ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ତେଜୁଛି ପଛୁଆ ବର୍ଗ ସଂରକ୍ଷଣ ରାଜନୀତି; ଟଣା ଓଟରା ଲାଗୁଛନ୍ତି ବିଜେଡ଼ି-ବିଜେପି

ତେଜୁଛି ପଛୁଆ ବର୍ଗ ସଂରକ୍ଷଣ ରାଜନୀତି; ଟଣା ଓଟରା ଲାଗୁଛନ୍ତି ବିଜେଡ଼ି-ବିଜେପି

ରାଜ୍ଯରେ ତେଜୁଛି ପଛୁଆ ବର୍ଗ ସଂରକ୍ଷଣ ରାଜନୀତି। ବିଜେଡ଼ି ସାମ୍ୱାଦିକ ସମ୍ମିଳନୀ କରି ନିଜର ଦାବି ରଖିଥିବା ବେଳେ ବିଜେପି ସରକାରଙ୍କୁ ମିଛୁଆ ସରକାର ବୋଲି କହିଛି।

ତେଜୁଛି ପଛୁଆ ବର୍ଗ ସଂରକ୍ଷଣ ରାଜନୀତି; ଟଣା ଓଟରା ଲାଗୁଛନ୍ତି ବିଜେଡ଼ି-ବିଜେପି
ପଛୁଆ ବର୍ଗ ସଂରକ୍ଷଣ ପ୍ରସଙ୍ଗରେ ବିଜେଡ଼ିର ସାମ୍ୱାଦିକ ସମ୍ମିଳନୀ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 24, 2021, 7:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ଯରେ ତେଜୁଛି ପଛୁଆ ବର୍ଗ ସଂରକ୍ଷଣ ରାଜନୀତି। ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ କରିବା ଓ ଜାତି ଭିତ୍ତିକ ଜନଗଣନା ପାଇଁ ସ୍ୱରକୁ ଶାଣିତ କରିଛି ବିଜୁ ଜନତାଦଳ। ବିଜେଡ଼ିର ଏହି ପଦକ୍ଷେକୁ ବିଜେପି କଟାକ୍ଷ କରିଛି । ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ କୃଷିମନ୍ତ୍ରୀ ଅରୁଣ ସାହୁ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ କରିବା ଓ ଜାତି ଭିତ୍ତିକ ଜନଗଣନା ପାଇଁ ଦାବି ଜୋର କରିଛନ୍ତି।

ପୂର୍ବରୁ ପଛୁଆ ବର୍ଗ ସଂରକ୍ଷଣ ପ୍ରସଙ୍ଗକୁ ନେଇ ବିଜେଡ଼ି ସାଂସଦମାନେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ଦାବି ଉପସ୍ଥାପନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତି ଭିତ୍ତିକ ଜନଗଣନା ପାଇଁ ଦାବି କରିଥିଲେ। ନିକଟରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ନେଇ ରାଜନୀତି ତେଜୁଥିବା ବେଳେ ଆଜି  ଆଉ ପାଦେ ଆଗେଇଛି ବିଜେଡି।

ସାମ୍ବାଦିକ ସମ୍ମିଳନୀ କରି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି “ମୁଖ୍ୟମନ୍ତ୍ରୀ ପଛୁଆ ବର୍ଗକୁ ସହାୟତା ପାଇଁ ବଦ୍ଧପରିକର ଅଛନ୍ତି। ସହାୟତା ପାଇଁ ପଛୁଆବର୍ଗଙ୍କ ସଂଖ୍ୟା ଜାଣିବା ନିହାତି ଆବଶ୍ୟକ। ଏଥି ପାଇଁ  ଜାତି ଭିତ୍ତିକ ଜନଗଣନା ଜରୁରୀ ଅଟୋ। କ୍ୟାବିନେଟର କାଷ୍ଟ ବେସ ସେନ୍ସସ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା। ନ୍ୟାୟାଳୟ ଦ୍ୱାରା ୫୦ ପ୍ରତିଶତ କଟକଣା ଥିବାରୁ ରାଜ୍ୟ ସରକାର କିଛି କରିପାରୁନାହାନ୍ତି। ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟରେ ୯୪ ପ୍ରତିଶତ ଦୁର୍ବଳ ଶ୍ରେଣୀର ଲୋକ ରହିଛନ୍ତି । ପଛୁଆବର୍ଗ ପାଇଁ ୫୦ ପ୍ରତିଶତ ସଂରକ୍ଷଣ କଟକଣା ଉଠିବା ପରେ ସରକାର ଯାହା ପଦକ୍ଷେପ ନେବେ। ମୁଖ୍ୟମନ୍ତ୍ରୀଙ୍କ ଦାବିକୁ ଅନ୍ୟ ଦଳ ମଧ୍ୟ ସମର୍ଥନ କରି  ସଂସଦରେ ରେ ପ୍ରାୟ ସବୁ ଦଳ ଏହି ପ୍ରସଙ୍ଗ ଉଠାଇଛନ୍ତି। ଏହି ଦାବି ନେଇ ଓଡ଼ିଶାର ବିଜେଡି ସାଂସଦ ମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଜଣାଇଛନ୍ତି। ୫୦ ପ୍ରତିଶତ ସଂରକ୍ଷଣ ସୀମା ନ ଉଠିଲେ ଜନମଙ୍ଗଳ କାର୍ଯ୍ୟ ସମ୍ଭବ ନୁହେଁ”।

ସେହିପରି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି "ଜାତି ଭିତ୍ତିକ ଜନଗଣନା ହେଲେ ସେମାନଙ୍କ ସଂଖ୍ୟା ଜଣା ପଡ଼ିବ। ୫୦ ପ୍ରତିଶତ ସଂରକ୍ଷଣ ଆଇନ ଯୋଗୁଁ ସମସ୍ୟା ରହୁଛି। ଅନ୍ୟ ସବୁ ଦଳ ଦାବି କରୁଛନ୍ତି ଓଡିଶାରେ ବିଜେପି କିନ୍ତୁ ଚୁପ ରହିଛି। ଏହା ପଛୁଆବର୍ଗ ବିରୋଧୀ ମନୋଭାବ ଭଳି ମନେ ହେଉଛି। ପଛୁଆବର୍ଗ ବିରୋଧୀ ମନୋଭାବ ଛାଡ଼ନ୍ତୁ ରାଜ୍ୟ ବିଜେପି ନେତା । ସାମାଜିକ ନ୍ୟାୟ ନ ମିଳିବା ପର୍ୟ୍ଯନ୍ତ ବିଜେଡ଼ି ପଲ୍ଲୀଠୁ ଦିଲ୍ଲୀ ଆନ୍ଦୋଳନ କରିବ”।

ବିଜେଡ଼ି ସାମ୍ବାଦିକ ସମ୍ମିଳନୀର ଜବାବ ରଖିଛି ବିଜେପି। ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି" ବାସ୍ତବରେ ବିଜେଡ଼ି ଓବିସିଙ୍କ ବିକାଶ ଚାହୁଁନାହିଁ। ବିଜେଡି ସରକାର ହେଉଛନ୍ତି ମିଛୁଆ ରାଧୁଆ ସରକାର। କେବଳ ଘୋଷଣା ସର୍ବସ୍ୱ ସରକାର। ଯେତିକି ପ୍ରତିଶତ ସଂରକ୍ଷଣ ଅଛି ଶିକ୍ଷା ଓ ଚାକିରି  କ୍ଷେତ୍ରରେ ସେତିକି ସଂରକ୍ଷଣ ଦେଉ ନାହାଁନ୍ତି ରାଜ୍ୟ ସରକାର। ଓବିସି ଫାଇନାନ୍ସ କମିଶନକୁ ମଧ୍ୟ କାର୍ଯ୍ୟକାରୀ କରୁ ନାହାଁନ୍ତି । ପଛୁଆବର୍ଗଙ୍କ ପ୍ରତି ସାମାନ୍ୟ ସମ୍ବେଦନଶୀଳ ନାହିଁ ଖାଲି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି"।

୨୦୧୯ ନିର୍ବାଚନ ପୂର୍ବରୁ ମହିଳାଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣ ଦେଇଥିବା ବେଳେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଛୁଆ ବର୍ଗଙ୍କ ଲାଗି ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଅଗଷ୍ଟ ୧୩ ତାରିଖରେ ଘୋଷଣା କରିଥିଲା ବିଜେଡ଼ି। ଅନ୍ୟ ଦଳକୁ ବି ଏହି ପ୍ରକ୍ରିୟାରେ ସାମିଲ ହେବାକୁ ଦଳ ପୂର୍ବରୁ ଆହ୍ୱାନ କରିଛି ।
Published by: Soumya Das
First published: August 24, 2021, 7:08 PM IST