ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପରସ୍ପରକୁ ଭେଟିବେ ନବୀନ-ଜଗନ; ଆଲୋଚନା କରିବେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ

ପରସ୍ପରକୁ ଭେଟିବେ ନବୀନ-ଜଗନ; ଆଲୋଚନା କରିବେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ ଏସ ଜଗନ ମୋହନ ରେଡ଼୍ଡି ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନଭେମ୍ବର ୯ରେ ସାକ୍ଷାତ ହେବ। ଆଲୋଚନାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିବ ବୋଲି ସୂଚନା ମିଳିଛି।

ପରସ୍ପରକୁ ଭେଟିବେ ନବୀନ-ଜଗନ; ଆଲୋଚନା କରିବେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ
୯ ତାରିଖରେ ଓଡିଶା ଆସିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 7, 2021, 3:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ ଏସ ଜଗନ ମୋହନ ରେଡ଼୍ଡି ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନଭେମ୍ବର ୯ରେ ସାକ୍ଷାତ ହେବ। ଆଲୋଚନାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିବ ବୋଲି ସୂଚନା ମିଳିଛି।

ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜଗନମୋହନ ରେଡ୍ଡୀ ପରସ୍ପର ସହ ଆଲୋଚନା କରିବେ। ବଂଶଧାରା ନଦୀ ଉପରେ ନେରେଡି ବ୍ୟାରେଜ ନିର୍ମାଣ, ପୋଲାଭରମ ପ୍ରକଳ୍ପ, କୋଟିଆ ଗ୍ରାମ ପୁଞ୍ଜ ସୀମାବିବାଦ ନେଇ ଆଲୋଚନା ହେବା ସମ୍ଭାବନା ରହିଛି।।ଗତ କିଛି ମାସ ହେଲା କୋଟିଆ ଗ୍ରାମ ପୁଞ୍ଜକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଛି। ଆନ୍ଧ୍ର ଅଧିକାରୀମାନେ କୋଟିଆ ଅଞ୍ଚଳରେ ପ୍ରବେଶ କରି ଲୋକଙ୍କୁ ପ୍ରଭାବିତ କରୁଛନ୍ତି। ଏମିତି କି କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିଛି। ଏହା ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଛନ୍ତି।ସେହିପରି ଗଜପତି ଜିଲ୍ଲାର କିଛି ଅଞ୍ଚଳରେ ଆନ୍ଧ୍ରର ଅନୁପ୍ରବେଶକୁ ନେଇ ବିବାଦ ସୄଷି ହୋଇଛି। ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନାରେ ଏହି ସବୁ ପ୍ରସଙ୍ଗ ଉଠିପାରେ। ନରେଡି ବ୍ୟାରେଜ ଦ୍ବାରା ରାୟଗଡ଼ା ଓ ଗଜପତି ଜିଲ୍ଲାର ପ୍ରାୟ ୧୦୬ ଏକର ଜମି ପ୍ରଭାବିତ ହେବାକୁ ଯାଉଛି। ଆଗକୁ ଏହା ଜଳ ସମସ୍ୟା ସୄଷ୍ଟି କରିପାରେ ବୋଲି ଆଶଙ୍କା ରହିଛି। ସେହିପରି ପୋଲାଭରମ ପ୍ରସଙ୍ଗରେ ଆଇନଗତ ଲଢେ଼ଇ ଜାରି ରହିଛି। ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳ ପ୍ରଭାବିତ ହେବ। ଏସବୁ ପ୍ରସଙ୍ଗରେ ଉଭୟ ପକ୍ଷ ଆଲୋଚନା କରିପାରନ୍ତି। ତେବେ ଏହି ଆଲୋଚନାରୁ ସମାଧାନର ରାସ୍ତା ବାହାରିବା ନେଇ ଆଶାବାଦୀ ଅଛନ୍ତି ବିଜେଡି ବିଜେପି ଓ କଂଗ୍ରେସ।

ଆନ୍ଧ୍ର/ଓଡିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭେଟ ଘାଟ ନେଇ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି," ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓଡିଶା ଆସୁଛନ୍ତି। ସବୁ ବିଷୟ ଆଲୋଚନାରେ ସମାଧାନ ହେବା ଭଲ। ଓଡିଶା ସ୍ୱାର୍ଥ ପୂରଣ ହେବା ଆବଶ୍ୟକ ଓ ଆନ୍ଧ୍ରକୁ ତାର ନ୍ୟାର୍ୟ ମିଳୁ। ବିରୋଧୀମାନେ ଅନେକ ସମୟରେ ଅଭିଯୋଗ କରୁଛନ୍ତି କିନ୍ତୁ ପୋଲାଭରମ ପ୍ରସଙ୍ଗରେ ଆନ୍ଧ୍ରକୁ ସୁହାଇବା ଭଳି ପଦକ୍ଷେପ ନିଆଯାଇଛି। କୋଟିଆ ସୀମା ବିବାଦ ରହିଛି ତାହା ସମାଧାନ ହେବ ବୋଲି ଆଶା"।

କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି,"ନବୀନ ବାବୁ ପ୍ରସଙ୍ଗକୁ ଗୁରୁତର ସହ ନିଅନ୍ତୁ।ରାଜନୈତକ ଆଲୋଚନାରୁ ସମାଧାନର ରାସ୍ତା ବାହାର କରନ୍ତୁ। ସୀମା ବିବାଦ ଜଳ ସମସ୍ୟା ସଵୁ ସମାଧାନ ହେଉ"।

ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, " ଉଭୟ ରାଜ୍ୟମଧ୍ୟରେ ସୀମା ବିବାଦ ପ୍ରସଙ୍ଗରେ ଆଲୋଚନା ହେବା କଥା ବହୁ ବିଳମ୍ବ ହୋଇଛି। ବିଳମ୍ବ ହେଲେ ମଧ୍ୟ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ସୀମା ବିବାଦ ସମ୍ପର୍କରେ ଏଜେଣ୍ଡାରେ ରଖି ଆଲୋଚନା କରି ବିବାଦର ସମାଧାନ କରିବେ ବୋଲି ଆଶା କରୁଛି"।

ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କେବଳ ରାଜ୍ୟ ରାଜ୍ୟ ମଧ୍ୟରେ ଥିବା ସମସ୍ୟା ବାବଦରେ ଆଲୋଚନା ହେବା ସହ ସାମ୍ପ୍ରତିକ ସଂଘୀୟ ବ୍ୟବସ୍ଥା ସମ୍ପର୍କରେ କିଛି ଆଲୋଚନା ହେବାର ସମ୍ଭାବନା ଥିବା ରାଜନୈତିକ ସମୀକ୍ଷକ କହିଛନ୍ତି।

ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି," ଜଗନଙ୍କ ଜାତୀୟ ରାଜନୀତିରେ ଯାହା ଆଭିମୁଖ୍ୟ ନବୀନଙ୍କ ବି ସମାନ। ସେ କେନ୍ଦ୍ର ସହିତ ମୁକାବିଲା କରୁନାହାନ୍ତି କି ନବୀନ ବି ମୁକାବିଲା କରୁ ନାହାନ୍ତି। କିନ୍ତୁ ଉଭୟ ନେତା ନିଜ ରାଜ୍ୟର ଯାହା ଦାବି ହକ ତାକୁ ଛାଡିବାକୁ ପ୍ରସ୍ତୁତ ନୁହନ୍ତି। ଜାତୀୟ ପ୍ରସଙ୍ଗ ରେ ବିଜେଡି ନିରବତା ଅବଲମ୍ବନ କରୁଛି। caa ପ୍ରସଙ୍ଗରେ ଊଭୟେ ନୀରବ। ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ହକ ନେଇ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଆଲୋଚନା ହେବାର ସମ୍ଭାବନା ରହିଛି।"

ପୁର୍ବରୁ ନିଟ ପରୀକ୍ଷା ନେଇ ନବୀନଙ୍କ ସହାୟତା ଲୋଡିଥିଲେ ତାମିଲ ନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ। ଗତ ମାସରେ ଡି ଏମ କେ ସଂସଦୀୟ ଦଳ ଉପନେତା କାନିମୋଜି ନବୀନଙ୍କୁ ଭେଟିଥିଲେ।
Published by: Soumya Das
First published: November 7, 2021, 3:31 PM IST