ମାତାଲ ହୋଇ ଶ୍ରେଣୀଗୃହରେ ଶୋଇଥିଲେ ଶିକ୍ଷକ; ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କଲେ ସିଆରସିସି
- News18 Odia
- Last Updated :
- Sundargarh, India
News 18 Odia Digital
ସୁନ୍ଦରଗଡ଼ : ଶିକ୍ଷାକେନ୍ଦ୍ରକୁ ଆମେ ମନ୍ଦିର ବୋଲି ମାନିଥାଉ । ଯେଉଁଠି ପିଲାମାନଙ୍କ ଭବିଷ୍ୟତ ଗଢା ହୁଏ । ଏଠୁ ହିଁ ଆମେ ଠିକ୍ ଭୁଲର ଶିକ୍ଷା ପାଇଥାଉ । ଆଉ ଏହି ମନ୍ଦିରରେ ଦେବତାର ଆସନରେ ଆମେ ଶିକ୍ଷକଙ୍କୁ ବସାଇଥାଉ । ସେ ଯାହା ଶିକ୍ଷା ଦିଅନ୍ତୁ ତାହା ଆମ ପାଇଁ ଅମୃତ । କିନ୍ତୁ ଶିକ୍ଷକଙ୍କର ଏପରି କାରନାମା ପରେ ଛାତ୍ରଛାତ୍ରୀ କଣ ଶିଖିବେ। କୁନି କୁନି ପିଲାଙ୍କ ଗହଣରେ ଏମିତି ମାତାଲ୍ ହୋଇ ପଡିବା ଓ ଗାଳି ଗୁଲଜ କରିବା ଏସବୁ ଦେଖି କୋମଲମତି ଶିଶୁ କଣ ଶିକ୍ଷା ପାଇବେ ।
ଇଏ ହେଉଛି ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବ୍ଲକ କୁଲାବିରା ଗାଁ କିସାନ ପଡା ପ୍ରାଥମିକ ସ୍କୁଲର ଚିତ୍ର । ଏହି ଶିକ୍ଷକ ଜଣକ ହେଉଛନ୍ତି ସ୍କୁଲର ଶିକ୍ଷକ ପ୍ରଦୀପ କୁମାର ପଟେଲ । ଅଭିଯୋଗ ହୋଇଛି କି, ପ୍ରଦୀପ ସ୍କୁଲକୁ ମଦ ପିଇ ଆସନ୍ତି ଓ କ୍ଲାସ ରୁମରେ ଶୋଇପଡନ୍ତି କିମ୍ବା ପିଲାମାନଙ୍କୁ ପିଟିବା ଆରମ୍ଭ କରନ୍ତି । ଏପରିକି ଶିକ୍ଷୟତ୍ରୀଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ଗାଳିଗୁଲଜ କରିନ୍ତି ।
ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ ଏହି ମାତାଲ୍ ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ସହକାରୀ ଶିକ୍ଷକ ମଦ ପିଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି । ଛାତ୍ରଛାତ୍ରୀଙ୍କ ଜୀବନ ବିପଦରେ ଅଛନ୍ତି । ସେପଟେ ଅଭିଯୋଗ ପରେ ସ୍ଥାନୀୟ ସିଆରସିସି କହିଛନ୍ତି, ଆଜି ସେ ସ୍ତୁଲ ଗସ୍ତ କରି ସବୁ ଦେଖିଛନ୍ତି ଆଉ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।