ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବିଜେଡି କର୍ମୀଙ୍କ ଅଭିନବ ପ୍ରତିବାଦ; ଗ୍ୟାସ ଉପରେ ଜଳାଇଲେ କୋକେଇ

ବିଜେଡି କର୍ମୀଙ୍କ ଅଭିନବ ପ୍ରତିବାଦ; ଗ୍ୟାସ ଉପରେ ଜଳାଇଲେ କୋକେଇ

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓଲ୍ହାଇଛି ବିଜେଡି। ପୂର୍ବରୁ କେନ୍ଦ୍ର ବିରୋଧୀ ନାରା ଦେଉଥିବା ବିଜୁ ଜନତା ଦଳ ଆଜି ଆଭିମୁଖ୍ୟ କଠୋର କରିଛି।

ବିଜେଡି କର୍ମୀଙ୍କ ଅଭିନବ ପ୍ରତିବାଦ; ଗ୍ୟାସ ଉପରେ ଜଳାଇଲେ କୋକେଇ
ଗ୍ୟାସ ଦରକୁ ନେଇ ଆନ୍ଦୋଳନ କରୁଛି ବିଜେଡି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 23, 2021, 6:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓଲ୍ହାଇଛି ବିଜେଡି। ପୂର୍ବରୁ କେନ୍ଦ୍ର ବିରୋଧୀ ନାରା ଦେଉଥିବା ବିଜୁ ଜନତା ଦଳ ଆଜି ଆଭିମୁଖ୍ୟ କଠୋର କରିଛି।  ଯୁବ,ଛାତ୍ର ମହିଳା ଶାଖା ମିଳିତ ଭାବେ କେନ୍ଦ୍ର ବିରୋଧରେ ଗର୍ଜିଛନ୍ତି।

ଭୁବନେଶ୍ୱରର ଏଡିଏମ କାର୍ଯ୍ୟାଳୟ ସମ୍ମୁଖ,ବ୍ଲକ ଅଫିସ ସମ୍ମୁଖ ଓ ଆଇଓସିଏଲ ଅଫିସ କାର୍ଯ୍ୟକାୟରେ ଭିନ୍ନ ଭିନ ଭାବେ ପ୍ରତିବାଦ କରିଛନ୍ତି ତିନି ନିର୍ବାଚନ ମଣ୍ଡଳୀର କର୍ମ କର୍ତା। ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ଜେନାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଶୋଭାଯାତ୍ରାରେ ବାହାରି ଏଡିଏମ ଅଫିସ ସମ୍ମୁଖରେ ପ୍ରତିବାଦ କରିଥିଲେ। ଏକ ଭିନ୍ନ ଧରଣର ପ୍ରତିବାଦ କରି କେନ୍ଦ୍ରକୁ ଟାର୍ଗେଟ କରିଥିଲେ। ଗୋଟେ ପଟେ ଶୋଭାଯାତ୍ରା କରି ଛାତ୍ର ଓ ଯୁବ କର୍ମକର୍ତ୍ତା କେନ୍ଦ୍ର ଉପରେ ବର୍ଷୁଥିବା ବେଳେ ମହିଳା ଶାଖା ଅଭିନବ ପନ୍ଥା ଆପଣେଇ ଥିଲେ। ମହିଳା କର୍ମୀମାନେ ମୁଣ୍ଡରେ ଗ୍ୟାସ ଥୋଇ ଚୁଲିରେ ରୋଷେଇ କରି ପ୍ରତିବାଦ ଜଣାଇଥିଲେ। ଟଲି ଉପରେ ଚୁଲି ଲଗାଇ ପନିପରିବା ରୋଷେଇ ବି କରିଥିଲେ।

ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି," ଅଛେ ଦିନର ନାରା ଦେଇ ସରକାରଙ୍କୁ ଆସିଥିଲେ ଏଇଟା କଣ ଅଛେ ଦିନ କି ବୋଲି ପ୍ରଶ୍ନ କରିଥିଲେ। ସରକାରକୁ ଆସିବା ସମୟରେ ଗ୍ୟାସ ଦର ୪୫୦ ଟଙ୍କା ଥିବା ବେଳେ ଏବେ ହଜାର ଟଙ୍କାରେ ପହଞ୍ଚିଲାଣି। ମହିଳାଙ୍କ ହାଣ୍ଡି ଶାଳରେ ଚଡକ ପଡିଛି। ପ୍ରତିବାଦ ସତ୍ତ୍ୱେ ଦର ହ୍ରାସ ନ ହେଲେ ଆଗକୁ ଆନ୍ଦୋଳନ ତୀବ୍ରତର କରାଯିବ"।

ପ୍ରତିବାଦ ସେତିକିରେ ଶେଷ ହୋଇନଥିଲା ତେବେ ଗ୍ୟାସ ସିଲିଣ୍ଡରକୁ କୋକେଇରେ ଥୋଇ ଅନ୍ତିମ ସଂସ୍କାର ପରି ପ୍ରତୀକାତ୍ମକ ଅଭିନବ ପ୍ରତିବାଦ କରିଥିଲେ। ମୃତ ଲୋକର ଅନ୍ତିମ ଯାତ୍ରା ପରି ସମାନ ଭାବରେ ଜୁଇ ତିଆରି କରି ସିଲିଣ୍ଡର ରଖିବା ପ୍ରତିବାଦ କରିଥିଲେ। ଯାହାକି ରାସ୍ତାରେ କୌଣସି ଅନ୍ତିମ ସସ୍କାର ର ଭ୍ରମ ସୃଷ୍ଟି କରିଥିଲା। ବିଜେଡି ନେତ୍ରୀ ଇପ୍ସିତା ସାହୁ,ମୀରା ପରିଡା ପ୍ରମୁଖ ପାଣି ଢାଳି ଶୁଦ୍ଧି ହେବା ପରି ଅଭିନୟ କରିଥିଲେ। ବାର୍ତ୍ତା ଦେବାକୁ ଚାହିଁଥିଲେ ଗ୍ୟାସ ଦର ବଢିବା ଯୋଗୁଁ ଗ୍ୟାସକୁ ଛାଡି ଏବେ ଚୁଲିରେ ରୋଷେଇ କରିବାକୁ ପଡିବ। ତେଣୁ ଗ୍ୟାସକୁ କୋକେଇରେ ଶୋଇ ଅନ୍ତିମ ଯାତ୍ରା କରିଥିଲେ।

କେବଳ ମଧ୍ୟ ନିର୍ବାଚନ ମଣ୍ଡଳୀ ନୁହେଁ ଭୁବନେଶ୍ୱର ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ବିଧାୟକ ଅଶୋକ ପଣ୍ଡାଙ୍କ ନେତୃତ୍ୱରେ ପ୍ରତିବାଦ ସଭା କରାଯାଇଥିଲା। ପ୍ରତିବାଦ ସଭା ସହ ମହିଳାମାନେ ମଞ୍ଚ ତଳେ ଚୁଲି ଜାଳି ପ୍ରତିବାଦ କରିବା ସହ ଦର ଗ୍ୟାସ କମାଇବାକୁ ଦାବି କରିଥିଲେ। ସେହିପରି ଆଇଓସିଏଲ କାର୍ଯ୍ୟଳୟ ସମ୍ମୁଖରେ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ଏକାଠି ହୋଇଥିଲେ ଛାତ୍ର, ଯୁବ ଓ ମହିଳା କର୍ମକର୍ତ୍ତା। ପ୍ରତିବାଦ ପରେ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲା ଦଳ।
Published by: Soumya Das
First published: November 23, 2021, 6:39 PM IST