ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଗାନ୍ଧୀ ଜୟନ୍ତୀରୁ ସେବା କାର୍ଯ୍ୟକ୍ରମ ଆରମ୍ଭ କରିବ ବିଜେଡ଼ି; ବିଜେପି କହିଲା ପଦଯାତ୍ରା କରିଦେଲେ ବିକାଶ ହବନି

ଗାନ୍ଧୀ ଜୟନ୍ତୀରୁ ସେବା କାର୍ଯ୍ୟକ୍ରମ ଆରମ୍ଭ କରିବ ବିଜେଡ଼ି; ବିଜେପି କହିଲା ପଦଯାତ୍ରା କରିଦେଲେ ବିକାଶ ହବନି

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଯାଉଛି ସମାଜ ସେବା କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ଏନେଇ ଦଳର ନେତା ଓ କର୍ମୀଙ୍କୁ ଚିଠି ଲେଖିବା ପରେ ନେତାଠୁ ନେଇ କର୍ମୀ ସମାଜ ସେବା ପାଇଁ ପ୍ରସ୍ତୁତ ହେଉଛନ୍ତି।

ଗାନ୍ଧୀ ଜୟନ୍ତୀରୁ ସେବା କାର୍ଯ୍ୟକ୍ରମ ଆରମ୍ଭ କରିବ ବିଜେଡ଼ି; ବିଜେପି କହିଲା ପଦଯାତ୍ରା କରିଦେଲେ ବିକାଶ ହବନି
ଗାନ୍ଧୀ ଜୟନ୍ତୀରୁ ସେବା କାର୍ଯ୍ୟକ୍ରମ ଆରମ୍ଭ କରିବ BJD (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 1, 2021, 7:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପ୍ରତିବର୍ଷ ଗାନ୍ଧୀ ଜୟନ୍ତୀରୁ ବିଜେଡ଼ିର ଜନ ସମ୍ପର୍କ ଆରମ୍ଭ ହୋଇଥାଏ। କିନ୍ତୁ ଏବର୍ଷ ଆରମ୍ଭ ହେବାକୁ ଯାଉଛି ସମାଜ ସେବା କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ଏନେଇ ଦଳର ନେତା ଓ କର୍ମୀଙ୍କୁ ଚିଠି ଲେଖିବା ପରେ ନେତାଠୁ ନେଇ କର୍ମୀ ସମାଜ ସେବା ପାଇଁ ପ୍ରସ୍ତୁତ ହେଉଛନ୍ତି।

କୋଭିଡ଼ ମହାମାରୀ ସଂକ୍ରମଣ ଭୟ ଥିବାରୁ ଏଥର ବିଜେଡ଼ି ଜନ ସମ୍ପର୍କ ପଦ ଯାତ୍ରା କରିବନି।ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ନଭେମ୍ବର ୨ ଯାଏଁ ମାସେ ଧରି ହେବାକୁ ଥିବା ଜନସମ୍ପର୍କ ପଦଯାତ୍ରା ବଦଳରେ ଦଳ ବିଭିନ୍ନ ସମାଜ ସେବା କାର୍ଯ୍ୟକ୍ରମ କରିବ ବିଜେଡ଼ି। ନିଜର ସାମାଜିକ ପ୍ରତିବଦ୍ଧତା ଦେଖାଇବା ପାଇଁ ଶ୍ରମଦାନ କରି ବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ପରିସର ସଫେଇ, ରକ୍ତଦାନ ଭଳି ସେବାମୂଳକ କାମ କରିବା ପାଇଁ ଦଳର ନେତା ଓ କର୍ମୀଙ୍କୁ ସଭାପତି ନବୀନ ପଟ୍ଟନାୟକ ଆଗୁଆ ଚିଠି ଲେଖି ଜଣାଇଛନ୍ତି। ସେହି ଭଳି ଗାନ୍ଧୀ ଜୟନ୍ତୀ ଓ ଲୋକ ନାୟକ ଜୟପ୍ରକାଶଙ୍କ ଜୟନ୍ତୀକୁ ନିରାଡ଼ମ୍ବର ଭାବରେ ସବୁ ନିର୍ବାଚନ ମଣ୍ଡଳୀରେ ପାଳନ ପାଇଁ ନବୀନ କହିଛନ୍ତି। ତେବେ ଆଗକୁ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଥିବାରୁ ପ୍ରତ୍ୟେକ ପରିବାରରେ ଯେଉଁଭଳି ସରକାରଙ୍କ ବିକାଶର ବାର୍ତ୍ତା ପହଞ୍ଚିବ ତାକୁ ଦଳ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି।

ଏହି ସେବା କାର୍ଯ୍ୟକ୍ରମ ଦୀର୍ଘ ଏକ ମାସ ଧରି ରାଜ୍ୟର ପଞ୍ଚାୟତ, ବ୍ଲକ ସ୍ତରରେ ଯୋଗାଇ ଦିଆଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି , "ଚଳିତ ବର୍ଷ କରୋନାକୁ ଦୃଷ୍ଟିରେ ରଖୁ ଜନ ସମ୍ପର୍କ ପଦଯାତ୍ରା କରାଯିବ ନାହିଁ। ଏହା ବଦଳରେ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହା ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି ଯାହା ୧୮ ତାରିଖରେ ରକ୍ତ ଦାନ ଶିବିର କରାଯିବ। ରାଜ୍ୟରେ ବିଜୁ ଜନତା ଦଳ କେବଳ ରାଜନୀତି ନୁହେଁ ସେବା କ୍ଷେତ୍ରରେ ମଧ୍ୟ ଏକ ସ୍ବତନ୍ନତା ପରିଚୟ ସୃଷ୍ଟି କରିଛି।"

ବିଜେପି ଏ ପ୍ରସଙ୍ଗ ରେ ବିଜେଡ଼ିକୁ ସମାଲୋଚନା କରିଛି। ସାଧାରଣ ସମ୍ପାଦକ ପୄଥୀରାଜ ହରିଚନ୍ଦନ କହିଛନ୍ତି, "ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀରେ କେବଳ ପଦଯାତ୍ରା କି ସାମାଜିକ କାର୍ଯ୍ୟକ୍ରମ କରିଦେଲେ ସେଥିରେ ତାର ସମାଧାନ ହୁଏ ନାହିଁ । ଯେଉଁ ଆଦର୍ଶରେ ଗାନ୍ଧୀ ଏହି ଦେଶକୁ ଗଢିବାକୁ ଚାହୁଁଥିଲେ ସେଠୁ ଯଦି ଏକ ପ୍ରତିଶତ ବିଜୁ ଜନତା ଦଳ ଆଡ଼ପଟ କରନ୍ତା ତେବେ ଓଡ଼ିଶାର ବିକାଶ ବାସ୍ତବ ଦିଗରେ ଚାଲନ୍ତା । ୨୧ ବର୍ଷ ସରକାରରେ ରହିଲା ପରେ ବି ଆଜି ପର୍ଯ୍ୟନ୍ତ ସରକାରଙ୍କ କୌଣସି ନିଘା ନାହିଁ । ଏଠି ବିଜେଡ଼ିର ନେତା ମାନେ ଭ୍ରଷ୍ଟାଚାର ଓ ହିଂସାକାଣ୍ଡ ଭଳି ଘଟଣାରେ ଲିପ୍ତ ଅଛନ୍ତି। ଯାହା କି ଗାନ୍ଧୀଙ୍କ ପ୍ରତିଟି ନୀତି ଆଉ ଆଦର୍ଶର ପରିପନ୍ଥୀ"।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି କିନ୍ତୁ ଗାନ୍ଧୀଙ୍କର ଯାହା ମୂଳ ମନ୍ତ୍ର ଥିଲା ସ୍ଥାନୀୟ ପଦାର୍ଥର ବ୍ୟବହାର କରିବା ସେହି ବାର୍ତ୍ତା ବାସ୍ତବ ପରିସ୍ପୁଟନ କରିବୁ । ଆସନ୍ତା କାଲିଠୁ ବିଜେପିର କର୍ମୀ ମାନେ ଭୋକାଲ ଫର ଲୋକାଲ ପ୍ରଡକ୍ଟର କ୍ୟାମ୍ପେନ ଆରମ୍ଭ କରିବେ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, "ଗାନ୍ଧୀଙ୍କ କଥା କହୁଥିବା ବିଜେପି ଓ ବିଜେଡ଼ି ଦଳ କେତେ ପରିମାଣରେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ପିପିଲି ଉପନିର୍ବାଚନରେ ଜଣାପଡ଼ିଛି। କଂଗ୍ରେସ ଗାନ୍ଧୀଙ୍କ ଆଦର୍ଶ ବିଚାର ଧାରା ଉପରେ ଛିଡ଼ା ହୋଇଛି ଓ କାମ କରୁଛି।"

ସେହିପରି ବିଜୁ ଯୁବ ଓ ଛାତ୍ରଙ୍କ ମଧ୍ୟରେ ପୄଥକ ପୄଥକ ଭାବେ କାମ ବଣ୍ଟାଯାଇଛି।ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଭିନ୍ନ ଚିକିତ୍ସାଳୟର ପରିସର , ନିକଟସ୍ଥ ରାସ୍ତାଘାଟ ତଥା ସାଧାରଣ ସୁବିଧା କେନ୍ଦ୍ର ପ୍ରଭୁତି ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ ରଖିବାର କାର୍ଯ୍ୟକ୍ରମ ଥିବା ବେଳେ ବିଜୁ ଛାତ୍ର ଜନତା ପକ୍ଷରୁ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ପରିସର ଓ ଏହାର ପାରିପାର୍ଶ୍ବିକ ସ୍ଥାନ ତଥା ରାସ୍ତା ଘାଟକୁ ପରିଷ୍କାର ପରିଚ୍ଛନ୍ନ ରଖିବାର କାର୍ଯ୍ୟକ୍ରମ ଦଳ ସ୍ଥିର କରିଛି।
Published by: Soumya Das
First published: October 1, 2021, 7:03 PM IST