News18 Odia Digital
ବ୍ରହ୍ମପୁର: ଆଜି ଠାରୁ ଆରମ୍ଭ ହୋଇଛି ବ୍ରହ୍ମପୁର ସହରର ପ୍ରସିଦ୍ଧ ମା ଏଲେମା ଠାକୁରାଣୀଙ୍କ ବାର୍ଷିକ ଝାମି ଯାତ୍ରା। ଝାମି ଯାତ୍ରାକୁ ନେଇ ଉତ୍ସବମୁଖର ରେଶମ ସହର । ଏଲେମା ଠାକୁରାଣୀଙ୍କ ମନ୍ଦିର ଉପରକୁ ଚଣା ଫିଙ୍ଗିଲେ ମୁକ କଥା କୁହେ ଓ ମୁଆଁ ଫିଙ୍ଗିଲେ ମନସ୍କାମନା ପୂରା ହୁଏ ବୋଲି ବିଶ୍ୱାସ ରହିଛି ।
ବ୍ରହ୍ମପୁର ନିଳକଣ୍ଠେଶ୍ୱର ମନ୍ଦିର ନିକଟ ଝାମି ପଡିଆରେ ଏହି ବାର୍ଷିକ ଝାମି ଯାତ୍ରା ଆଜିଠାରୁ ଆରମ୍ଭ ହୋଇଯାଇଛି । ଝାମି ମନ୍ଦିରରେ ନୀତିକାନ୍ତି ଅନୁଯାୟୀ ପ୍ରଥମେ ମାଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ଅଗ୍ନୀପୂଜା, ମନ୍ଦିର ବେଢା ପରିକ୍ରମା, ଶ୍ମଶାନ ପୂଜା, କାଳିସି ନୃତ୍ୟ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପ୍ରତିବର୍ଷ ଫଗୁଣ ନବମୀରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୭ ଦିନ ବ୍ୟାପୀ ମହାଆଡମ୍ବରେ ଏହି ଯାତ୍ରା ପାଳନ ହୋଇଥାଏ । ଶୀତଳୀ କାର୍ଯ୍ୟକ୍ରମ ପରେ ମାଙ୍କ ଯାତ୍ରା ଉଦଯାପିତ ହୋଇଥାଏ । କିମ୍ବଦନ୍ତୀ ରହିଛି ଯେ, 1869 ମସିହାରୁ ବ୍ରହ୍ମପୁରରେ ପାଳିତ ହୋଇଆସୁଛି ଝାମି ଯାତ୍ରା ।
ମାନସିକଧାରୀମାନେ ମାଙ୍କ ଉପରକୁ ମୁଁଆ ଫିଙ୍ଗି ହଳଦୀ ଓ ଲିମ୍ବପତ୍ର ମିଶ୍ରିତ ଲେପକୁ ନେଇ ଲେପନ କଲେ ବିଭିନ୍ନ ଚର୍ମରୋଗରୁ ମୁକ୍ତି ମିଳିଥାଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ମନସ୍କାମନା ପୂର୍ଣ୍ଣ ହେଲେ ଭକ୍ତମାନେ ବା ମାନସିକଧାରୀମାନେ ପରବର୍ଷ ଯାତ୍ରାକୁ ପୁଣି ଆସି ମାଙ୍କ ଦର୍ଶନ କରି ଶ୍ମଶାନରେ ରନ୍ଧାବଢା କରି ମାଙ୍କୁ ଭୋଗ ଲାଗି କରିଥାନ୍ତି । ସେହିପରି ଯେଉଁମାନେ ଠିକ୍ ଭାବେ କଥା କହିପାରନ୍ତି ନାହିଁ ସେମାନେ ମାଙ୍କ ମନ୍ଦିରକୁ ଚଣା ପିଙ୍ଗିବା ଦ୍ବାରା ସେ କଥା କହିବା ଆରମ୍ଭ କରିଥାଏ ବୋଲି ମଧ୍ୟ ବିଶ୍ବାସ ରହିଛି । ଯାହା ଏହି ଯାତ୍ରାର ଆଉ ଏକ ନିଆରା ପରମ୍ପରା । ଭକ୍ତିର ସହ ମାଙ୍କୁ ପୂଜାର୍ଚ୍ଚନା କଲେ ମା ସମସ୍ତ ମନସ୍କମାନା ପୂର୍ଣ୍ଣ କରିଥାନ୍ତି ବୋଲି ଭକ୍ତମାନଙ୍କ ବିଶ୍ବାସ ରହିଛି ।"ମା ଏଲମା ଠାକୁରାଣୀଙ୍କ ମନ୍ଦିର ଦେଶର 3ଟି ସ୍ଥାନରେ ରହିଛି । ଆନ୍ଧ୍ରପ୍ରଦେଶ, ବେଙ୍ଗଲୁରୁ ଓ ଓଡିଶାର ବ୍ରହ୍ମପୁର ଠାରେ ପୂଜା ପାଉଛନ୍ତି ମା ଏଲମା ଠାକୁରାଣୀ। ମାଙ୍କ ଏହି ବାର୍ଷିକ ଝାମୀ ଯାତ୍ରା ଶହ ଶହ ବର୍ଷ ପୁରୁଣା । ଯଦିଓ ଏହା ତେଲୁଗୁ ସମ୍ପ୍ରଦାୟ ମାନଙ୍କ ଏକ ଯାତ୍ରା ତଥାପି ମଧ୍ୟ ବ୍ରହ୍ମପୁର ସହରରେ ରହିଥିବା ଶହ ଶହ ଓଡ଼ିଆ ଲୋକେ ମାଙ୍କ ମନ୍ଦିରକୁ ଆସି ମାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ,"କହିଛନ୍ତି ଝାମୀ ଯାତ୍ରାର ମୁଖ୍ୟ ପୂଜକ ନୀଳମଣି ପୃଷ୍ଟି । ତେଲୁଗୁ ସଂପ୍ରଦାୟର ଆରଧ୍ୟ ଦେବୀ ମା ଏଲମା ଠାକୁରାଣୀଙ୍କ ଝାମୀ ଯାତ୍ରା ଦେଖିବା ପାଇଁ ବ୍ରହ୍ମପୁର ସମେତ ଗଂଜାମ ଜିଲ୍ଲା ଏପରିକି ପଡୋଶୀ ଆନ୍ଧ୍ରରୁ ମଧ୍ୟ ଭକ୍ତ ମାନେ ଆସିଥାନ୍ତି ।
ଯେତେ ଇଚ୍ଛା ବିଜୁଳି ଖର୍ଚ୍ଚ କର; ଦେବାକୁ ପଡ଼ିବ ମାତ୍ର ୫ଟଙ୍କାକରୋନା ଯୋଗୁଁ ଦୁଇ ବର୍ଷ ହେଲା କଟକଣା ମଧ୍ୟରେ ଯାତ୍ରା ହେଉଥିବା ବେଳେ ଚଳିତ ବର୍ଷ ବେଶ ଆଡ଼ମ୍ବର ସହକାରେ ଝାମି ଯାତ୍ରା ଆରମ୍ଭ ହୋଇଛି । ଦୁଇ ବର୍ଷ ପରେ ଝାମି ଯାତ୍ରାରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିରହିଥିବା ଯୋଗୁଁ ଶୃଙ୍ଖଳିତ ଦର୍ଶନ ପାଇଁ ଯାତ୍ରା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।