ଚାଷୀଙ୍କ ବିରାଟ ପଟୁଆର କରି ସରକାରଙ୍କୁ ଘେରିଲା ବିଜେପି; ଉଭୟ ଦଳକୁ କଂଗ୍ରେସର କଟାକ୍ଷ

ବିଜେପି ଚାଷୀଙ୍କୁ ନେଇ କରିଛି ବଡ ପଟୁଆର ଓ ପ୍ରତିବାଦ । ସରକାରଙ୍କୁ ମଧ୍ୟ ଘେରିଛି । ଆଉ ସେପଟେ ବିଜେଡି ଓ ବିଜେପିକୁ କଂଗ୍ରେସ କରିଛି ସମାଲୋଚନା ।

ଚାଷୀଙ୍କ ବିରାଟ ପଟୁଆର କରି ସରକାରଙ୍କୁ ଘେରିଲା ବିଜେପି; ଉଭୟ ଦଳକୁ କଂଗ୍ରେସର କଟାକ୍ଷ

ଚାଷୀଙ୍କ ବିରାଟ ପଟୁଆର କରି ସରକାରଙ୍କୁ ଘେରିଲା ବିଜେପି; ଉଭୟ ଦଳକୁ କଂଗ୍ରେସର କଟାକ୍ଷ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ବର; ଚାଷୀଙ୍କୁ ନେଇ ରାଜନୀତି ସରଗରମ ହୋଇଛି । ବିଜେପି କହୁଛି ରାଜ୍ୟ କିଛି କରିନି । ବିଜେଡି ଦୋଷ ଦେଉଛି କେନ୍ଦ୍ରକୁ । ଏହାରି ଭିତରେ ଗାନ୍ଧିମାର୍ଗରେ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କ ବିରୋଧରେ ହୋଇଥିବା "ଚାଷୀ ବିରୋଧୀ ସତ୍ୟାଗ୍ରହ"କୁ ୧୫ ଦିନ ହୋଇଛି । ଆଜି ଦିନରେ ବିଜେପି ଚାଷୀଙ୍କୁ ନେଇ କରିଛି ବଡ ପଟୁଆର ଓ ପ୍ରତିବାଦ । ସରକାରଙ୍କୁ ମଧ୍ୟ ଘେରିଛି । ଆଉ ସେପଟେ ବିଜେଡି ଓ ବିଜେପିକୁ କଂଗ୍ରେସ କରିଛି ସମାଲୋଚନା ।



ବଳଦ ଯୋଚା ହୋଇଛି । ଯୁଆଳି ପଡ଼ି ଶଗଡ଼ ଗଡ଼ୁଚି ଲଙ୍ଗଳ ସହ ଇସ ଧରି ଚାଷୀ ଯାଉଛି ବିଧାନସଭା ଅଭିମୁଖେ । ତା ସହିତ ଟ୍ରାକ୍ଟର ମଧ୍ୟ। ନେତା ଓ ନେତ୍ରୀ ବସିଛନ୍ତି ଶଗଡ଼ ଓ ଟ୍ରାକ୍ଟର ଉପରେ। ହାତରେ ଚାଷୀ ଭଳି ବାଡ଼ି ଧରି ବଳଦଙ୍କୁ କମାଣ୍ଡ ଦେଉଛନ୍ତି ନେତା। ଦଳୀୟ ପତାକା ମାରି ବିଜେପି ଅଫିସ ରୁ ବିରାଟ ପଟୁଆରରେ ନେତା ଓ କର୍ମୀ ବାହାରିଥିଲେ ବିଧାନସଭା ଅଭିମୁଖେ ।

ମାଷ୍ଟର କ୍ୟାଣ୍ଟନ ଦେଇ ପିଏମ୍ଜିର ମୁଖ୍ୟ ବ୍ୟାରିକେଡ଼ ଆଗରେ ପହଞ୍ଚି ରାଜ୍ୟ ସରକାରଙ୍କୁ ଘେରିଥିଲେ ବିଜେପି ନେତୃତ୍ଵ । ଚାଷୀଙ୍କୁ ଧରି ବିରାଟ ପଟୁଆର କରି କାଳିଆ, ଭାଗ ଚାଷୀ ସମସ୍ୟା, ମଣ୍ଡି ଅବବ୍ୟସ୍ଥା, ବୀମା, ସାରର ଅଭାବୀ ବିକ୍ରି, ଜଳ ସେଚନ ଓ ମରୁଡି ପ୍ରସଙ୍ଗକୁ ପଥପ୍ରାନ୍ତ ନାଟକ ଜରିଆରେ ଉପସ୍ଥାପିତ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିଜେପି ନେତୃତ୍ଵ । ପ୍ରତିବାଦ ସ୍ଥଳରେ ବିଜେପି ବିଧାୟକ ଟିମ୍ ପହଞ୍ଚି ଏହି ପ୍ରସଙ୍ଗ ଉଠାଇଛନ୍ତି । ଯେପର୍ଯ୍ୟନ୍ତ ସରକାର ସତ୍ୟାଗ୍ରହ କରୁଥିବା ବିଜେପି ଟିମ୍ ଓ ଚାଷୀଙ୍କ ସହିତ ଆଲୋଚନା କରି ନାହାନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବା ସହିତ ଗାଆଁ କୁନି ଗାଆଁରେ ଏହାକୁ ବ୍ୟାପକ କରାଯିବ ବୋଲି କହିଛି ବିଜେପି । ଆଜି ଚାଷୀ ରାଜନୀତିକ ଉଦ୍ଦେଶ୍ୟ ରଖି ଏପରି କରାଯାଉଛି ।

ସରକାର ଚାଷୀଙ୍କ ପାଇଁ ଇନପୁଟ ସହାୟତା ଘୋଷଣା କରିଛନ୍ତି । ଉପନିର୍ବାଚନ ପାଇଁ କେବଳ ମାଇଲେଜ୍ ନେବା ପାଇଁ ବିଧାନସଭା ଭିତରେ ଓ ବାହାରେ ବିଜେପି ଏପରି କାର୍ଯକ୍ରମ କରୁଛି । କଂଗ୍ରେସ ଉଭୟ ବିଜେପି ଓ ବିଜେଡ଼ିକୁ ସମାଲୋଚନା କରିଛି । ସେପଟେ ବିଜେପିର ଆଜି ବିରାଟ ପଟୁଆର ଦେଖି ପୋଲିସ ବି ତୟାର୍ ଥିଲା । ବିଧାନସଭା ମୁଖ୍ୟ ବ୍ୟାରିକେଡ଼ ଆଗରେ ମୁକାବିଲା ପାଇଁ ୧୫ ପ୍ଲାଟୁନ୍ ରୁ ଅଧିକ ପୋଲିସ ମୁତୟନ ହୋଇଥିଲେ ।
Published by:Soubhagya Mishra
First published: