଥାନା ଭିତରେ ସମ୍ପୂର୍ଣ୍ଣ ଧିଆଁମୟ ଆଉ ଧ୍ୱସ୍ତ ବିଧ୍ୱସ୍ତ ହୋଇପଡ଼ିଛି," କହିଛନ୍ତି ଥାନା ନିକଟରେ ଘରର ବସିନ୍ଦା ମନୋଜ ସାହୁ।

"ଥାନା ଭିତରେ ପଡି ରହିଥିବା ବାଣ ଦେଖି ଅନୁମାନ କରାଯାଉଛି କି ମାଲଖାନାରେ ଥିବା ବାଣ ଓ ବ୍ୟାଟେରୀରୁ ଏହି ବିସ୍ପୋରଣ ଘଟିଛି । ସେପଟେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ। ବମ ଡିସ୍ପୋଜାଲ ସ୍କ୍ୱାର୍ଡ , ଡଗ ସ୍କ୍ୱାର୍ଡ , ସାଇଣ୍ଟିଫିକ ଟିମ , ଫୋରେନସିକ ଟିମ ।

"ଅତିରିକ୍ତ ଏସପି ପୂର୍ଣ୍ଣ ପ୍ରଧାନଙ୍କୁ   ତଦନ୍ତ ଭାର ଦିଆଯାଇଥିବା ବେଳେ ଖୁବ ଶୀଘ୍ର ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି  । ତା ସହିତ ଏହି ଘଟଣାରେ ଯିଏ ବି ଅବହେଳା କରିଥିବ ତା ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ମାଲଖାନାରେ କାହିଁକି ଏତେ ଗୁଡିଏ ବିସ୍ଫୋରକ ଏତେଦିନ ଧରି ରହିଥିଲା ସେ ନେଇ ଅବହେଳା ଯୋଗୁଁ ମାଲଖାନା ଦାୟିତ୍ୱରେ ଥିବା ମହିଳା ଏସଆଇ ତଅପୋଇ ନାୟକକୁ ନିଲମ୍ବନ କରାଯାଇଛି," କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ।

ଥାନାର ଅନେକ ଗୁରୁତପୂର୍ଣ୍ଣ କାଗଜପତ୍ର ଓ ଆସବାପତ୍ର ନଷ୍ଟ ହୋଇଯାଇଛି


"ସେପଟେ ପିପିଲି ଉପନିର୍ବାଚନ ସେପ୍ଟେମ୍ବର ୩୦ ରେ ଥିବା ବେଳେ ତା' ଦୁଇଦିନ ପୂର୍ବରୁ ବିଜେପି ପାର୍ଟି ଅଫିସକୁ ପେଟ୍ରୋଲ ବୋମା ମାଡ ଓ ଡେଲାଙ୍ଗ ଅଂଚଳରେ ଏକ ବୁଥ ନିକଟରେ ବୋମାମାଡ ପରେ ଥାନା ବିସ୍ଫୋରଣରେ ଉଡିଯିବା ଆଦି ପୁଲିସର ଅପରଗତା ବୋଲି ଅଭିଯୋଗ କରିଛନ୍ତି ଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିଛନ୍ତି," କହିଛନ୍ତି ବିଜେପି ମହିଳା ମୋର୍ଚ୍ଚା ଉପସଭାପତି ପ୍ରଭାତି ପରିଡ଼ା ।

୨୦୦୭ରେ ସାଲେପୁର ଥାନା ମାଲଖାନାରେ ବିସ୍ଫୋରକ ସାମଗ୍ରୀ ଯୋଗୁଁ ଭୟଙ୍କର ବିସ୍ଫୋରଣ ହୋଇଥିଲା  । ପୁଣି ଦୀର୍ଘ ୨୨ ବର୍ଷ ପରେ ୧୯୯୯ରେ ନିମାପଡ଼ା ଥାନା ପୁଲିସ ଜବତ କରିଥିବା ବାଣ ବିସ୍ଫୋରଣ ଯୋଗୁଁ କିଛି ପୁଲିସ କର୍ମଚାରୀ ଆହତ ହୋଇଥିଲେ। ତା ସହିତ ୨୦୧୨ ଜୁନ ୧୦ରେ ବ୍ରହ୍ମଗିରି ଥାନା ଗମ୍ଭାରୀ ଗାଁରୁ ଜବତ ହୋଇଥିବା ବିପୁଳ ପରିମାଣର ବୋମା , ଡିଟୋନେଟର , ଜିଲୋଟିନକୁ ଥାନା ବାହାରେ ବୋମା ନିଷ୍କ୍ରିୟକାରୀ ଦଳ ପକ୍ଷରୁ ନଷ୍ଟ କରାଯାଉଥିବା ବେଳେ ବିସ୍ଫୋରଣ ହୋଇ କନେଷ୍ଟବଳ ଜୟନ୍ତ ଷଡଙ୍ଗୀଙ୍କ ମୃତ୍ୟୁ ହୋଇଥିବା ସହ ତିନି ଜଣ ଆହତ ହୋଇଥିଲେ।
Published by: Soumya Das
First published: September 29, 2021, 7:43 PM IST