୫ ଘଣ୍ଟା ଥାନା ଘେରାଉ କଲା ବିଜେପି; ସଠିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଲେ SP

ଅଭିଯୋଗକାରୀକୁ ଅଭିଯୁକ୍ତ ସଜାଇ ଗିରଫ କରିଥିଲା ଲକ୍ଷ୍ମୀସାଗର ଥାନା ପୋଲିସ।ପୋଲିସ କାର୍ଯ୍ୟାନୁଷ୍ଠାନ କରିବା ନେଇ ପ୍ରତିଶ୍ରୁତି ପାଇବା ପରେ ପ୍ରାୟ ୫ ଘଣ୍ଟା ଧରି ବସିଥିବା ଧାରଣାରୁ ଓହରିଲେ ବିଜେପି ନେତା ଓ ସମର୍ଥକ ।

୫ ଘଣ୍ଟା ଥାନା ଘେରାଉ କଲା ବିଜେପି (ପ୍ରତୀକାତ୍ମକ ଛବି)

୫ ଘଣ୍ଟା ଥାନା ଘେରାଉ କଲା ବିଜେପି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ପୋଲିସ କାର୍ଯ୍ୟାନୁଷ୍ଠାନ କରିବା ନେଇ ପ୍ରତିଶ୍ରୁତି ପାଇବା ପରେ ପ୍ରାୟ ୫ ଘଣ୍ଟା ଧରି ବସିଥିବା ଧାରଣାରୁ ଓହରିଲେ ବିଜେପି ନେତା ଓ ସମର୍ଥକ । ଅଭିଯୋଗକାରୀକୁ ଅଭିଯୁକ୍ତ ସଜାଇ ଗିରଫ କରିଥିଲା ଲକ୍ଷ୍ମୀସାଗର ଥାନା ପୋଲିସ। ଯାହାକୁ ନେଇ ବିଜେପି ବିରୋଧ କରିବା ସହିତ ଥାନା ଆଗରେ ପ୍ରତିବାଦ କରିଥିଲା  ।

ଗତ ଶୁକ୍ରବାର ହୋଇଥିବା ଗଣ୍ଡଗୋଳରେ ଜାଣିଶୁଣି ଚାପରେ ବିଜେପିର ଯୁବ ନେତା ରାକେଶ ଜେନାଙ୍କୁ ଗିରଫ କରିଥିଲା ପୋଲିସ । ଏହି ଅଭିଯୋଗକୁ ଆଧାର କରି ବିଜେପି  ପ୍ରତିବାଦକୁ ଓହ୍ଲାଇଥିଲା । ମୁଖ୍ୟ ଅଭିଯୁକ୍ତକୁ ଗିରଫ ନକରାଯାଇ ଅଭିଯୋଗକାରୀଙ୍କୁ କଣ ପାଇଁ ଗିରଫ କରାଯାଇଛି ସେ ନେଇ ପ୍ରତିବାଦ କରିଥିଲା ଦଳ। ସୋମବାର ସନ୍ଧ୍ୟା ୭ ଟାରୁ ବିଜେପି ନେତା ଓ ସମର୍ଥକ ଥାନା ସମ୍ମୁଖରେ ଧାରଣାରତ ଥିଲେ ।  ୨୪ ଘଣ୍ଟା ଭିତରେ କାଣ୍ଡ ଭିଆଇଥିବା ବିଜେଡି କର୍ମୀଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ପ୍ରତିବାଦ ଡାକରା ଦେଇଥିଲେ ବିଜେପି ନେତା। ଠିକ ଅଭିଯୁକ୍ତଙ୍କୁ ଗିରଫ  କରାଯିବା ନେଇ ଏସିପି ପ୍ରତିଶ୍ରୁତି ଦେବା ପରେ ସମସ୍ତେ ଧାରଣାରୁ ଓହରିଥିଲେ ।

ସୋମବାର ସନ୍ଧ୍ୟାରେ ଭୁବନେଶ୍ୱର ଲକ୍ଷ୍ମୀସଗାର ଥାନା ସମ୍ମୁଖରେ ବିଜେପି ଧାରଣା ଦେଇଥିଲା। ଶୁକ୍ରବାର ହୋଇଥିବା ଗଣ୍ଡଗୋଳରେ ଜାଣିଶୁଣି ଚାପରେ ଆସି ବିଜେପିର ଯୁବ ନେତାଙ୍କୁ ଗିରଫ କରୁଛି ପୋଲିସ ଓ ସରକାରଙ୍କ ହାତ ବାରିସୀ ସାଜିଛି ପୋଲିସ ବୋଲି ଦଳ ଅଭିଯୋଗ କରିଥିଲା। ବିଜେପିର ଯୁକ୍ତି ଥିଲା ଯେ, କର୍ପୋରେଟର ପ୍ରାର୍ଥୀନୀଙ୍କ ସ୍ବାମୀ, ଦିଅର,ଭାଇଙ୍କୁ ଥାନା ସମ୍ମୁଖରେ ଆକ୍ରମଣ କରାଗଲା। ଶିଖର ଜେନା,ଶ୍ରୀଧର ଜେନା ଓ ଦିଲ୍ଲୀପ ଜେନା ଖୋଲାଖୋଲି ଆକ୍ରମଣ କଲେ । ହେଲେ ସେମାନଙ୍କୁ ଗିରଫ ନକରି ବିଜେପି କର୍ପୋରେଟର ପ୍ରାର୍ଥୀନୀଙ୍କ ମଝିଆ ଦିଅର ରାକେଶ ଜେନାଙ୍କୁ ଉଠାଇ ନେଇଛି ପୋଲିସ। ରାକେଶ ବିଜେପି ଜିଲ୍ଲା ସମ୍ପାଦକ ରହିଛନ୍ତି ଓ ନିର୍ବାଚନ ପରିଚାଳନା କରୁଥିଲେ। ଯେତେ ପର୍ଯ୍ୟନ୍ତ ରାକେଶ ଜେନାଙ୍କୁ ପୋଲିସ ନ ଛାଡ଼ିଛି ସେ ପର୍ଯ୍ୟନ୍ତ ବିଜେପି ଥାନା ପରିସରରେ ଧାରଣାରେ ବସିବୁ ବୋଲି  ବିଜେପି ଦାବି ରଖିଥିଲା।

ଧାରଣା ପ୍ରତ୍ୟାହାର ପରେ ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି,"ପୋଲିସର ପ୍ରତିଶ୍ରୁତିକୁ ବିଶ୍ୱାସ କରି ଆମେ ଏହି ପ୍ରତିବାଦ ଓ ଧାରଣାରୁ  ଓହରି ଆସିଛୁ। କିନ୍ତୁ ପ୍ରତିଶ୍ରୁତି ପାଣିର ଗାର ହେଲେ ଆମେ ପୁଣି ବିରୋଧ କରିବୁ"।

ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଛନ୍ତି,"ଶାସକ ଦଳ ଏହି ଅଞ୍ଚଳରେ ହରିଯିବା ଭୟରେ ଏଭଳି ପୋଲିସ ଉପରେ ଚାପ ପ୍ରୟୋଗ କରୁଛନ୍ତି। ତାକୁ ଆଉ ବରଦାସ୍ତ କରାଯିବ ନାହିଁ"।
Published by:Soumya Das
First published: