ଗୋପାଳପୁର ଏନଏସି ପାଇଁ BJP ଓ BJD ଭିତରେ କଡ଼ା ଟକ୍କର; ୧୦ ଓ୍ବାର୍ଡ଼ରେ ପ୍ରାର୍ଥୀ ଦେଇନି କଂଗ୍ରେସ

ଗୋପାଳପୁର ଏନଏସିରେ ବିଜେଡ଼ି ଓ ବିଜେପି ମଧ୍ୟରେ ଦ୍ବିମୁଖୀ ଲଢ଼େଇ ହୋଇଛି। ୧୦ ଓ୍ବାର୍ଡ଼ରେ କଂଗ୍ରେସ ପ୍ରାର୍ଥୀ ଦେଇନି ।

ଗୋପାଳପୁର ଏନଏସି ପାଇଁ ବିଜେପି ଓ ବିଜେଡ଼ି ଭିତରେ କଡ଼ା ଟକ୍କର ଲାଗିଛି (ପ୍ରତୀକାତ୍ମକ ଛବି)

ଗୋପାଳପୁର ଏନଏସି ପାଇଁ ବିଜେପି ଓ ବିଜେଡ଼ି ଭିତରେ କଡ଼ା ଟକ୍କର ଲାଗିଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବ୍ରହ୍ମପୁର: ହାତରେ ଆଉ ମାତ୍ର ପ୍ରଚାର ପାଇଁ ଆଉ ଦିନ କେଇଟା ବାକି ରହିଛି । ସେହିପରି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ । ଗୋପାଳପୁର ଏନଏସିରେ ବିଜେଡ଼ି ଓ ବିଜେପି ମଧ୍ୟରେ ହେଉଛି ଦ୍ବିମୁଖୀ ଲଢ଼େଇ । ଗୋଟିଏ ଓ୍ବାର୍ଡ଼ରେ ବିଜେଡ଼ିର ପ୍ରାର୍ଥୀ ନିର୍ଦ୍ୱନ୍ଦ ହୋଇଥିବା ବେଳେ ଅନ୍ୟ ୧୦ଟି ଓ୍ବାର୍ଡ଼ ଓ ଅଧ୍ୟକ୍ଷ ପଦ ପାଇଁ ଲଢ଼େଇ କରୁଛନ୍ତି ବିଜେଡ଼ି । ସେହିଭଳି ବିଜେପି ମଧ୍ୟ ଟି ଓ୍ବାର୍ଡ଼ ଏବଂ ଅଧ୍ୟକ୍ଷ ପଦ ପାଇଁ ଲଢ଼େଇ ଜାରି ରଖିଛି । କିନ୍ତୁ କଂଗ୍ରେସ କେବଳ ଅଧ୍ୟକ୍ଷ ପଦ ଓ ମାତ୍ର ଗୋଟିଏ ଓ୍ବାର୍ଡ଼ ପ୍ରାର୍ଥୀ ଦେଇଥିବା ଯୋଗୁଁ ତାହାକୁ ନେଇ ପ୍ରଚାର କରୁଛି ।

ଗଞ୍ଜାମ ଜିଲ୍ଲାର ଗୋପାଳପୁର ଏନଏସି । ଏନଏସିରେ ରହିଛି ୧୨ଟି ଓ୍ବାର୍ଡ଼ । ଏଠିକାର ଜନସଂଖ୍ୟା ପ୍ରାୟ ୧୦ ହଜାରରୁ ଅଧିକ ରହିଛି । ଏନଏସିରେ ଭୋଟର ସଂଖ୍ୟା ୭ହଜାର ୬୫୫ ରହିଥିବା ବେଳେ ୪ ହଜାର ୩୧୪ ପୁରୁଷ ଭୋଟର ରହିଥିବା ବେଳେ ମହିଳା ଭୋଟର ରହିଛନ୍ତି। ୧୧ ଟି ଓ୍ବାର୍ଡ଼ରୁ ୫ ନମ୍ବର ଓ୍ବାର୍ଡ଼ରେ ବିଜେଡ଼ିର ପ୍ରାର୍ଥୀ ନିର୍ଦ୍ୱନ୍ଦରେ ବିଜୟ ଲାଭ କରିଛନ୍ତି । ଅଧ୍ୟକ୍ଷ ପଦଟି ସାଧାରଣ ବର୍ଗ ପାଇଁ ଉଦ୍ଧିଷ୍ଟ ରହିଛି ।

‘‘ପୂର୍ବରୁ ଗୋପାଳପୁର ଏନଏସିର ବହୁ ଉନ୍ନତି ହୋଇସାରିଛି । ରାସ୍ତାଘାଟ ଠାରୁ ଆରମ୍ଭ କରି ପାନୀୟ ଜଳ ଯୋଗାଣ ଭଳି ସବୁ କ୍ଷେତ୍ରରେ ବିକାଶ ହୋଇଛି । ଏହା ଛଡ଼ା ଗୋପାଳପୁର ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକଙ୍କ ନିମନ୍ତେ ମଧ୍ୟ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯାଇଛି । ଅନ୍ୟ ଉନ୍ନତି ମୂଳକ କାର୍ଯ୍ୟ ଅଧ୍ୟକ୍ଷ ପଦରେ ବିଜୟ ଲାଭ ହେବା ପରେ କରିବି," ଭୋଟରଙ୍କୁ ପ୍ରତିଶୃତି ଦେଉଛନ୍ତ ଏ.ଜାନକୀ ରାମ ।

ବିଜେଡ଼ିକୁ କଡ଼ା ଟକ୍କର ଦେଉଛି ବିଜେପି । ବିଜେପି ପକ୍ଷରୁ ଗୋପାଳପୁର ଏନଏସି ପାଇଁ ଅଧ୍ୟକ୍ଷ ପ୍ରାର୍ଥୀ ହୋଇଛନ୍ତି ବି.ରାମା ରାଓ । ବି.ରାମା ରାଓ ମତ୍ସ୍ୟଜୀବୀ ପରିବାରର ହୋଇଥିବା ଯୋଗୁଁ ମତ୍ସ୍ୟଜୀବୀମାନଙ୍କୁ ନେଇ ପ୍ରଚାର ମଇଦାନକୁ ଓହ୍ଳାଇଛନ୍ତି ।

‘‘ଦୀର୍ଘ ବର୍ଷ ହେଲା ମତ୍ସ୍ୟଜୀବୀମାନଙ୍କ ନିମନ୍ତେ ଅପନ୍‌ ମାଉଥ୍ ହୋଇପାରିଲା ନାହିଁ । ଯାହାଫଳରେ ମତ୍ସ୍ୟଜୀବୀମାନେ ନାହିଁ ନଥିବା ଅସୁବିଧାର ସମ୍ମଖୀନ ହେଉଛନ୍ତି । ତେଣୁ ବିଜୟ ଲାଭ କରିବା ପରେ ଅପନ୍‌ ମାଉଥ୍‌ ଗୋପାଳପୁରରେ ନିର୍ମାଣ କରିବା ନିମନ୍ତେ ଲକ୍ଷ୍ୟ ରଖିବା ସହିତ ଭୋଟରମାନଙ୍କୁ ପ୍ରତିଶୃତି ଦେଉଛନ୍ତି । ଦୀର୍ଘ ବର୍ଷ ଧରି ବିଜେଡ଼ିର ଶାସନ ପରେ ଗୋପାଳପୁର ଏନଏସି ବର୍ତ୍ତମାନ ପରିବର୍ତ୍ତନ ଚାହୁଁଛନ୍ତି । ତେଣୁ ଚଳିତ ଥର ଏନଏସି ନିର୍ବାଚନରେ ନିଶ୍ଚିତ ଭାବେ ବିଜୟ ଲାଭ କରିବି," କହିଛନ୍ତି ଗୋପାଳପୁର ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀ ବି.ରାମା ରାଓ ।

ସେପଟେ କଂଗ୍ରେସ ଗୋପାଳପୁର ଏନଏସିରେ ପ୍ରାର୍ଥୀ ଦେବାରେ ବିଫଳ ହୋଇଛି । କେବଳ ଅଧ୍ୟକ୍ଷ ଓ ଗୋଟିଏ ମାତ୍ର ଓ୍ବାର୍ଡ଼ ପାଇଁ ପ୍ରାର୍ଥୀ ଦେଇଛି କଂଗ୍ରେସ । ଏନଏସିର ୧୧ଟି ଓ୍ବାର୍ଡ଼ରୁ କେବଳ ୩ ଓ୍ବାର୍ଡ଼ରେ କଂଗ୍ରେସ ପ୍ରାର୍ଥୀ ଲଢ଼େଇ କରୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସେଭଳି ବଡ଼ ଧରଣର ପ୍ରଚାର ପ୍ରସାରକୁ ଓହ୍ଲାଇପାରିନାହିଁ କଂଗ୍ରେସ ।
Published by:Soumya Das
First published: