ପତ୍ନୀ ହତ୍ୟାକାରୀ ଗିରଫ; ପୁଅ ପାଇଁ ସ୍ତ୍ରୀକୁ ମାରିଥିଲା ଅଭିଯୁକ୍ତ

ରାତି ପ୍ରାୟ ୨ଟା ରୁ୩ଟାରେ ଅଭିଯୁକ୍ତ ନାଲୁ ପତ୍ନୀଙ୍କୁ ଘର ବାହାରକୁ ଡ଼ାକିଥିଲେ ଓ ତାଙ୍କ ଗଳାକୁ ଶାଢୀରେ ଚିପି ହତ୍ୟା କରିବା ପରେ ମୃତ ଦେହକୁ ନିକଟସ୍ଥ ଭଙ୍ଗା ଘରକୁ ନେଇଯାଇଥିଲେ ।

ହତ୍ୟାକାରୀ ସ୍ୱାମୀ

ହତ୍ୟାକାରୀ ସ୍ୱାମୀ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀ କୋରଡକଣ୍ଟା ହତ୍ୟାକାଣ୍ଡ ଘଟଣା ପର୍ଦ୍ଦାଫାସ। ପତ୍ନୀକୁ ହତ୍ୟା କରିବା ଅଭିଯୋଗରେ  ହତ୍ୟାକାରୀ ସ୍ୱାମୀକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ।  ଅଭିଯୁକ୍ତ ସ୍ୱାମୀ ନୟାଗଡ଼ ଅଞ୍ଚଳର ବିଦ୍ୟାଧର ନାୟକ ଓରଫ ନାଲୁକୁ କୋର୍ଟ ଚାଲାଣ କରିଛି ମଞ୍ଚେଶ୍ୱର ଥାନା ପୋଲିସ ।

ପୋଲିସ ସୂଚନା ଅନୁସାରେ, ମୃତ ମହିଳା  ରୀତା ଓ ଅଭିଯୁକ୍ତ ନାଲୁ ଏକାଠି ରହୁଥିଲେ। ଉଭୟ ମଞ୍ଚେଶ୍ଵର କୋରଡ଼କଣ୍ଟା ଗହିରରେ ଗୋଟିଏ ନିର୍ମାଣାଧୀନ ଘରେ ମଜୁରିଆ ଭାବରେ କାମ କରିଆସୁଥିଲେ । ମୃତ ରୀତା ପୂର୍ବରୁ ନୟାଗଡ଼ର ଅର୍ଜୁନ ନାୟକଙ୍କୁ ବିବାହ କରିଥିଲେ ଓ ଦୁଇ କନ୍ୟା ସନ୍ତାନର ମା ମଧ୍ୟ ହୋଇଥିଲେ ।  ହେଲେ  ଶିଖରଚଣ୍ଡୀରେ କାମ କରୁଥିବାବେଳେ ସେଠାରେ ଅଭିଯୁକ୍ତ ନାଲୁ ଯିଏ କି ଜଣେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ଦୁହେଁ ପ୍ରେମରେ ପଡିଥିଲେ ଓ ଉଭୟେ ସେମାନଙ୍କ ପରିବାର ସଦସ୍ୟଙ୍କ ବିନା ଜ୍ଞାତରେ ବିବାହ କରିଥିଲେ ।

ଏହା ପରେ ଉଭୟେ ନୟାଗଡ଼ରେ ରହୁଥିଲେ ଓ ସେମାନଙ୍କର ୪ ବର୍ଷର ଏକ ପୁତ୍ର ସନ୍ତାନ ଥିଲା । କିଛି ମାସ ପୂର୍ବେ ଉଭୟ ସ୍ୱାମୀ-ସ୍ତ୍ରୀ ଭୁବନେଶ୍ୱରକୁ ଫେରି ଭୁବନେଶ୍ୱରର କୋରଡକଣ୍ଟାରେ କାମ କରୁଥିଲେ । ଗତ ବର୍ଷ ଡିସେମ୍ବର ମାସରେ ଅଭିଯୁକ୍ତ ନାଲୁ ମୃତ ପତ୍ନୀଙ୍କ ଅଜ୍ଞାତରେ ତାଙ୍କର ପୁଅକୁ ନେଇ ନୟାଗଡ଼ ଫେରି ଆସିଥିଲେ ଓ ସେଠାରେ ରହିଥିଲେ । ଗତ ୨୫ ରିଖରେ ଅଭିଯୁକ୍ତ ତାଙ୍କର ପୁଅକୁ ନୟାଗଡରେ ଛାଡି ଦେଇ କର୍ମକ୍ଷେତ୍ରକୁ ଆସିଥିବାରୁ ଉଭୟ ପୁଅକୁ ନେଇ ଅସନ୍ତୋଷ ଦେଖାଦେଇଥିଲା ।

ଗତ ୨୮ ତାରିଖ ରାତିରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ସମୟ ରାତି ପ୍ରାୟ ୨ଟା ରୁ୩ଟାରେ ଅଭିଯୁକ୍ତ ନାଲୁ ପତ୍ନୀଙ୍କୁ ଘର ବାହାରକୁ ଡ଼ାକିଥିଲେ ଓ ତାଙ୍କ ଗଳାକୁ ଶାଢୀରେ ଚିପି ହତ୍ୟା କରିବା ପରେ ମୃତ ଦେହକୁ ନିକଟସ୍ଥ ଭଙ୍ଗା ଘରକୁ ନେଇଯାଇଥିଲେ । ସେଠାରେ ଅଭିଯୁକ୍ତ ନାଲୁ  ମୃତଦେହକୁ ଗଛର ଛୋଟ ଡାଳରେ ଘୋଡାଇ ରଖିଥିଲେ । ଯେତେବେଳେ ଅଭିଯୋଗକାରୀ ଓ ପରିବାରର ଅନ୍ୟ ସଦସ୍ୟମାନେ  ରୀତାଙ୍କ ବିଷୟରେ ଅଭିଯୁକ୍ତଙ୍କୁ ପଚାରିଥିଲେ, ଅଭିଯୁକ୍ତ ନାଲୁ କୌଣସି ସଠିକ ଉତ୍ତର ଦେଇନଥିଲେ ।

ଗତ ୨ ତାରିଖ ଦିନ ପ୍ରାୟ ୧୧ ଟା ପୂର୍ବାହ୍ନରେ କିଛି ଦୁର୍ଗନ୍ଧ ହୋଇଥିବାରୁ ଅଭିଯୋଗକାରୀ ଖୋଜାଖୋଜି କରିଥିଲେ ଏବଂ ତାଙ୍କ ଭଉଣୀକୁ  ନିକଟସ୍ଥ ଏକ ଭଙ୍ଗା ଘରେ ମୃତ ଅବସ୍ତାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ । ଅଭିଯୋଗକାରୀ ଏନେଇ ମଞ୍ଚେଶ୍ଵର ଥାନାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇଥିଲେ ।  ମଞ୍ଚେଶ୍ଵର ଥାନା ପୁଲିସ ମାମଲାର ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତକୁ ତଦନ୍ତ ପାଇଁ ଥାନାକୁ ଆଣିଥିଲେ ।
Published by:Soumya Das
First published: