ମାନସ ସ୍ଵାଇଁ ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତଙ୍କର ହେବ ଟି.ଆଇ ପରେଡ଼

ମାନସ ସ୍ଵାଇଁ ହତ୍ୟାକାଣ୍ଡ ଘଟଣାରେ ପୂର୍ଵରୁ ୩ଜଣ ସାକ୍ଷୀଙ୍କ ବୟାନ ରେକର୍ଡ଼ ହୋଇଥିବା ବେଳେ ବୁଧବାର ଆଉ ଜଣଙ୍କର ବୟାନ ରେକର୍ଡ଼ କରାଯାଇଛି । ସେହିପରି ମାନସକୁ ଅପହରଣ କରିବାକୁ ଯାଇଥିବା ୫ ଅଭିଯୁକ୍ତଙ୍କର ଟିଆଇ ପରେଡ଼ କରାଯିବ । ’

ଅଭିଯୁକ୍ତଙ୍କର ହେବ ଟି.ଆଇ ପ୍ୟାରେଡ଼ (ପ୍ରତୀକାତ୍ମକ ଛବି)

ଅଭିଯୁକ୍ତଙ୍କର ହେବ ଟି.ଆଇ ପ୍ୟାରେଡ଼ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ଏକ ବଡ଼ ପ୍ରମାଣ ଲାଗିଛି। ମାନସଙ୍କୁ ହତ୍ୟାରେ ବ୍ୟବହୃତ ଜିନିଷ ଓ କୋଦାଳ, ଗଇଁତି ଫିଙ୍ଗିବାର ବଡ଼ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ ।  ଟାଙ୍ଗୀ ବନ୍ଦାଳ ଟୋଲ୍‌ ଗେଟ୍‌ ଦେଇ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ କାର୍ ପାସ୍‌ କରିଥିବାର ସିସିଟିଭି ଚିତ୍ର ସାମ୍ନାକୁ ଆସିଛି ।

ଫେବୃଆରୀ ୯ ତାରିଖ ରାତିରେ କାର୍ ଟୋଲ୍ ଗେଟ୍ ଦେଇ ପାସ୍ କରିଥିଲା। ଯାହାର ଦୃଶ୍ୟ CCTVରେ କଏଦ ହୋଇଛି। ସେହିଦିନ ରାତି ୧୨ଟା ୦୮ରେ କାର୍‌ ଯାଇ ପୁଣି ୧ଟା ୫୯ରେ ଟୋଲ୍‌ ଗେଟ୍ ପାସ୍ କରିଥିଲା। ଟୋଲ୍ ଗେଟ୍‌ ଦେଇ ଶର୍ମିଷ୍ଠାଙ୍କ କାର୍ ପାସ୍‌ କରିଥିବାର ଫଟୋ ଓ ସମସ୍ତ ତଥ୍ୟ କ୍ରାଇମବ୍ରାଞ୍ଚ ଟିମ୍ ହାସଲ କରିଛି।

ଶର୍ମିଷ୍ଠା ରାଉତଙ୍କ କାର୍


ମାନସର ଶବ ନୟାଗଡ଼ରେ ପୋତିବା ପରେ ଅଭିଯୁକ୍ତମାନେ ଚଣ୍ଡିଖୋଲରେ ମାନସ ବ୍ୟବହାର କରିଥିବା ଚପଲ, ଇୟର ଫୋନ୍ ଓ କୋଦାଳ, ଗଇଁତି, ଅଖା ଇତ୍ୟାଦି ଫିଙ୍ଗି ଦେଇଥିଲେ। ଚଣ୍ଡିଖୋଲରେ ଏସବୁ ଜିନିଷ ଫିଙ୍ଗିବା ନେଇ କ୍ରାଇମବ୍ରାଞ୍ଚ ଆଗରେ ପୂର୍ବରୁ ଅଭିଯୁକ୍ତ ରଞ୍ଜନ ନାୟକ ସ୍ୱୀକାର କରିଛନ୍ତି। ରଞ୍ଜନର ବୟାନକୁ ଅଧାର କରି କ୍ରାଇମବ୍ରାଞ୍ଚ ସେ ସବୁ ସ୍ଥାନକୁ ଯାଇ ଅଧା ପୋଡ଼ା ଅବସ୍ଥାରେ ଜବତ କରିଛି ।

"ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ୪ଜଣ ସାକ୍ଷୀଙ୍କ ବୟାନ ରେକର୍ଡ଼ କରିଛୁ ।  ଚାନ୍ଦବାଲି ଜେ.ଏମ.ଏଫ.ସି କୋର୍ଟରେ ୧୬୪ ଧାରା ଆଧାରରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ଼ ହୋଇଛି । ପୂର୍ଵରୁ ୩ଜଣ ସାକ୍ଷୀଙ୍କ ବୟାନ ରେକର୍ଡ଼ ହୋଇଥିବା ବେଳେ ବୁଧବାର ଆଉ ଜଣଙ୍କର ବୟାନ ରେକର୍ଡ଼ କରାଯାଇଛି । ସେହିପରି ମାନସକୁ ଅପହରଣ କରିବାକୁ ଯାଇଥିବା  ୫ ଅଭିଯୁକ୍ତଙ୍କର ଟିଆଇ ପରେଡ଼ କରାଯିବ । ସେଥିପାଇଁ କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆବେଦନ କରାଯାଇଛି," କହିଛନ୍ତି କ୍ରାଇମବ୍ରାଞ୍ଚ ଏଡ଼ିଜି ସଂଜୀବ ପଣ୍ଡା ।

କ୍ରାଇମବ୍ରାଞ୍ଚ ସୂଚନା ଅନୁସାରେ, ଟି.ଆଇ ପରେଡ଼ ସମୟରେ ୩ ଜଣ ସାକ୍ଷୀ ୫ ଅଭିଯୁକ୍ତଙ୍କୁ ଚିହ୍ନଟ କରିବେ। କୋର୍ଟରୁ ଅନୁମତି ମିଳିବା ପରେ ଜେଲ ପରିସରରେ ହେବ ଟିଆଇ ପ୍ୟାରେଡ଼ । ଜଣେ ମାଜିଷ୍ଟ୍ରେଟଙ୍କ ତତ୍ୱବାଧାନରେ ଏହି ଟି.ଆଇ ପରେଡ଼ କରାଯିବ। ୫ ଅଭିଯୁକ୍ତ ହେଲେ ମାନସ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ, ଝୁନା ଭୋଇ, ରଞ୍ଜନ ନାୟକ, ବିବେକ ନାୟକ ଓ ଭାଗ୍ୟଧର ନାୟକ। ଏହି ୫ଜଣ ମାନସକୁ ଅପହରଣ କରିଥିବା ବେଳେ ୩ ଜଣ ସାକ୍ଷୀ ଦେଖିଥିଲେ । ବିଶେଷ କରି ୫ ଅଭିଯୁକ୍ତଙ୍କ ସମେତ ଆଉ କିଛି ଅଭିଯୁକ୍ତଙ୍କୁ ଟିଆଇ ପରେଡ଼ ବେଳେ ଛିଡ଼ା କରାଯିବ। ସେମାନେ ଅଭିଯୁକ୍ତଙ୍କ ବଡ଼ି ଫିଗର ସହ ମେଳ ଖାଉଥିବ । ସମସ୍ତଙ୍କୁ ଗୋଟିଏ ଧାଡ଼ିରେ ଛିଡ଼ା କରିବା ପରେ ସାକ୍ଷୀମାନେ ସେମାନକୁ ଚିହ୍ନଟ କରିବେ ।

ସୂଚନାଯୋଗ୍ୟ, ମାନସ ସ୍ଵାଇଁ ହତ୍ଯାକାଣ୍ଡ ଘଟଣାର ସମସ୍ତ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ହେଲେ ମାନସ ହତ୍ୟାକାଣ୍ଡ ପଛର କାରଣ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି । କାହିଁକି ମାନସକୁ ହତ୍ୟା କଲେ ଯଦିଓ ସ୍ପଷ୍ଟ କରିନି ତଦନ୍ତକାରୀ ଟିମ। କେବଳ ୧୦ହଜାର ଟଙ୍କା ପାଇଁ ମାନସ କୁ ହତ୍ୟା କଫଯାଇଥିଲା ବୋଲି ପୂର୍ବରୁ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ହେଲେ ଚର୍ଚ୍ଚାକୁ ଆସିଥିବା ଚିପ ସମ୍ପର୍କରେ କୌଣସି ତଥ୍ୟ ପାଇନି ତଦନ୍ତକାରୀ ସଂସ୍ଥା।
Published by:Soumya Das
First published: