ମହିଳାଙ୍କ ଜୀବନ ନେଲା ଭାଲୁ; ସ୍ୱାମୀ ଓ ଝିଅ ଗୁରୁତର.. ରକ୍ତମୁଖା ଭାଲୁକୁ ପିଟି ପିଟି ମାରିଦେଲେ ଗାଁ ଲୋକେ

ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମହିଳାଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀ ଓ ଝିଅ ମଧ୍ୟ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ଉଭୟଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ।

  • Share this:
News 18 Odia Digital

କନ୍ଧମାଳ; ବାଟାଗୁଡା ପଞ୍ଚାୟତର ଟଙ୍ଗମ ଗାଁରେ ଘଟିଛି ଅଭାବନୀୟ ଘଟଣା । ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମହିଳାଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀ ଓ ଝିଅ ମଧ୍ୟ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ଉଭୟଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ।

ରବିବାର ଜର୍ଗିସରୁ ଜଙ୍ଗଲକୁ ଶିଆଳି ପତ୍ର ତୋଳିବାକୁ ଝିଅ ସହିତ ଉକ୍ତ ମହିଳା ନିଜ ଝିଅ ଓ ଗାଁର ୨ ଜଣ ମହିଳାଙ୍କ ସହ ଯାଇଥିଲେ । ଏହି ସମୟରେ ଏକ ଭାଲୁ ହାବୁଡ଼ରେ ଉଭୟ ପଡ଼ି ଯାଇଥିଲେ । ଭାଲୁ କବଳରୁ ମୁକୁଳିବାକୁ ଚିତ୍କାର କରିଥିଲେ ମହିଳା । ଅନ୍ୟ ଦୁଇ ମହିଳା ଓ ଝିଅ ଭୟରେ ଗାଁକୁ ଦୌଡ଼ି ଯାଇ ପରିବାର ଲୋକଙ୍କୁ ଜଣାଇଥିଲେ । ଗାଁ ଲୋକେ, ମହିଳାଙ୍କ ଝିଅ ଓ ସ୍ବାମୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଭାଲୁକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ହେଁ ମହିଳାଙ୍କୁ ଛାଡ଼ିନଥିଲା । ଭାଲୁଟି ମହିଳାଙ୍କୁ କଲବଲ କରି ମାରି ଦେଇଥିଲା, ବଞ୍ଚାଇବାକୁ ଯାଇ ତାଙ୍କ ସ୍ୱାମୀ, ଝିଅ ମଧ୍ୟ ଭାଲୁ ହାବୁଡ଼ରେ ପଡ଼ି ଗୁରୁତର ହୋଇଛନ୍ତି । ମୃତା ମହିଳା ହେଲେ ବଦୁଲି ମଳିକ। ଗୁରୁତର ହେଲେ ତାଙ୍କ ସ୍ୱାମୀ ବାଞ୍ଛା ମଳିକ ଓ ଝିଅ ସର୍ପ ମଳିକ । ଗାଁ ଲୋକେ ରକ୍ତ ମୁଖା ଭାଲୁକୁ ପିଟି ପିଟି ମାରିଦେଇଥିଲେ ।
Published by:Soubhagya Mishra
First published: