ପ୍ରଶାସନିକ ଅଧିକାରୀମାନେ ଓଡିଶାବାସୀଙ୍କ ଆଗରେ କ୍ଷମା ପ୍ରାର୍ଥନା କରନ୍ତୁ: ବିଜେପି

ପ୍ରଶାସନିକ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଅମଲାତନ୍ତ୍ରକୁ ବ୍ୟବହାର କରି ବିଜେଡି ନିର୍ବାଚନ ଜିତୁଥିବା ପ୍ରମାଣିତ ହୋଇଛି ବୋଲି ବିଜେପି ଅଭିଯୋଗ କରିଛି। ବିଜେଡି କହିଲା ନିର୍ବାଚନ ଜିତି ପାରିନଥିବାରୁ ଏପରି ଆରୋପ ଲଗାଉଛି ବିଜେପି।

ପ୍ରଶାସନିକ ଅଧିକାରୀମାନେ ଓଡିଶା ପ୍ରଶାସନିକ ଅଧିକାରୀମାନେ ଓଡିଶାବାସୀଙ୍କ ଆଗରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେପି କହିଛି (ପ୍ରତୀକାତ୍ମକ ଛବି)ବାସୀଙ୍କ ଆଗରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେପି କହିଛି (ପ୍ରତୀକାତ୍ମକ ଛବି)

ପ୍ରଶାସନିକ ଅଧିକାରୀମାନେ ଓଡିଶା ପ୍ରଶାସନିକ ଅଧିକାରୀମାନେ ଓଡିଶାବାସୀଙ୍କ ଆଗରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେପି କହିଛି (ପ୍ରତୀକାତ୍ମକ ଛବି)ବାସୀଙ୍କ ଆଗରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେପି କହିଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ପୌର ଓ ପଞ୍ଚାୟତ ଫଳାଫଳ ପରେ ମୁଖ୍ୟମନ୍ତ୍ରୀଙ୍କୁ  ଅଫିସରମାନେ ଭେଟିବା ପରେ ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ। ମୁହାଁମୁହିଁ ହୋଇଛନ୍ତି ଶାସକ ବିରୋଧୀ। ସାମ୍ବାଦିକ ସମ୍ମିଳନୀ କରି ସମାଲୋଚନା କରିଛି ବିଜେପି। କଂଗ୍ରେସ ବି କଡା ସମାଲୋଚନା କରିଛି।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଲେଖାଶ୍ରୀ ସମନ୍ତସିଂହର ଓ ଗୋଲକ ମହାପାତ୍ର ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି। ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି," ପଞ୍ଚାୟତ ଓ ପୌର ନିର୍ବାଚନ ସରିବା ପରେ ଯାହା ଦେଖିବାକୁ ମିଳିଲା ତାହା ସମଗ୍ର ଦେଶରେ କେବେ ଦେଖିବାକୁ ମିଳିନଥିଲା । ପ୍ରଶାସନିକ ଇତିହାସରେ କଳଙ୍କର ଦାଗ । ସମ୍ବିଧାନର ଚାରିଟି ସ୍ତମ୍ଭ ମଧ୍ୟରୁ ପ୍ରଶାସନିକ ବ୍ୟବସ୍ଥା ଗୋଟିଏ ସ୍ତମ୍ଭ । ଦେଶର ବିକାଶ ଓ ଅଖଣ୍ଡତାର ସୁରକ୍ଷା ପ୍ରଶାସନିକ ଅଧିକାରୀ ମାନଙ୍କର ଦାୟୀତ୍ୱ । କିନ୍ତୁ ସମସ୍ତ ସୀମା ଓ ପଦ ମର୍ଯ୍ୟାଦାର ସୀମା ବା ଲଷ୍ମଣ ରେଖା ଉଲଙ୍ଘନ କଲେ କରିଛନ୍ତି ପ୍ରଶାସନିକ ଅଧିକାରୀ । ସମ୍ବିଧାନର ନୀତି ଓ ଆଦର୍ଶକୁ ଜଳାଞ୍ଜଳୀ ଦେଇଛନ୍ତି । ଏହା ଦେଖିଲା ପରେ ବିଜେଡ଼ି ଅମଲାତନ୍ତ୍ରିକ ବ୍ୟବସ୍ଥାକୁ ବ୍ୟବହାର କରି ନିର୍ବାଚନ ଜିତିଛି ବୋଲି ପ୍ରମାଣିତ ହେଉଛି । ଯେଉଁ ବାବୁ ମାନେ ବିଜେଡ଼ି ରାଜ୍ୟ ସଭାପତିଙ୍କୁ ଭେଟିବାକୁ ଯାଇଥିଲେ । ସେମାନେ ଏକ ଗର୍ହିକ ଅପରାଧ କରିଛନ୍ତି"।

ସେ ଆହୁରି ମଧ୍ୟ କହିଛନ୍ତି,"ଓଡିଶାବାସୀଙ୍କ ପାଖରେ ମୁଖ୍ୟମନ୍ତ୍ରୀ ଅପରାଧ କରିଛନ୍ତି । ଅମଲାତାନ୍ତ୍ରିକ ବ୍ୟବସ୍ଥା ଉପରୁ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ତୁଟି ଯାଇଛି । ସରକାରୀବାବୁ ମାନେ ବିଜେଡ଼ିର ନେତା ଓ ବିଧାୟକ ମାନଙ୍କର ବଚସ୍କର ସାଜିଛନ୍ତି । ସେଥିପାଇଁ ରାଜ୍ୟରେ ଭ୍ରଷ୍ଟାଚାର ବ୍ୟାପକ ହୋଇଛି । ଶାସନ ବ୍ୟବସ୍ଥାରେ ଯେଉଁଠି ବି ହାତ ମାରିଲେ ଭ୍ରଷ୍ଟାଚାରର ଦୁର୍ଗନ୍ଧ ବାହାରୁଛି । ଓଡିଶା ରାଜ୍ୟ ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ସବୁ ପଛରେ । ଚାଟୁକାରିତାରେ ଶାସନ ଚାଲେ ନାହିଁ । ସରକାର ଠିକ୍ ରାସ୍ତାରେ କେମିତି ଚାଲିବ ତାହା ଅଫିସର ମାନଙ୍କର କାମ । କିନ୍ତୁ ଓଡିଶାରେ ବିକାଶ କେମିତି ହେବ ତାହା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି"।

ଜରୁରୀକାଳୀନ ପରିସ୍ଥିତିର ସମୟ କଥା ମନେ ପକାଇ ଶ୍ରୀ ହରିଚନ୍ଦନ କହିଛନ୍ତି,"ସେଭଳି ଏକ ସ୍ଥିତି ଓଡିଶାରେ ତିଆରି ହୋଇଛି । କିନ୍ତୁ ଏହା କରିବାକୁ ଦିଆଯିବ ନାହିଁ । ଯଦି ନବୀନ ପଟ୍ଟନାୟକ ଓ ତାଙ୍କ ବାବୁ ମାନେ ଏପରି କରୁଛନ୍ତି । ତାହେଲେ ଏହା ଦୁର୍ଭାଗ୍ୟଜନକ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ଯାଇଛି । ଗୋଟିଏ ବି ସମ୍ବେଦନଶୀଳ କେସରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେଇନାହିଁ । ଏଭଳି ସ୍ଥିତିରେ ଯଦି ପୋଲିସ ନିରପେକ୍ଷ ନାହିଁ ବୋଲି ଜଣାପଡୁଛି । ସାଧାରଣ ଲୋକଙ୍କର ବିଶ୍ୱାସ ଭାଙ୍ଗିଯିବ । ଶାସକ ଦଳ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଭିତରେ ଚାଲିଥିବା ମଧୁଚନ୍ଦ୍ରିକା ଆଜି ପଦାରେ ପଡ଼ିଛି । ଏହା ଅପମାନ ଜନକ କଥା । ନିଜର ଶାସକୀୟ ଶକ୍ତିକୁ ଅପବ୍ୟବହାର କରି ନିଜ ପିଠି ନିଜେ ଥାପୁଡେଇବା ବନ୍ଦ କରୁ ବିଜେଡ଼ି ।ପ୍ରଶାସନିକ ଅଧିକାରୀ ମାନେ ଓଡିଶାବାସୀଙ୍କ ଆଗରେ କ୍ଷମା ପ୍ରାର୍ଥନା କରନ୍ତୁ । ନଚେତ ଯେଉଁ ଟିକେ ଆସ୍ଥା ଥିଲା ତାହା ମଧ୍ୟ ତୁଟି ଯିବ"।

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଆଇଏସ ଆଇପିଏସ ମାନଙ୍କ ସେବା ଦାନ ଅତୁଳନୀୟ। କିନ୍ତୁ ସମ୍ବଦ୍ଧନା ଦେବା ପାଇଁ ଯିବା ଠିକ ନୁହେଁ। ଏଭଳି ଭୁଲ କରିବା ଅନୁଚିତ"।

ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ ଜବାବ ରଖି କହିଛନ୍ତି,"କୌଣସି ଯାଗାରେ ଅଫିସର ବିଜୁ ଜନତା ଦଳ ପାଇଁ କାମ କରୁନାହାନ୍ତି। ଅଫିସର ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରିବେ।ସେ ଦଳିୟ କାର୍ଯ୍ୟାଳୟକୁ ଆସୁନାହାନ୍ତି। ଦଳ ସହିତ ସମ୍ପର୍କ ନାହିଁ। ବିଜେପି ଜିତିପାରୁନଥିବାରୁ ଏମିତି କହୁଛନ୍ତି"।

ରାଜନୈତିକ ସମୀକ୍ଷକ ରବିଦାସ କହିଛନ୍ତି,"ସାଧାରଣ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କିଛି ନୂଆ ନୁହେଁ। କିନ୍ତୁ ପଞ୍ଚୟତ ଓ ପୋୖର ଫଳାଫଳ ପରିପେକ୍ଷିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ପୂର୍ବରୁ କେବେ ଦେଖାଯାଇନି। ଯେଉଁ ରାଜ୍ୟରେ ଅଧିକ ଦିନ ଗୋଟିଏ ସରକାର ଶାସନରେ ରହିଛି ଏପରି ନଜର ଆସିଛି"।
Published by:Soumya Das
First published: