ରାତି ପାହିଲେ କଟକର ଐତିହାସିକ ବାଲିଯାତ୍ରା; ଉଦଘାଟନ କରିବେ ଅର୍ଥମନ୍ତ୍ରୀ

ଆସନ୍ତାକାଲି ସନ୍ଧ୍ୟାରେ ବାଲିଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ। ପ୍ରସ୍ତୁତି ଶେଷ କରିବାକୁ ଲାଗିପଡିଛନ୍ତି କାରୀଗର ଓ ପ୍ରଶାସନ ।

ଆସନ୍ତା କାଲିଠୁ ଆରମ୍ଭ ବାଲି ଯାତ୍ରା (ପ୍ରତୀକାତ୍ମକ ଛବି)

ଆସନ୍ତା କାଲିଠୁ ଆରମ୍ଭ ବାଲି ଯାତ୍ରା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କଟକ: ଆସନ୍ତାକାଲି ସନ୍ଧ୍ୟାରେ ବାଲିଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ। ଚଳିତବର୍ଷର ଏହି ଐତିହାସିକ ମେଳାକୁ ନୂଆ ପରିକଳ୍ପନା ସହ କରିବା ନେଇ ଯୋଜନା କରାଯାଇଛି।

ଚଳିତବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗହଣ ଲାଗୁଥିବାରୁ ଦୁଇ ଦିନ ଧରି ଡଙ୍ଗା ଭସା କାର୍ଯ୍ୟକ୍ରମ ରହିଛି । କାର୍ତ୍ତିକ ପୂର୍ଣ୍ଣିମାର ଗୋଟିଏ ଦିନ ପୂର୍ବରୁ ରାଜ୍ୟର ବିଭିନ୍ନ ନଦୀ ଓ ପୁଷ୍କରିଣୀରେ ଡଙ୍ଗା ଭିସାଇଛନ୍ତି ଲୋକ। ବିଶେଷ କରି ଉତ୍କଳୀୟ ନୌବାଣିଜ୍ୟର ମୁକ ସାକ୍ଷୀ ଭାବେ ପରିଚିତ କଟକର ଐତିହାସିକ ଗଡ଼ଗଡିଆ ସୋମବାର ସକାଳୁ ହଜାର ହଜାର ସଂଖ୍ୟରେ ଲୋକେ ଡଙ୍ଗା ଭସାଇଛନ୍ତି । ଏହି ଅବସରରେ ଆ..କା..ମା..ବୈ.. ଲୋକ ଗୀତ ଓ ହୁଳହୁଳି ଧ୍ବନୀରେ ପ୍ରକମ୍ପିତ ହେଇଥିଲା ପୁରା ପରିବେଶ ।

"ଏହା ଆମର ପରମ୍ପରା ଆମର ସଂସ୍କୃତିକୁ ପାଳନ କରିବା ପାଇଁ ଏକ ଅନନ୍ୟ ସୁଯୋଗ । ଆମେ ସମସ୍ତେ ପିଲା ଦିନରୁ ଏହି ଉତ୍ସବକୁ ପାଳନ କରି ଆସୁଛୁ । ଏବଂ ଯେ ପର୍ଯ୍ୟନ୍ତ ମାନବ ସଭ୍ୟତା ରହିଥିବ ସେ ପର୍ଯ୍ୟନ୍ତ ଓଡ଼ିଆ ମାନେ ଯିଏ ଯେଉଁ ଠାରେ ଥିଲେ ମଧ୍ୟ ଏହି ଉତ୍ସବଟିକୁ  ପାଳନ କରୁଥିବେ," କହିଛନ୍ତି ଗଡ଼ଗଡ଼ିଆ କଟକ ବାସିନ୍ଦା ଲିପିସ୍ମିତା ସିଂ।

ସେପଟେ ଆସନ୍ତାକାଲି ଠାରେ ଗଡ଼ଗଡ଼ିଆ ଘାଟରେ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ହାତରେ ମାତ୍ର କିଛି ଘଣ୍ଟାର ସମୟ ବାକିଥିବାରୁ ବାକି ଥିବା କାମ ଗୁଡ଼ିକୁ ଆଜି ରାତି ସୁଦ୍ଧା ଶେଷ କରିବା ପାଇଁ ଲାଗି ପଡିଛନ୍ତି ବ୍ୟବସାୟୀ ଠାରୁ କାରୀଗର ଓ ପ୍ରଶାସନ ଠାରୁ ପୋଲିସ ପର୍ଯ୍ୟନ୍ତ ସମସ୍ତୋ । ତେବେ ୯ ଦିନ ଧରି ଚାଲିବାକୁ ଥିବା ପୂର୍ବ ଭାରତର ଏହି ସର୍ବବୃହତ ଟ୍ରେଡ୍ ଫେୟାର ଏଥର ନୂଆ ତଥା ଏକ ବିଶାଳ ରୂପ ନେଇ ଆସୁଥିବାରୁ ଏଥିପାଇଁ ଆୟୋଜନ ମଧ୍ୟ ବିରାଟ ଆକାରରେ କରାଯାଉଛି । ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ଲୋଜର ସୋ' ଓ ବଲିଉଡ ନାଇଟରେ ଜାବେଦ ଅଲ୍ଲି ଓ କୈଳାଶ ଖେରଙ୍କ ସହ କଟକ ଇନ କଟକ ଭଳି ଏକ ନୂଆ ପରିକଳ୍ପନାକୁ ବାସ୍ତବ ରୂପ ଦିଆଯାଇଛି ।

"ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରୟାସ କରିଛୁ । ବିଶେଷ କରି ଯେମିତି ବାଲିଯାତ୍ରା ପଡ଼ିଆରେ ଯେମିତି ଧୁଳି ନ ଉଡେଇ ଭିଡ଼ ନିୟନ୍ତ୍ରଣରେ ରହିବ ସେଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି," କହିଛନ୍ତି କଟକ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅମ୍ବର କର ।
Published by:Soumya Das
First published: