News18 Odia Digital
ପୁରୀ: ମହୋଦଧିକୁ ଅବରୋଧ କରୁଥିବା ଉଠା ଦୋକାନୀମାନଙ୍କୁ ବେଳାଭୂମିରୁ ଉଚ୍ଛେଦ କରିବାକୁ ୧୦ ଦିନ ପୁରୁଣୁ ପୁନଃ ଥଇଥାନ ଦାବିରେ ଆରମ୍ଭ ହୋଇଛି ଆନ୍ଦୋଳନ। ଉଠାଦୋକାନୀଙ୍କ ଉଛେଦକୁ ନେଇ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କ ଅଫିସ ଘେରାଉ ସହ ଥଇଥାନ ପାଇଁ ଦିଆଯାଇଛି ଦାବିପତ୍ର । ସେପଟେ ପୌରସଂସ୍ଥା ଆଇନ ଅନୁଯାୟୀ ଉଛେଦ କରାଯାଇଛି । ଅନ୍ୟତ୍ର ଥଇଥାନ କରିବା ପାଇଁ ପଦକ୍ଷେପ ନିଆଯାଉଛି।
"ନିଜ ପେଟପାଟଣା ଓ ପରିବାର ପ୍ରତିପୋଷଣ ପାଇଁ ବେଳାଭୂମିରେ ପୁଣି ଉଠା ଦୋକାନ ପକାଇବା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ବେଳାଭୂମିର ଉଠା ଦୋକାନୀମାନେ। ତେଣୁ ଏହାକୁ ନେଇ ସେମାନଙ୍କୁ ପୌରସଂସ୍ଥା ପକ୍ଷରୁ ଉଛେଦ କରାଯାଇଛି ବୋଲି କୁହାଯାଇଛି । ଆମ ପରିବାର ଚଳିବା ପାଇଁ ଦୋକାନ ଖୋଲିବା ଦରକାର," କହିଛନ୍ତି ଆନ୍ଦୋଳନକାରୀ ବେଳାଭୂମି ଉଠାଦୋକାନୀ ୬୫ ବର୍ଷୀୟ ତିଲୋତ୍ତମା।
ଆଗକୁ ପର୍ଯ୍ୟଟନ ୠତୁ ଓ ବେଳାଭୂମିରେ ଗହଳି ବୃଦ୍ଧି ପାଇବାକୁ ଥିବାରୁ ତା ପୂର୍ବରୁ ଥଇଥାନ କରିବାକୁ ଦାବୀ କରିଛନ୍ତି ଉଠା ଦୋକାନୀ । ସେପଟେ ପୁଣି ଥଇଥାନ ପ୍ରତିବାଦକୁ ଦୋହରାଇଛନ୍ତି ଉଠାଦୋକାନୀମାନେ।
ସରକାରଙ୍କୁ ଅନୁରୋଧ ତୁରନ୍ତ ସମସ୍ୟା ସମାଧାନ କରୁ ନ ହେଲେ ଡିସେମ୍ବର ୨୫ରୁ ନୂଆବର୍ଷ ପର୍ଯ୍ୟନ୍ତ ସମୁଦ୍ରକୁଳ ରାସ୍ତା ଅବରୋଧ କରି ଧାରଣା ଦିଆଯିବ," କହିଛନ୍ତି ବେଳାଭୂମି ଉଠାଦୋକାନୀ ସଙ୍ଘର ଆବାହକ ତଥା ଆଇନଜିବୀ ପ୍ରିୟଦର୍ଶନ ପଟ୍ଟନାୟକ ।
"ଦିଗବାରିଣୀ ଛକଠାରୁ ସ୍ୱର୍ଗଦ୍ୱାର ଯାଏ ଯେଉଁ ଉଠା ଦୋକାନୀ ମାନେ ନିଜର ବ୍ୟବସାୟର ପସରା ମେଲାଇ ପରିବାର ପ୍ରତିପୋଷଣ କରୁଛନ୍ତି ସେମାନଙ୍କୁ ପ୍ରଥମେ ଥଇଥାନ କରାଯାଉ ବୋଲି ଦାବିକୁ ଗୁରୁତର ସହ ନେଇଛି ପ୍ରଶାସନ। ଏ ନେଇ ସେମାନଙ୍କ ସହ ଆଲୋଚନା କରାଯିବ। ତେବେ ଦିଗବାରିଣୀ ଛକରୁ ସ୍ୱର୍ଗଦ୍ୱାର ଯାଏ ଉଠା ଦୋକାନି ମାନେ ରାସ୍ତାକୁ ଅବରୋଧ କରିବା ଦ୍ୱାରା ରମଣୀୟ ସମୁଦ୍ର ବେଳାଭୂର ସୌନ୍ଦର୍ଯ୍ୟ ଓ ଟ୍ରାଫିକ ସମାସ୍ୟା ପରି ଅନେକ ସମାସ୍ୟା ଉପୁଜୁଛି। ଯାହା ଫଳରେ ଏହି ଉଠା ଦୋକାନୀମାନଙ୍କୁ ଏହି ଠାରୁ ଉଚ୍ଛେଦ କରାଯାଇ ଅନ୍ୟପଟେ ଥଇଥାନ ପାଇଁ କୁହାଯାଉଥିଲେ ସୁଦ୍ଧା ସେମାନେ ଏ ନେଇ ପ୍ରଶାସନକୁ ସହଯୋଗ କରୁନାହାନ୍ତି,"କହିଛନ୍ତି ପୁରୀ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ ସ୍ୱାଇଁ ।
"ପୁରୀ ବେଳାଭୂମିର ହେବ ବିକାଶ । ତେଣୁ ଦିଗବାରେଣୀଠାରୁ ସ୍ୱର୍ଗଦ୍ୱାର ବେଳାଭୂମିରେ ଉଠା ଦୋକାନୀମାନେ ବେଳାଭୂମିକୁ ଅବରୋଧ କରୁଥିବା ବେଳେ ତାର ସୌନ୍ଦର୍ଯ୍ୟ ଉପଭୋଗରୁ ବଞ୍ଚିତ ହେଉଥିଲେ ପର୍ଯ୍ୟଟକ । ତେଣୁ ସେମାନଙ୍କୁ ଉଠାଯାଇଛି ସେଠାରେ ଆଉ କୌଣସି ଦୋକାନ ପକାଯିବ ନାହିଁ । ସେମାନଙ୍କ ପାଇଁ ଏକ ଅଞ୍ଚଳ ଚିହ୍ନଟ କରାଯାଇଛି । ସେହିଠାରେ ହିଁ ଥଇଥାନ କରାଯିବା ପାଇଁ ଆଲୋଚନା କରାଯାଇଛି," କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।