ଚାଷୀ ସମସ୍ୟାକୁ ନେଇ ବିଧାନସଭା ସମ୍ମୁଖରେ ବିଜେପି କରିବ ଆନ୍ଦୋଳନ

ଚାଷୀ ସମସ୍ୟାକୁ ନେଇ ଆସନ୍ତାକାଲିଠାରୁ ବିଜେପି ସତ୍ୟାଗ୍ରହ କରିବ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ବିଜେପି ଆନ୍ଦୋଳନ କରିବ । ପ୍ରତି ଉତ୍ତରରେ ବିଜେଡି କହିଛି ଏଠି ଧାରଣା ନ ଦେଇ ସଂସଦ ସାମ୍ନାରେ ଧାରଣା ଦେଲେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିବ ।

ଚାଷୀ ସମସ୍ୟାକୁ ନେଇ ଆସନ୍ତାକାଲିଠାରୁ ବିଜେପି ସତ୍ୟାଗ୍ରହ କରିବ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ବିଜେପି ଆନ୍ଦୋଳନ କରିବ । ପ୍ରତି ଉତ୍ତରରେ ବିଜେଡି କହିଛି ଏଠି ଧାରଣା ନ ଦେଇ ସଂସଦ ସାମ୍ନାରେ ଧାରଣା ଦେଲେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିବ ।

ଚାଷୀ ସମସ୍ୟାକୁ ନେଇ ଆସନ୍ତାକାଲିଠାରୁ ବିଜେପି ସତ୍ୟାଗ୍ରହ କରିବ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ବିଜେପି ଆନ୍ଦୋଳନ କରିବ । ପ୍ରତି ଉତ୍ତରରେ ବିଜେଡି କହିଛି ଏଠି ଧାରଣା ନ ଦେଇ ସଂସଦ ସାମ୍ନାରେ ଧାରଣା ଦେଲେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିବ ।

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଚାଷୀ ସମସ୍ୟାକୁ ନେଇ ଆସନ୍ତାକାଲିଠାରୁ ବିଜେପି ସତ୍ୟାଗ୍ରହ କରିବ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ବିଜେପି ଆନ୍ଦୋଳନ କରିବ । ପ୍ରତି ଉତ୍ତରରେ ବିଜେଡି କହିଛି ଏଠି ଧାରଣା ନ ଦେଇ ସଂସଦ ସାମ୍ନାରେ ଧାରଣା ଦେଲେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିବ । ଧାନ ସଂଗ୍ରହ, ଚାଉଳ ଉଠାଣ, ଏମଏସପି, ଚାଷ ବୀମା ଆଦି ପ୍ରସଙ୍ଗରେ କେନ୍ଦ୍ର ସରକାର ନିଷ୍ପତି ନିଅନ୍ତି ।

ପଦ୍ମପୁରରେ ଚାଷୀ ଆନ୍ଦୋଳନ ଜୋର୍ ଧରିଛି । ଚାଷୀଙ୍କ ସମସ୍ୟାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ଆରୋପ ପ୍ରତ୍ୟାରୋପ ରାଜନୀତି ଚାଲିଥିବା ବେଳେ ଫସଲ ବୀମା ପ୍ରସଙ୍ଗରେ ଆଜି କେନ୍ଦ୍ର କୃଷିମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଚିଠି ପରେ ରାଜ୍ୟ ସରକାରଙ୍କୁ ନିଶାନା କରିଛି ବିଜେପି । ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବୀମା ଟଙ୍କା ପାଉନି ଚାଷୀ । ବୀମା କମ୍ପାନୀ ଚୟନ କରନ୍ତି ରାଜ୍ୟ ସରକାର । ଟେକ୍ନିକାଲ କମିଟି ମଧ୍ୟ ରାଜ୍ୟ ସ୍ତରୀୟ କମିଟି ସ୍ଥିର କରେ । ୧୮୯ ଟି ମାମଲାରେ ଇନ୍ସୁରାନ୍ସ କ୍ଳେମ ନେଇ ଦ୍ଵନ୍ଦ ରହିଛି, କିନ୍ତୁ ଯେଉଁ ତଥ୍ୟ ଦେବାକଥା ଟେକ୍ନିକାଲ କମିଟି ଆଗରେ ଉତ୍ତର ରଖି ପାରିଲେ ନାହିଁ ରାଜ୍ୟ ସରକାର । କେନ୍ଦ୍ର ମନ୍ତ୍ରୀ ଆଜିର ଚିଠିରେ ଲେଖିଛନ୍ତି ଚାଷୀଙ୍କ ପାଇଁ ରାଜ୍ୟର ଅନେକ ଭୂମିକା ଅଛି, ରାଜ୍ୟ ସରକାର ଭୂମିକା ନିର୍ବାହ କରନ୍ତୁ । ଚାଷୀଙ୍କୁ ଭୁଆଁ ବୁଲାଇବାକୁ ଚାହିଁଲେ ଚାଷୀ ଛାଡ଼ିବେ ନାହିଁ। କେବଳ ସେତିକି ନୁହେଁ ଚାଷୀଙ୍କୁ ପ୍ରୋତ୍ସାହନ ମିଳୁନାହିଁ, ଚାଷୀ ଏଠି ଭଗବାନ ଭରସାରେ, ସାର୍ଟିଫାଏଡ ବିହନ ନାହିଁ । ରାଜ୍ୟ ସରକାରଙ୍କ ଅମନ ଯୋଗିତା କାରଣରୁ ଚାଷୀ କ୍ଷତି ସହୁଛି ଭରଣା ମିଳୁନି । ଏ ସମସ୍ତ ପ୍ରସଙ୍ଗକୁ ନେଇ ପ୍ରାଥମିକ ପର୍ଯ୍ୟାୟରେ ଆସନ୍ତାକାଲିଠାରୁ ବିଜେପି ସତ୍ୟାଗ୍ରହ କରିବ । ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିବ ବିଜେପି । ଯେତେବେଳ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନିଦ ନ ଭାଙ୍ଗିଛି । ଓଡିଶାର ଚାଷୀଙ୍କ ସହ ବିଜେପି ଅଛି ଏବଂ ରହିବ । ରାଜ୍ୟର ସରକାର ଯଦି ନ ଚେତିବେ ଭୟବାହ ଆନ୍ଦୋଳନ ହେବ ।

ସେପଟେ ବିଜେପିକୁ କାଉଣ୍ଟର କରି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି " ବିଧାନସଭା ଘେରାଉ ପରିବର୍ତ୍ତେ ସଂସଦ ସାମ୍ନାରେ ବସୁ ରାଜ୍ୟ ବିଜେପି । କେନ୍ଦ୍ରରେ କାହା ସରକାର ଅଛି ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ। ଚାଷୀ ପ୍ରସଙ୍ଗର ଏଠି ଧାରଣା ନ ଦେଇ ସାଂସଦ ସାମ୍ନାରେ ଧାରଣା ଦେଲେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିବ । ଧାନ ସଂଗ୍ରହ, ଚାଉଳ ଉଠାଣ, ଏମଏସପି, ଚାଷ ବୀମା ଆଦି ପ୍ରସଙ୍ଗରେ କେନ୍ଦ୍ର ସରକାର ନିଷ୍ପତ୍ତି ନିଅନ୍ତି । ଶୀତ କାଳୀନ ଅଧିବେଶନ ସମୟରେ ସଂସଦ ସାମ୍ନାରେ ଧାରଣା କେନ୍ଦ୍ର ସରକାର ଚେତିବେ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ କରିବାକୁ ବିଧାସଭାରେ ସର୍ବସମ୍ମତି କ୍ରମେ ସଂକଳ୍ପ ପାରିତ ହୋଇଥିଲା । ଯଦି ବିଜେପି ବିଧାୟକ ମାନେ ସର୍ବସମ୍ମତି କ୍ରମେ ରାଜି ହୋଇଥିଲେ କୁଆଡେ ଗଲା ଏହି ପ୍ରସଙ୍ଗ । ସେ ପ୍ରଶ୍ନ ରାଜ୍ୟ ବିଜେପି ସଂସଦ ସାମ୍ନାରେ ଧାରଣା ଦେଇ ପଚାରନ୍ତୁ । ପ୍ରତି ପ୍ରସଙ୍ଗରେ କୃଷି ବିରୋଧୀ ବିଜେପି । ବିଜେପିର ପ୍ରହେଳିକା ଚାଷୀ ବୁଝି ସାରିଲେଣି । ତେଣୁ ଦୋଷ ଘୋଡାଇବାକୁ ଏପରି ନାଟକ କରୁଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପ୍ରସଙ୍ଗରେ କାଉଣ୍ଟର କରି କହିଛନ୍ତି ସସ୍ମିତ ପାତ୍ର।

ଆହୁରି ମଧ୍ୟ କହିଛନ୍ତି ଚିଠି ଲେଖି ଓଡିଶାର ଚାଷୀଙ୍କଠାରୁ ଲୁଚି ପାରିବେନି କେନ୍ଦ୍ର ସରକାର । ଫସଲବିମା ପ୍ରସଙ୍ଗରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଛନ୍ଦି ହୋଇ ପଡିଛନ୍ତି । ଅର୍ଦ୍ଧ ସତ୍ୟ କହି ବିଭ୍ରାନ୍ତି କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ଯେଉଁ ଚିଠି ଲେଖିଛନ୍ତି ସେଥିରେ ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିବା ପ୍ରସଙ୍ଗରେ କିଛି ଉଲ୍ଲେଖ କରିନାହାନ୍ତି । ୯ ନଭେମ୍ବର ୨୦୨୧ରେ ସମବାୟ ମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଥିଲେ ସେ କଥା କହି ନାହାଁନ୍ତି । ବୀମା ଟଙ୍କା ଅଟକି ଥିବା କଥା କହିଥିଲେ ମନ୍ତ୍ରୀ । ବାରମ୍ବାର ରାଜ୍ୟର ଚାପ ଯୋଗୁଁ ଅଟକି ଥିବା ଅର୍ଥ ଦେବାକୁ ପଡ଼ିବ । ଏ କଥା ଜଣାପଡିବା ଭୟରେ ଏସବୁ କଥା ଚିଠିରେ ଉଲ୍ଲେଖ କରିନାହାନ୍ତି କେନ୍ଦ୍ରମନ୍ତ୍ରୀ । ଚାଷୀଙ୍କୁ ନେଇ ରାଜନୀତି କରାଯାଉଛି । ରାଜନୀତି ପାଇଁ ଅନେକ ପ୍ରସଙ୍ଗ ରହିଛି । ଚିଠି ଲେଖି ନିଜ ମୁଣ୍ଡର ଅଠା ରାଜ୍ୟ ସରକାରଙ୍କ ମୁଣ୍ଡରେ ବୋଳିବାକୁ ପ୍ରୟାସ କରିଛି କେନ୍ଦ୍ର ।
Published by:Soubhagya Mishra
First published: