ଆରମ୍ଭ ହେବ 'ଜଗା ପାଇଁ ଗଛଟିଏ' ଅଭିଯାନ; ଆହ୍ୱାନ ଦେଲେ ଗଜପତି ମହାରାଜ

ଦିନକୁ ଦିନ ଅଭାବ ପରିଲକ୍ଷିତ ହେଉଛି ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କାଠ। ଆଉ ଏ ନେଇ ଆଗାମୀ ଦିନରେ ରଥକାଠ ପାଇଁ ଆରମ୍ଭ ହେବ ପ୍ରୟାସ ଜଗା ପାଇଁ ଗଛଟିଏ। ଏଭଳି ଅଭିଯାନ ପାଇଁ ଆହ୍ୱାନ ଦେଇଛନ୍ତି ଗଜପତି ମହାରାଜ।

ଆରମ୍ଭ ହେବ 'ଜଗା ପାଇଁ ଗଛଟିଏ' ଅଭିଯାନ (ପ୍ରତୀକାତ୍ମକ ଛବି)

ଆରମ୍ଭ ହେବ 'ଜଗା ପାଇଁ ଗଛଟିଏ' ଅଭିଯାନ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପୁରୀ: ଦିନକୁ ଦିନ ଅଭାବ ପରିଲକ୍ଷିତ ହେଉଛି ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କାଠ। ଆଉ ଏ ନେଇ ଆଗାମୀ ଦିନରେ ରଥକାଠ ପାଇଁ ଆରମ୍ଭ ହେବ ପ୍ରୟାସ ଜଗା ପାଇଁ ଗଛଟିଏ। ଏଭଳି ଅଭିଯାନ ପାଇଁ ଆହ୍ୱାନ ଦେଇଛନ୍ତି ଗଜପତି ମହାରାଜ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଆଯାଇଛି ଏଭଳି ନିଷ୍ପତ୍ତି। ଧୀରେ ଧୀରେ ରଥ କାଠର ଅଭାବ ଦେଖାଯାଉଥିବାରୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଭଳି ପରାମର୍ଶ ଦେଇଛନ୍ତି ଗଜପତି ମହାରାଜ।

"ରଥ ସଂହିତା ଅନୁସାରେ ରଥ କାଠ ସବୁବେଳେ ନୟାଗଡ଼ ବନଖଣ୍ଡ ଦେଇଆସିଛି। ଆଉ ତିନୋଟି ରଥ ନର୍ମାଣ ଆବଶ୍ୟକ ୮୬୫ ଖଣ୍ଡ କାଠକୁ ନୟାଗଡ ବନଖଣ୍ଡ ପର୍ଯ୍ୟାୟ କ୍ରମେ ପ୍ରଦାନ କରିଥାଏ  । ସେଥିରେ ଧଉରା, ଅସନ, ଫାସୀ ଆଦି କାଠ ରହିଛି। ଦିନକୁ ଦିନ ରଥ କାଠର ଅଭାବ ଦେଖାଦେଉଛି । ନୟାଗଡ଼ ବନଖଣ୍ଡ ପରେ ଗତ କିଛି ବର୍ଷ ହେବ ବୌଦ୍ଧ ବନଖଣ୍ଡରୁ କାଠ ଆସୁଥିବା ବେଳେ ଏ ବର୍ଷ ଗଞ୍ଜାମର ସୋରଡ଼ା ଅଞ୍ଚଳରୁ ଆସିଛି କାଠ। ଆଉ ତାକୁ ଖୋଜି ଖୋଜି ଆଣିବା ବର୍ତ୍ତମାନ କାଠିକର ପାଠ। ରଥଯାତ୍ରା ପାଇଁ ଜଙ୍ଗଲ ସୃଷ୍ଚି କରିବା ପାଇଁ ଆହ୍ୱାନ ଖାଲି ଗଜପତି ମହାରାଜ ନୁହେଁ ମୁଖ୍ୟମନ୍ତ୍ରୀ ବି ଓଡ଼ିଶାବାସୀଙ୍କୁ ଅନୁରୋଧ କରନ୍ତୁ ସେମାନେ ଗାଁ ଗାଁ ରେ ଗଛ ଲଗାଇ ବନୀକରଣ କରି ରଥ ପାଇଁ ଆଵଶ୍ୟକ,"କହିଛନ୍ତି ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ମହାରଣା ନରସିଂହ ମହାରଣା।

"ରଥକାଠ ପାଇଁ ଆରମ୍ଭ ହେବ ପ୍ରୟାସ ଜଗା ପାଇଁ ଗଛଟିଏ। ଏଭଳି ଅଭିଯାନ ପାଇଁ ଆହ୍ୱାନ ଦେଇଛନ୍ତି ଗଜପତି ମହାରାଜ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଆଯାଇଛି ଏଭଳି ନିଷ୍ପତ୍ତି । ହଜାର ହଜାର ବର୍ଷ ଧରି ଚାଲିଆସିଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା।ପ୍ରଥମେ ରଥ ସଂହିତା ଅନୁଯାୟୀ ନୟାଗଡ ବନଖଣ୍ଡରୁ କାଠ ଆସୁଥିବା ବେଳେ ଏବେ ଦୁଇ ତିନୋଟି ଜିଲାର ବନଖଣ୍ଡରୁ ଆସୁଛି କାଠ। ତେଣୁ ପ୍ରତି ବର୍ଷ କାଠର ଅଭାବ ଦେଖାଦେଉଥିବାରୁ ଆଗକୁ ଏହି ପରମ୍ପରା ଯେଭଳି ବଜାୟ ରହିବ ସେ ନେଇ ଗୁରୁତ୍ୱାରୋପ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି । ଆଗାମୀ ଦିନରେଧୀରେ ଧୀରେ ରଥ କାଠର ଅଭାବ ଦେଖାଯାଉଥିବାରୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଭଳି ପରାମର୍ଶ ଦେଇଛନ୍ତି ଗଜପତି ମହାରାଜ।

"ବନ ବିଭାଗ ପକ୍ଷରୁ ବିଭିନ୍ନ ବନଖଣ୍ଡ ଅଞ୍ଚଳରେ ଆରମ୍ଭ ହୋଇଛି ଜଗନ୍ନାଥ ବନ ପ୍ରକଳ୍ପ। ହେଲେ ଗୋଟିଏ ବି ବନ ପ୍ରକଳ୍ପରେ ବନୀକରଣର ସ୍ଥିତି ଦେଖିବାକୁ ମିଳିନାହିଁ। ତେବେ ବନ ବିଭାଗ କହୁଛି ପ୍ରକଳ୍ପ ଚାଲିଛି। ରଥ କାଠର ଅଭାବ ପୁରଣ ହେବ। ତା ସହିତ ବନ ପ୍ରକଳ୍ପର ଅନୁଧ୍ୟାନ ପାଇଁ ଯାଇଥିଲେ କମିଟି । ସେ ବି ଖାଇପିଇ ଆସିଲେ ହେଲେ ପ୍ରକଳ୍ପ କଣ ହୋଇଛି ତାହାକୁ ନେଇ ସେମାନେ ବି ସନ୍ଦିହାନ। ତେଣୁ ହିନ୍ଦୋଳ ଅଞ୍ଚଳରେ କରାଯାଇଥିବା ବନ ପ୍ରକଳ୍ପର ସ୍ଥିତି ବି ସେହି ଅବସ୍ଥା। ହେଲେ ଗଜପତି , ମୁଖ୍ୟମନ୍ତ୍ରୀ ଯଦି ଜଗା ପାଇଁ ଗଛଟିଏର ଆହ୍ୱାନ ଦିଅନ୍ତି। ତେବେ ଆଗାମୀ ପିଢି ପାଇଁ ବୋଧହୁଏ କାଠରେ ରଥ ନିର୍ମାଣ ସେମାନେ ଦେଖିପାରିବେ," କହିଛନ୍ତି ହିନ୍ଦୋଳର ସମାଜସେବୀ ପୁଣ୍ୟଶ୍ଲୋକ ମିଶ୍ର।
Published by:Soumya Das
First published: