ନକଲି ବିଦେଶୀ ମଦ ଠାବ କଲା ବ୍ରହ୍ମପୁର ଅବକାରୀ ବିଭାଗ; ନକଲି ବିଦେଶୀ ମଦ ସହ ୪ ଗିରଫ

ବାଲିପଡ଼ା ଓ ବ୍ରହ୍ମପୁର ସହର ମଧ୍ୟରେ ଚାଲିଥିବା ଏକ ବେଆଇନ ଓ ନକଲି ବିଦେଶୀ ମଦ ପ୍ରସ୍ତୁତି ହେଉଥିବା ସ୍ଥାନକୁ ଠାବ କରିପାରିଛି । ଏଥିରେ ସଂପୃକ୍ତି ଥିବା ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ନକଲି ବିଦେଶୀ ମଦ ଠାବ କଲା ବ୍ରହ୍ମପୁର ଅବକାରୀ ବିଭାଗ (ପ୍ରତୀକାତ୍ମକ ଛବି)

ନକଲି ବିଦେଶୀ ମଦ ଠାବ କଲା ବ୍ରହ୍ମପୁର ଅବକାରୀ ବିଭାଗ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । ସହରର ଉପକଣ୍ଠ ବାଲିପଡ଼ା ଓ ବ୍ରହ୍ମପୁର ସହର ମଧ୍ୟରେ ଚାଲିଥିବା ଏକ ବେଆଇନ ଓ ନକଲି ବିଦେଶୀ ମଦ ପ୍ରସ୍ତୁତି ହେଉଥିବା ସ୍ଥାନକୁ ଠାବ କରିପାରିଛି । ଏଥିରେ ସଂପୃକ୍ତି ଥିବା ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଏହା ସହ ବିପୁଳ ପରିମାଣର ମଦ ବୋତଲ ସହ ମଦ ତିଆରି ସାମଗ୍ରୀ ଜବତ  ହୋଇଛି। ଏହି ନକଲି ମଦ କେତେ ଦିନ ହେଲା ପ୍ରସ୍ତୁତି ହେଉଥିଲା  ଓ ବିକ୍ରୀ କାରବାରର ଚେର କେଉଁ ଆଡ଼େ ବ୍ୟାପଛି ସେ ନେଇ ବିଭାଗ ପକ୍ଷରୁ ଅଧିକା ତଦନ୍ତ ଜାରି ରହିଛି ।

ବୋତଲ ଅସଲି ହେଲେ ମଦ ନକଲି । କେବଳ ଯେ ବୋତଲ ଅସଲି ତାହା ନୁହେଁ ବରଂ ବୋତଲର ଠିପି, ଓଡ଼ିଶା ସରକାରଙ୍କ ଲୋଗ ସହିତ ବହୁ ବ୍ରାଣ୍ଡ କମ୍ପାନୀର ଷ୍ଟିକରକୁ ମଧ୍ୟ ଲଗାଇ ଦୀର୍ଘ ଦିନ ଧରି ଚାଲୁ ରହିଥିବା ନକଲି ମଦ କାରବାର । ବ୍ରହ୍ମପୁର ଉପକଣ୍ଠ ବାଲିପଡ଼ା ଓ ବ୍ରହ୍ମପୁର ସହରରେ ପ୍ରସ୍ତୁତ କରୁଥିଲେ ଏଭଳି ନକଲି ବିଦେଶୀ ମଦ । ଆଉ ଏହାକୁ ନାମୀ ଦାମି ବ୍ରାଣ୍ଡର ମଦ ବୋତଲରେ ବିକ୍ରୀ କରୁଥିଲେ । ଏହି ମଦ କମ୍ ପଇସାରେ ମିଳୁଥିବାରୁ ସାଧାରଣ ଲୋକେ ମଧ୍ୟ ଅନ୍ୟାୟସରେ ସେବନ କରିଚାଲୁଥିଲେ । ତେବେ ବେଆଇନ ଓ ନକଲି ମଦ ପ୍ରସ୍ତୁତି ହେଉଥିବା ନେଇ କୌଣସି ସୂତ୍ରରୁ ଅବକାରୀ ବିଭାଗ ଖବର ପାଇଥିଲା  ।

‘‘ପ୍ରଥମେ ବାଲିପଡ଼ା ଅଞ୍ଚଳର ଦୀପକ ପ୍ରଧାନ ନାମକ ଜଣେ ଯୁବକକୁ ଗିରଫ କରାଯିବା ପରେ ଚାରୋଟି ସ୍ଥାନରେ ଚଢ଼ାଉ କରି ଘଟଣାରେ ସମୃକ୍ତ ଥିବା ଅନ୍ୟ ତିନି ଜଣଙ୍କୁ ଗିରଫ କରାଯାଇଥିଲା । ଏହି ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଅଟୋ, ଗୋଟିଏ ସ୍କୁଟି, ନକଲି ମଦ ଭର୍ତ୍ତି ୫୫୨ ବୋତଲ, ୧୧.୭୦୦ ଲିଟର ହୋମିପ୍ୟାଥିକ ସ୍ପିରିଟ୍, ୨୭ ଲିଟର ପ୍ଳେନ ସ୍ପିରିଟ୍‌, ବିପୁଳ ପରିମାଣର କାରାମେଲ୍‌ ସ୍ପିରିଟ୍‌, ୫ ହଜାରରୁ ଉର୍ଦ୍ଧ୍ବ ଲେବୁଲ, ୭ ହଜାରରୁ ଉର୍ଦ୍ଧ୍ବ ବିଭିନ୍ନ ବ୍ରାଣ୍ଡର ବୋତଲ ଓ ଠିପି ଜବତ କରାଯାଇଛି । ଏହି ମଦ କାରବାରରେ ସମ୍ପୃକ୍ତ ଥିବା ପାଟପୁର ଥାନା ଅନ୍ତର୍ଗତ ନରସିଂହଗଡ଼ ଗାଁର ଦିପକ ପ୍ରଧାନ, ବ୍ରହ୍ମପୁର ଗଣପତି ନଗରର ରାଜାରାମ ସାହୁ, ଲୋଚାପଡ଼ା ଗୋବିନ୍ଦ ବିହାରର ଦିପୁନ କୁମାର ସାହୁ ଓ ହରଡ଼ଖଣ୍ଡି ପଦ୍ମନଗରର ସତ୍ୟମହାପାତ୍ରକୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରାଯାଇଛି,‘‘ କହିଛନ୍ତି ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକ ।

ଚାରି ଅଭିଯୁକ୍ତଙ୍କୁ ଚାରୋଟି ସ୍ଥାନରୁ ବିପୁଳ ପରିମାଣର ନକଲି ପ୍ରସ୍ତୁତ ସାମଗ୍ରୀ ସହିତ ଜବତ କରାଯାଇଥିଲା । ଏହାପରେ କିଭଳି ସେମାନେ ନକଲି ମଦ ପ୍ରସ୍ତୁତ କରୁଛନ୍ତି ସେ ନେଇ ଡ଼ମୋ ଅବକାରୀ ବିଭାଗକୁ ଦେଖାଇଥିଲେ । ନକଲି ମଦ ପ୍ରସ୍ତୁତ କରିବା ଲାଗି ସମସ୍ତ ସାମଗ୍ରୀ କଲିକତାରୁ ଆସୁଥିବା ଅଭିଯୁକ୍ତ ମାନେ ସୂଚନା ଦେଇଛନ୍ତି  ।

‘‘ଏହି ନକଲି ମଦରେ ବିଭିନ୍ନ ହୋମିଓପାଥି ମେଡିସିନ, କଲର  ଓ ଏସେନ୍ସଡାଇଲୁଟ୍ କରି ମଦ ପ୍ରସ୍ତୁତ କରାଯାଉଥିଲା  । ଆଉ ଓଡିଶା ସରକାରଙ୍କ ଅବକାରୀ ବିଭାଗର ବିଭିନ୍ନ ଲୋଗୋ ଓ ଷ୍ଟିକର ମଧ୍ୟ ଏହି ମଦ ବୋତଲ ଗୁଡିକରେ ଲଗାଇ ଅବିକଳ ଅସଲି ମଦ ବୋତଲ ଭାବେ ତିଆରି କରାଯାଉଥିଲା  । ପରେ ଏହାକୁ ଦିଗପହଣ୍ଡି ସମେତ ଅନ୍ୟ ସ୍ଥାନରେ କମ୍ ଦାମରେ ବିକ୍ରୀ କରାଯାଉଥିଲେ  । ନକଲି ମଦ ପ୍ରସ୍ତୁତ କରିବାରେ ୫୫ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୭୦ ଟଙ୍କାରେ ବିକ୍ରି ହେଉଥିଲା,‘‘ କହିଛି ଅଭିଯୁକ୍ତ ରାଜାରାମ ସାହୁ ।
Published by:Soumya Das
First published: