ସରୁନି ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ କାମ; ଥଇଥାନ ପାଇଁ ଦାବି କରୁଛନ୍ତି ବ୍ୟବସାୟୀ

କଚ୍ଛପ ଗତିରେ ଚାଲିଛି ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲର କାର୍ଯ୍ୟ । ବସଷ୍ଟାଣ୍ଡ ଭିତରେ ମୋଟ ୧୩୦ ଦୋକାନ ଥିବା ବେଳେ ଏଯାଏଁ ପ୍ରାୟ ୩୦ ଦୋକାନ ଉଚ୍ଛେଦ ସରିଛି।

ସରୁନି ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ କାମ (ପ୍ରତୀକାତ୍ମକ ଛବି)

ସରୁନି ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ କାମ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: କଚ୍ଛପ ଗତିରେ ଚାଲିଛି ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲର କାର୍ଯ୍ୟ । ଉଚ୍ଛେଦ ପ୍ରକ୍ରିୟା ସହ କାର୍ଯ୍ୟ ଚାଲିଥିବା ବେଳେ ତଥାପି ପିଛା ଛାଡୁନି ବିବାଦ । ବସଷ୍ଟାଣ୍ଡ ଭିତରେ ମୋଟ ୧୩୦ ଦୋକାନ ଥିବା ବେଳେ ଏଯାଏଁ ପ୍ରାୟ ୩୦ ଦୋକାନ ଉଚ୍ଛେଦ ସରିଛି। ଏପରିସ୍ଥିତିରେ ନିର୍ଦ୍ଧାରିତ ସମୟରେ କାମ ସରିବା ନେଇ ଉଠିଛି ପ୍ରଶ୍ନ ।

ବରମୁଣ୍ଡା ବସ ଷ୍ଟାଣ୍ଡରେ ଜବର ଦଖଲ ସରୁ ନାହିଁ। ଉଚ୍ଛେଦ ମଧ୍ୟ ଆଗେଇ ପାରୁନି। ଗୋଟିଏ ପରେ ଗୋଟିଏ ଜବରଦଖଲକୁ ବିଡିଏ ପକ୍ଷରୁ ଉଚ୍ଛେଦ କରାଯାଉଥିଲେ ବି ଅବରୋଧମୁକ୍ତ ହୋଇପାରୁନି ବସଷ୍ଟାଣ୍ଡ । ଫଳରେ କେବଳ ପ୍ରକଳ୍ପ କାମ ଧିମେଇଯାଉଛି ତା ନୁହେଁ ବରଂ ରାଜ୍ୟର ସର୍ବାଧିକ ବ୍ୟସ୍ତବହୁଳ ଏହି ବସ୍‌ଷ୍ଟାଣ୍ଡରେ ସ୍ଥାୟୀ ସ୍ଥାନ ଅଭାବରୁ ଉଭୟ ବସ ଚଳାଚଳ ଓ ଯାତ୍ରୀ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ।

ଉଚ୍ଛେଦ କାର୍ଯ୍ୟ ମଧ୍ୟରେ ଏଯାଏଁ ୧୩୦ ଦୋକାନ ମଧ୍ୟରୁ ପ୍ରାୟ ୩୦ଟି ଦୋକାନ ଭଙ୍ଗାଯାଇଥିବା ବେଳେ ଦୁଇଦିନିଆ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଦୁଇ ଦିନରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଦୋକାନ ଘର ଭଙ୍ଗାଯିବା ନେଇ ବି.ଡ଼ି.ଏ ଏନ୍ଫୋର୍ସମେଣ୍ଟ ଟିମ କହିଛି।

"ଜୁନ୨୦୨୨ ସୁଦ୍ଧା ଏହି ନୂତନ ବସ ଟର୍ମିନାଲ କାମ ଶେଷ ଟାର୍ଗେଟ ରହିଛି। ସେଥିପାଇଁ ଜବର ଦଖଲ ମଧ୍ୟ ଉଛେଦ ହେବା ଦରକାର। ଏଣୁ ନିର୍ଦ୍ଦେଶ ପାଇଁ ବି.ଏମ.ସି, ବି.ଡ଼ି.ଏ ଓ ପୋଲିସ ପ୍ରଶାସନ ମିଳିତ ସହାୟତାରେ ଆଜି ୧୦୦ରୁ ଅଧିକ ଦୋକାନ ଗୃହ ଭାଙ୍ଗିବା ପାଇଁ ଆମେ ଆସିଛୁ। ଦୁଇ ଦିନ ମଧ୍ୟରେ ସମସ୍ତ ଜବର ଦଖଲ ଉଛେଦ କରିବୁ," କହିଛନ୍ତି ବିଡିଏ ଏନଫୋର୍ସମେଣ୍ଟ ପ୍ରମୋଦ ପାତ୍ର।

୧୧ ଏକର ଜମିରେ ପରିବ୍ୟାପ୍ତ ଅତ୍ୟାଧୁନିକ ଟର୍ମିନାଲ ସୌରଶକ୍ତିରେ ପରିଚାଳିତ ହେବ । ଫୁଡ୍ କୋର୍ଟଠାରୁ ଆରମ୍ଭ କରି ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା ଓ ଏସ୍କାଲାଟର ଲାଗିବ । ଅତ୍ୟାଧୁନିକ ଡିଜାଇନ ସହିତ ଯାତ୍ରୀମାନଙ୍କର ସୁବିଧା ସୁଯୋଗ, ବସମାନଙ୍କର ପ୍ରବେଶ ଓ ପ୍ରସ୍ଥାନ ତଥା ବାଣିଜ୍ୟିକ ସ୍ଥାନ ଆଦି ଉପରେ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଇଛି । ଟର୍ମିନାଲରେ ୨୦୦ ବସ୍ ଓ ୯ ଏକର ବିଶିଷ୍ଟ ସ୍ବତନ୍ତ୍ର ପାର୍କିଂ ସ୍ଥଳରେ ୫୦୦ରୁ ଅଧିକ ବସ୍ ରହିବାର ବ୍ୟବସ୍ଥା କରାଯିବ । ହେଲେ ଏ ସ୍ବପ୍ନ କେବେ ପୂରଣ ହେଉଛି ତାହା ଅପେକ୍ଷା ।
Published by:Soumya Das
First published:
)}