News18 Odia Digital
ଭୁବନେଶ୍ଵର: ଟ୍ଵିନ ସିଟି ବାସିନ୍ଦାଙ୍କ ପାଇଁ ଖୁସି ଖବର । ଏବେ ସହରରେ ଚାଲିବ ବନ୍ଦେ ମେଟ୍ରୋ । କେବଳ ସେତିକି ନୁହେଁ ସମ୍ଵଲପୁର-ରାଉରକେଲା ମଧ୍ୟରେ ଏହି ଟ୍ରେନ ଚାଲିବା ନେଇ ଆସିଛି ସୂଚନା । ସଂସଦରେ ଫେବୃଆରୀ ୧ ରେ ସାଧାରଣ ବଜେଟ୍ ଉପସ୍ଥାପନ ପରେ ଆଜି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷ ଓଡିଶା ରେଳ ଅନୁଦାନ ମିଳିଛି ୧୦ ହଜାର ୧୨ କୋଟି ଟଙ୍କା ଅନୁଦାନ। ଏଥିରେ ନୂଆ ଲାଇନ୍ ପାଇଁ ୨୫୬୪ କୋଟି, ଡବଲିଂ ପାଇଁ ୩୮୦୦ କୋଟି ଟଙ୍କା ଅନୁଦାନ କରାଯାଇଛି।
ମେଟ୍ରୋ ଚଳାଚଳା ପାଇଁ ଭୁବନେଶ୍ବରରେ ଥିବା ଲିଙ୍ଗରାଜ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯିବ। ଲିଙ୍ଗରାଜ ରୋଡ୍ ଷ୍ଟେସନରୁ ‘ବନ୍ଦେ ମେଟ୍ରୋ’ ଟ୍ରେନ୍ର ଶୁଭାରମ୍ଭ କରାଯିବ । ବିମାନବନ୍ଦରରୁ ପୁରୀ ଯିବାକୁ ଚାହୁଁଥିବା ଯାତ୍ରୀଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡି ଲିଙ୍ଗରାଜ୍ ଷ୍ଟେସନ ଯାଏଁ ଚାଲିବ । ସେଠାରୁ ବନ୍ଦେ ମେଟ୍ରୋ ଟ୍ରେନ୍ ଯୋଗେ ସୁବିଧାରେ ପୁରୀ ଯାଇପାରିବେ।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ମାମଲାରୁ ହଟୁନି ପରଦା! ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଡିଜିଏହିପରି ସମ୍ବଲପୁରରୁ ରାଉରକେଲା ମଧ୍ୟରେ ବନ୍ଦେ ମେଟ୍ରୋ ଟ୍ରେନ ଚଳାଚଳ କରିବ । ଆସନ୍ତା ବର୍ଷ ଶେଷ ଆଡକୁ ଟ୍ବିନ୍ ସିଟି ସମେତ ଭୁବନେଶ୍ବରରୁ ପୁରୀ, ସମ୍ବଲପୁରରୁ ରାଉରକେଲ ବନ୍ଦେ ମେଟ୍ରୋ ଟ୍ରେନ୍ ଚଳାଚଳ ଆରମ୍ଭ କରାଯିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।